ଓଡିଶା

odisha

ETV Bharat / state

ପିଲାଙ୍କ ଜୀବନ ସହ ଖେଳ, କାମରେ ଆସୁନାହିଁ ମାଳମାଳ ଗାଇଡଲାଇନ୍‌ - ଅଟୋରେ ଓଭରଲୋଡ ଛାତ୍ରଛାତ୍ରୀ

ମାଳ ମାଳ ଗାଉଡ଼ଲାଇନ ସତ୍ତ୍ବେ ବାଜିରେ ଲାଗୁଛି ଛାତ୍ରଛାତ୍ରୀଙ୍କ ଜୀବନ । ଅଟୋରେ ଓଭରଲୋଡ ହୋଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଉଥିବାରୁ ପୋଲିସର ବଢିଛି ଚିନ୍ତା । ଅଧିକ ପଢନ୍ତୁ

students transport in Odisha
students transport in Odisha

By

Published : Jan 22, 2023, 7:19 AM IST

ଭୁବନେଶ୍ବର:ମାଳମାଳ ଗାଇଡଲାଇନ୍‌, ହେଲେ ତଦାରଖ କରିବାକୁ କେହି ନାହିଁ । ଜୋରିମାନା ପରେ ବି ଚେତା‌ ପଶୁନି । କଟକଣା ମାନୁନାହାନ୍ତି ଗାଡ଼ି ଚାଳକ । ଏପଟେ ବାଜିରେ ଲାଗୁଛି ଛାତ୍ରଛାତ୍ରୀଙ୍କ ଜୀବନ । ସ୍କୁଲକୁ ଆସୁଥିବା ଓ ଘରକୁ ଫେରୁଥିବା ବେଳେ ଅଟୋରେ ବିପଦପୂର୍ଣ୍ଣ ଭାବରେ ଛାତ୍ରଛାତ୍ରୀମାନେ ଯାତ୍ରା କରିଛନ୍ତି । କେଉଁଠି ଅଟୋରେ ଓଭରଲୋଡ୍ ତ ଆଉ କେଉଁଠି ଭ୍ୟାନରେ ଖୁନ୍ଦାଖନ୍ଦି କରି କୋମଳମତି ପିଲାଙ୍କୁ ବିଦ୍ୟାଳୟ ନେବା ଆଣିବା କରାଯାଉଥିବା ଦେଖିବାକୁ ମିଳିଛି ।

ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋରେ କେତେକ ପିଲା ଆଗ ସିଟରେ ବି ବସି ଯାଉଛନ୍ତି । ଗାଡ଼ିରେ ସିଟ୍ ଯେତିକି, ତା’ଠୁ ଅଧିକ ପିଲା ମଧ୍ୟ ବସାଯାଉଛି । ଛାତ୍ରଛାତ୍ରୀଙ୍କୁ ଏଭଳି ବିପଦଜନକ ଭାବେ ପରିବହନ କରାଯାଉଥିବାବେଳେ ଏହାର ତଦାରଖ କରିବାକୁ କିନ୍ତୁ କେହି ନାହାନ୍ତି । ଖୋଦ ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ସମେତ କିଛି ଘରୋଇ ବିଦ୍ୟାଳୟ ସମ୍ମୁଖରୁ ଏଭଳି ଦୃଶ୍ୟ କଏଦ ହୋଇଛି । ଏଥିରୁ ପୁରା ରାଜ୍ୟର ଚିତ୍ର ସ୍ପଷ୍ଟ ବାରି ହେଉଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ମାଳମାଳ ଗାଇଡଲାଇନ ।

ପିଲାମାନେ କେଉଁଭଳି ଗାଡ଼ିରେ ଯିବେ, କେମିତି ସୁରକ୍ଷିତ ଫେରିବେ,‌ କ୍ୟାମ୍ପସରେ କିଭଳି ସୁରକ୍ଷା ବ୍ୟବସ୍ଥା ରହିବ, ତା’ ଉପରେ CBSE ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବର୍ଷ ତମାମ ସଚେତନ କରାଯାଉଛି । ହେଲେ ଏହା କାର୍ଯ୍ୟକାରୀ ହେଉଛି କି ନାହିଁ, ଯାଞ୍ଚ କରିବାକୁ କେହି ନାହିଁ । ଫଳରେ ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥା ଦେଖାଯାଉଛି । ବିଶେଷକରି ପିଲାଙ୍କୁ ସ୍କୁଲ ନେବା ଆଣିବା ବେଳେ ଚରମ ବିଶୃଙ୍ଖଳା ଦେଖିବାକୁ ମିଳୁଛି । ପିଲାଙ୍କୁ ବିପଦସଙ୍କୁଳ ଅବସ୍ଥାରେ ଅଟୋ, ଭ୍ୟାନରେ ଖୁନ୍ଦାଖୁନ୍ଦି କରି ନିଆଯାଉଛି । ଫଳରେ ପିଲା ଅଣନିଃଶ୍ବାସୀ ହେବା ଭଳି ସ୍ଥିତି ଉପୁଜୁଛି ।

ଏହା ବି ପଢନ୍ତୁ- Odisha BJP Office Bearers Meeting: ବିଜେପି ପଦାଧିକାରୀ ବୈଠକରେ 2ଟି ପ୍ରସ୍ତାବ ପାରିତ

ଗାଡ଼ିରେ ଯେତିକି ସିଟ୍‌ ରହିଛି, ତା’ଠାରୁ ଢେର୍‌ ଅଧିକ ପିଲାଙ୍କୁ ବସାଯାଉଛି । ସେପଟେ ସ୍କୁଲ ପିଲାଙ୍କ ପରିବହନକୁ ନେଇ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି । ଥରେ କି ଦୁଇଥର ନୁହେଁ, ବାରମ୍ବାର ତାଗିଦ ସତ୍ତ୍ବେ ସ୍କୁଲ ପିଲାଙ୍କ ପରିବହନ ଲାଗି ଜାରି ହୋଇଥିବା ଗାଇଡଲାଇନକୁ ଠିକ ଭାବେ ପାଳନ କରାଯାଉ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କେତେକ କ୍ଷେତ୍ରରେ ସ୍କୁଲ କର୍ତ୍ତୃପକ୍ଷ ନିୟମକୁ ହେୟଜ୍ଞାନ କରୁଥିବା ବେଳେ ଅଧିକାଂଶ ସମୟରେ ଅଭିଭାବକଙ୍କ ଯୋଗୁଁ ପିଲାଙ୍କ ଜୀବନ ବାଜିରେ ଲାଗୁଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ବିଟ୍ କରାଯାଇ ସଚେତନ କରିବାକୁ ପ୍ରୟାସ ହୋଇଛି ।

ନିୟମ ଅନୁସାରେ, ଅଟୋ କିମ୍ବା ଛୋଟଗାଡ଼ିରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରିବା ବେଆଇନ। କେବଳ ସ୍କୁଲ ବସ କିମ୍ବା ସ୍କୁଲ ପରମିଟ୍ ଥିବା ଗାଡ଼ିରେ ପିଲାଙ୍କ ଯାତାୟାତ ପାଇଁ ନିୟମ ରହିଛି । ସିଟଠାରୁ ଅଧିକ ପିଲା ନେବା ଆଣିବା କରିବା, ଛିଡ଼ା ହୋଇ କିମ୍ବା ଗାଡ଼ିରେ ଓହଳି ପିଲା ଯାଉଥିଲେ, ସମ୍ପୃକ୍ତ ଗାଡ଼ିକୁ ତତକ୍ଷଣାତ୍ ଜବତ କରାଯିବ । ଏପରିକି ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି । ଏସବୁ ସତ୍ତ୍ବେ ସ୍କୁଲ ପିଲାଙ୍କ ପରିବହନ ଲାଗି ଜାରି ହୋଇଥିବା ମାର୍ଗଦର୍ଶିକାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ଗତବର୍ଷ ଏପ୍ରିଲ ମାସରେ ସ୍କୁଲ ଗାଡ଼ିର ଯାଞ୍ଚ ଜୋରଦାର ହୋଇଥିଲା । ୭ ଦିନ ଏଥିପାଇଁ ସ୍ବତନ୍ତ୍ର ଅଭିଯାନ ଚାଲିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details