ଭୁବନେଶ୍ବର:ମେକ୍ ଇନ୍ ଓଡ଼ିଶାର(Make In Odisha Conclave) ଦ୍ୱିତୀୟ ଦିବସରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା(Food Processing industry) ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ତତ୍ସହିତ ଏଥିରେ ଓଡ଼ିଶାରେ ୧୪୪୩ କୋଟି ଟଙ୍କାର ପୁଞ୍ଜିନିବେଶ ନେଇ ପ୍ରସ୍ତାବ ମଧ୍ୟ ମିଳିଛି । MSME ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟରେ ଉତ୍ପାଦିତ ଓ ଉପଲବ୍ଧ କୃଷିଜାତ ସାମଗ୍ରୀ ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ଲାଗି ସର୍ବୋତ୍ତମ ଉପଯୁକ୍ତ କ୍ଷେତ୍ର ବୋଲି କୁହାଯାଉଛି । ଏହା ସହିତ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୨ର ଉନ୍ମୋଚନ ହୋଇଛି ।
ଏହାମଧ୍ୟ ପଢନ୍ତୁ: Odisha Assembly: ରାଜ୍ୟର ୧୩ ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ