ଭୁବନେଶ୍ବର: 'ଲକ୍ଷ୍ମୀ ବସ' ଓ 'ମୋ ବସ' ବିରୋଧରେ ଆଜି ରଣହୁଙ୍କାର ଦେବ ଘରୋଇ ବସ ମାଲିକ ସଂଘ । ଆଜିବିଧାନସଭା ସମ୍ମୁଖରେ ରାଜ୍ୟ ଘରୋଇ ମାଲିକ ସଂଘର ବିକ୍ଷୋଭ ପ୍ରଦର୍ଶନ । ପାଖାପାଖି 1 ହଜାରରୁ ଉର୍ଦ୍ଧ୍ୱ ବସ୍ ମାଲିକମାନେ ରାଜରାସ୍ତାରେ ଗର୍ଜନ କରିବେ । କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହାର ବିଶେଷ ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ।
'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ଘରୋଇ ମାଲିକ ସଂଘ । ବିଧାନସଭା ଆଗରେ ପାଖାପାଖି 1ହଜାରରୁ ଉର୍ଦ୍ଧ୍ବ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଧାରଣାରେ ବସିବେ । ତେବେ 'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବା ଚଳାଚଳ ଯୋଗୁ ଘରୋଇ ବସ ଗୁଡିକ ଅନେକ ସମସ୍ୟା ଘେରରେ ଗତି କରୁଛନ୍ତି । ଏହି ଯୋଜନା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଘରୋଇ ବସ ମାଲିକମାନେ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ଘରୋଇ ମାଲିକ ସଂଘ । ତେବେ ସେମାନଙ୍କ ଦାବି ଅନୁଯାୟୀ, ବ୍ଲକରୁ ଜିଲ୍ଲାକୁ ଏହି ସରକାରୀ ବନ୍ଦ ସେବା ବନ୍ଦ କରାଯାଉ, କିଲୋମିଟର ପିଛା ଯେତିକି ସରକାରୀ ବସରେ ମୂଲ୍ୟ ଧାର୍ଯ୍ୟ କରଯାଇଛି ସେହି ଅନୁସାରେ ଘରୋଇ ବସ ଗୁଡିକର ମୂଲ୍ୟ ବୃଦ୍ଧି କରି ତାହାକୁ ଏହି ଯୋଜନାରେ ସାମିଲ କରାଯାଉ । ତେବେ ଦାବି ପୂରଣ ନହେଲେ 1 ତାରିଖରୁ ଅର୍ନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।