ଓଡିଶା

odisha

ETV Bharat / state

ଏଣିକି ପୋଲିସ ସ୍କାନରରେ ପ୍ରତ୍ୟେକ ଘର, ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ - ଭୁବନେଶ୍ବର

ଓଡିଶା ପୋଲିସର ନୂଆ ପ୍ରୟାସ । ଲୋକଙ୍କ ଆଖେପାଖେ ରହି ସୁଖଦୁଃଖ ବୁଝିବେ ପୋଲିସ କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 10, 2019, 9:21 PM IST

ଭୁବନେଶ୍ବର: ଆରମ୍ଭ ହେଲା ଆମ ପୋଲିସ ସମିତି । ଏଣିକି ଭୟ ନୁହେଁ ଭରସାର ସହ ପୋଲିସ କର୍ମଚାରୀଙ୍କୁ କରନ୍ତୁ ଯୋଗାଯୋଗ । ପ୍ରତ୍ୟେକ ଥାନାକୁ କିଛି ଭାଗରେ ବିଭକ୍ତ କରାଯାଇ ଜଣେ ଲେଖାଏଁ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ପ୍ରତି ଘରକୁ ଦିଆଯିବ ସୁରକ୍ଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ତେବେ ଅନ୍ୟ ସମିତି ପରି ଆମ ପୋଲିସ ସମିତିରେ ମଧ୍ୟ ପ୍ରତି ମାସରେ ବୈଠକ କରାଯିବ । ଅଞ୍ଚଳର ସମସ୍ୟା ସହ ସ୍ବତଃ ଜଡିତ ହୋଇ ସେ ସମ୍ପର୍କରେ ଅବଗତ ହେବେ ପୋଲିସ । ଆଇନଗତ ଦିଗରେ କାର୍ଯାନୁଷ୍ଠାନ ସହ ସମାଧାନ କରିବେ । ଯାଦ୍ବାରା କେବଳ କେସ ନୁହେଁ ଆଲୋଚନା ଜରିଆରେ ସମାଧାନର ବାଟ ବି ଫିଟିପାରିବ । ପୋଲିସ ଲୋକଙ୍କ ନିକଟତର ହୋଇପାରିବ ଏବଂ ଅପରାଧିକ କାର୍ଯ୍ୟକଳାପ କମିପାରିବ ।

ଖାଲି ସେତିକି ନୁହେଁ ଗଛ ଲଗାଇବାଠୁ ଆରମ୍ଭ କରି, ରକ୍ତଦାନ, ପର୍ବ ପର୍ବାଣିର ସାମୁହିକ ଆୟୋଜନରେ ଭାଗିଦାର ହୋଇପାରିବେ ପୋଲିସ କର୍ମଚାରୀ । ପ୍ରତ୍ୟେକ ଥାନା ଅଞ୍ଚଳରେ ୨୫ରୁ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ଏନେଇ ଦାୟିତ୍ବ ମିଳିବ ଓ ପ୍ରତି 2ବର୍ଷରେ ଥରେ ତାଙ୍କୁ ବଦଳି କରାଯିବ । କ୍ୟାପିଟାଲ ଥାନା ପରିସରରେ ଏହି ସମିତି ଉଦଘାଟନ କରି ଏହା ବୟୋଜ୍ୟେଷ୍ଠ ଲୋକଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details