ଓଡିଶା

odisha

ETV Bharat / state

Odisha Corona: ରାଜ୍ୟରେ 300 ପାର ସଂକ୍ରମଣ, ଜଣେ ମୃତ - କୋରୋନା ସଂକ୍ରମଣ

ରାଜ୍ୟରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ । ଗତ 24 ଘଣ୍ଟାରେ 308 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 16, 2023, 12:08 PM IST

ଭୁବନେଶ୍ବର: ରାଜ୍ୟରେ ଉପର ମୁହାଁ ହୋଇଛି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । କ୍ରମାଗତ ଦୈନିକ ସଂକ୍ରମଣ ଦୁଇ ଶହ ପାର କରୁଥିବା ବେଳେ ଆଜି 300 ପାର କରିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 308 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ଟିଭ ସଂଖ୍ୟା 1505କୁ ବୃଦ୍ଧି ହୋଇଛି। ସେହିପରି ଜଣେ 70 ବର୍ଷିୟ ବୃଦ୍ଧ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେ ସୋନପୁର ଜିଲ୍ଲାର ହୋଇଥିବା ସୂଚନା ରହିଛି । ଏପ୍ରିଲ 5 ତାରିଖରୁ ବର୍ତ୍ତମାନ ସୁଦ୍ଧା 2 ଜଣଙ୍କ ଜୀବନ ନେଇଛି କୋରୋନା ।

ଏହା ମଧ୍ୟ ପଢନ୍ତୁ-India Corona: ଖସୁଛି ସଂକ୍ରମଣ, ଦିନକରେ ୧୦୦୯୩ ପଜିଟିଭ

ରାଜ୍ୟରେ କୋରୋନା ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । 30ରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ 5 ସୂତ୍ରକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟର ସ୍ଥିତି ଭଲ ରହିଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼, ଟେଷ୍ଟ କିଟ୍‌, ଆଦି ସ୍ଥିତି ଅନୁଧ୍ୟାନ କରାଯାଉଛି । ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଏହାର ସମୀକ୍ଷା କରାଯାଇଛି ।

ରାଜ୍ୟରେ ବହୁତ କମ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆଇସୋଲେଟ ହୁଅନ୍ତୁ ଓ କୋରୋନା ଟେଷ୍ଟ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଯେଉଁମାନେ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କ ସହ ମିଳାମିଶା କରୁଥିବା ବ୍ୟକ୍ତି କୋରୋନା ଟେଷ୍ଟ କରିବା ଆବଶ୍ୟକ । କୋରୋନାକୁ ଦୂରେଇବାକୁ ହେଲେ ମାକ୍ସ ବ୍ୟବହାର କରିବା ସହ ଭିଡ ମଧ୍ୟକୁ ନଯିବା ଆଦି ଉପରେ ଗୁରୁତ୍ଵ ଦେବା ଦରକାର ।

କେବଳ ଓଡିଶାରେ ନୁହଁ ବରଂ ଦେଶର ବିଭିନ୍ନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ 24 ଘଣ୍ଟାରେ 10 ହଜାର 93 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ଟିଭ ସଂଖ୍ୟା 57 ହଜାର 542ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details