ଓଡିଶା

odisha

ETV Bharat / state

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଓଡିଶା ରିସର୍ଚ୍ଚ ସ୍କଲାର ଫୋରମର ସମର୍ଥନ - ORSF supports university ammendment act 2020

ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌-2020 ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ପାରିତ ହୋଇଯାଇଛି । ତେବେ ଏହି ବିଲ୍‌କୁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନ ସ୍ବାଗତ ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ପ୍ରଦର୍ଶନୀ କରିଥିଲା । ଅଧିକ ପଢନ୍ତୁ..

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଓଡିଶା ରିସର୍ଚ୍ଚ ସ୍କଲାର ଫୋରମର ସମର୍ଥନ
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଓଡିଶା ରିସର୍ଚ୍ଚ ସ୍କଲାର ଫୋରମର ସମର୍ଥନ

By

Published : Oct 8, 2020, 4:56 PM IST

ଭୁବନେଶ୍ବର: ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌କୁ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନ ସ୍ବାଗତ କରିବା ସହ ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେଉ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଆସୋସିଏସନ ଦାବି ଜଣାଇଛି I ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଆସୋସିଏସନ ପକ୍ଷରୁ ଏକ ପ୍ରଦର୍ଶନୀ କରାଯାଇଛି ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ଓଡିଶା ରିସର୍ଚ୍ଚ ସ୍କଲାର ଫୋରମର ସମର୍ଥନ

ବିଧାନସଭାରେ ସଦ୍ୟ ପାରିତ ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-2020କୁ ଏକ ଐତିହାସିକ ଓ ଅନନ୍ୟ କହିବା ସହ ଓଡିଶା ରିସର୍ଚ୍ଚ ସ୍କଲାର ଆସୋସିଏସନର କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କୁ ଅଭିନନ୍ଦନ ଜଣାଇ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକ ପ୍ରଦର୍ଶନୀ କରିଛନ୍ତି । ଏହି ଆଇନ୍‌ ରାଜ୍ୟର ଅନେକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍ବପ୍ନ ଦେଖିବାରେ ସାହାସ ଯୋଗାଇବ ବୋଲି ଆସୋସିଏସନ ତରଫରୁ ମତ ପୋଷଣ କରାଯାଇଛି।

ବିଶ୍ବବିଦ୍ୟାଳୟର ଗାରିମା ଏବଂ ପାରଦର୍ଶିତା ମୁଖ୍ୟତଃ ଉତ୍ସର୍ଗୀକୃତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଉପରେ ନିର୍ଭର କରିଥାଏ । ମାତ୍ର ଓଡିଶାରେ ବିଶ୍ବବିଦ୍ୟାଳୟ ନିଯୁକ୍ତିରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଅଧ୍ୟାୟ ଦୀର୍ଘ 30 ବର୍ଷ ପୁରୁଣା ବିଶ୍ବବିଦ୍ୟାଳୟ ଆଇନ୍‌ର ସଂଶୋଧନ ଆବଶ୍ୟକତାକୁ ଦୃଢ଼ୀଭୂତ କରିଥିଲା I ବର୍ଷ ବର୍ଷ ଧରି ବିଶ୍ବବିଦ୍ୟାଳୟ ନିଯୁକ୍ତିରେ ଚାଲି ଆସିଥିବା ବଂଶବାଦ ବା ନେପୁଟିଜମ ଏବଂ ପକ୍ଷପାତିତା ବା ଫେବରଟିଜମ ଅବସନ ଘଟିଛି ଏବଂ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନଙ୍କର ବିରୋଧ ସତ୍ତ୍ବେ ଦୀର୍ଘ 30 ବର୍ଷ ପରେ ଏହି ଆଇନ୍‌ର ସଂଶୋଧନ ହୋଇଥିବାରୁ ଏହାକୁ ଓଡିଶାର ସମସ୍ତ ଛାତ୍ର ସମାଜ ଅକୁଣ୍ଠିତ ସ୍ବାଗତ ଜଣାଇଛନ୍ତି I ବିଶ୍ବବିଦ୍ୟାଳୟମାନଙ୍କରେ ନିଯୁକ୍ତିର ସୁଯୋଗ ସମସ୍ତ ଆଶାବାଦୀ ଛାତ୍ର ଛାତ୍ରୀମାନଙ୍କ ମନରେ ଏକ ନୂତନ ଆଶା ସଂଚାର କରିଛି ।

ଓଡିଶା ଲୋକସେବା ଆୟୋଗର ପାରଦର୍ଶିତା ଓ ଦକ୍ଷ ଚୟନ ମଣ୍ଡଳୀଦ୍ବାରା ନିରପେକ୍ଷ ଭାବରେ ପାର୍ଥି ଚୟନ ହେବା ସହ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି ହେବ କିନ୍ତୁ ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେଉ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନିକଟରେ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି I

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details