ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୩୮, ୪୪୦ କୋଟି । ରାଜ୍ୟ ଜିଏସଟିର ଅଂଶ ୪୭, ୪୧୨ କୋଟି । ସେହିପରି ସମନ୍ବିତ ଜିଏସଟି ପରିମାଣ ୮୯,୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨ କୋଟି ଟଙ୍କାର ଟିକସ ଓ ୧୨,୦୨୫ କୋଟି ଟଙ୍କାର ସେସ ଅନ୍ତର୍ଭୁକ୍ତ ଅଛି । ୫୦୩୫.୭୪ କୋଟି ଟଙ୍କା ଜିଏସଟି ବାବଦରେ ଓଡ଼ିଶା ଏପ୍ରିଲ ମାସରେ ଆଦାୟ କରିଛି । ଯାହା ସର୍ବକାଳୀନ ସର୍ବାଧିକ ସଂଗ୍ରହ ।
କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସଟି ବାବଦରେ ୪୫, ୮୬୪ କୋଟି ଓ ରାଜ୍ୟ ଜିଏସଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି । ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ବ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧ କୋଟି ରାଜ୍ୟ ଜିଏସଟି । ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍ଟି ରାଜସ୍ବ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ । ଏହି ମାସରେ ଘରୋଇ କାରବାର ଗତବର୍ଷଠାରୁ ୧୬% ଅଧିକ ଥିଲା । ପ୍ରଥମ ଥର ପାଇଁ ମୋଟ ଜିଏସ୍ଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୋଟ ଇ-ୱେ ବିଲ୍ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯ କୋଟି । ଏହା ୨୦୨୩ ଫେବୃୟାରୀ ମାସଠାରୁ ୧୧% ଅଧିକ ।
୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮,୨୨୮କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ମୋଟ ୯.୮ ଲକ୍ଷ ଟ୍ରାଞ୍ଜାକସନ ଜରିଆରେ ଟିକସଦାତା ଏହି ଟିକସ ପୈଠ କରିଛନ୍ତି । ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ । ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬୮,୨୨୮ କୋଟି ଟଙ୍କାର ଜିଏସଟି ସଂଗୃହୀତ ହୋଇଛି । ଗତବର୍ଷ ସମାନ ତାରିଖରେ ୯.୬ ଲକ୍ଷ ଟ୍ରାଞ୍ଜାକ୍ସନ ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସଟି । ସେହିପରି ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି । ଯାହା କି ସର୍ବକାଳୀନ ସର୍ବାଧିକ ସଂଗ୍ରହ ।