ଓଡିଶା

odisha

ଆଜିଠୁ ଯୁକ୍ତ ତିନି ନାମଲେଖା, ରାଜ୍ୟର କମୁଛି ଟପ୍ କଲେଜର କ୍ରେଜ

By

Published : Jul 15, 2023, 5:26 PM IST

ଆଜିଠୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ଆରମ୍ଭ ହୋଇଛି । ନାମଲେଖା ପ୍ରକ୍ରିୟାରେ ବିଏ. ବିଏଡ ଓ ବିଏସସି ବିଏଡ ପାଠ୍ୟକ୍ରମ ପ୍ରଥମ ଥର ପାଇଁ ସାମିଲ କରାଯାଇଥିବାରୁ ଏହି ପାଠ୍ୟକ୍ରମର କଟ ଅଫ ମାର୍କ ରେକର୍ଡ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଯୁକ୍ତ ତିନି ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି । ବିଜ୍ଞାନ ବିଭାଗରେ ରେଭେନ୍ସା ଆଗରେ ରହିଥିବା ବେଳେ ବିଜେବି କଲେଜକୁ ପଛରେ ପକାଇଛି ପୁରୀ ଏସସିଏସ କଲେଜ । ତେବେ ରାଜ୍ୟରେ ଥିବା କିଛି ପ୍ରମୁଖ କଲେଜରୁ ଏବେ ମୁହଁ ଫେରାଉଛନ୍ତି ମେଧାବୀ ଛାତ୍ରଛାତ୍ରୀ । ଚଳିତ ଶିକ୍ଷାବର୍ଷରେ ଯୁକ୍ତ ତିନିରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ ଅଫ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ନାମୀଦାମୀ କଲେଜଗୁଡ଼ିକର କ୍ରେଜ୍ ଆଉ ଦେଖିବାକୁ ମିଳୁନାହିଁ।

ଚଳିତ ବର୍ଷ କଟ ଅଫ ମାର୍କରେ କଳା, ବିଜ୍ଞାନରେ ବିଜେବି ଓ ରେଭେନ୍ସା ମହାବିଦ୍ୟାଳୟକୁ ଟପି ଯାଇଛି ଅନ୍ୟାନ୍ୟ ସବୁ କଲେଜ । SAMS ମାଧ୍ୟମରେ ହେଉଥିବା ନାମଲେଖା ପ୍ରକ୍ରିୟାରେ ବିଏ. ବିଏଡ ଓ ବିଏସସି ବିଏଡ ପାଠ୍ୟକ୍ରମପ୍ରଥମ ଥର ପାଇଁ ସାମିଲ କରାଯାଇଥିବାରୁ ଏହି ପାଠ୍ୟକ୍ରମର କଟ ଅଫ ମାର୍କ ରେକର୍ଡ କରିଛି । କଳା ବିଭାଗରେ ଶ୍ରେଷ୍ଠ ୧୦ଟି ସ୍ଥାନରେ ବିଏ ବିଏଡ ପାଠ୍ୟକ୍ରମର କଟ ଅଫ ମାର୍କ ହିଁ ଶୀର୍ଷରେ ରହିଛି । ତେବେ ଚଳିତ ବର୍ଷ ଯୁକ୍ତ ତିନି କଟ ଅଫ ମାର୍କରେ ରାଜ୍ୟର ଥିବା ପ୍ରମୁଖ ଭୁବନେଶ୍ଵରର ବିଜେବି କଲେଜ, ରମାଦେବୀ ମହିଳା କଲେଜ, କଟକର ଶୈଳବାଳା କଲେଜ ଭଳି ଅନେକ କଲେଜର ଧୀରେ ଧୀରେ ମେଧାବୀଙ୍କ କ୍ରେଜ କମିବାରେ ଲାଗୁଛି ।

ଏହା ବି ପଢନ୍ତୁ- ଆଜି ପ୍ରକାଶ ପାଇବ ଯୁକ୍ତ 3 ନାମଲେଖା ପ୍ରଥମ ମେଧା ତାଲିକା, ସିଟ ଅନୁସାରେ ଆବେଦନ କମ୍

SAMSର ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୧୦୪୧ଟି ମହାବିଦ୍ୟାଳୟରେ ୨ ଲକ୍ଷ ୭୦ ହଜାର ୫୪୭ ସିଟ ରହିଥିବା ବେଳେ ୨ ଲକ୍ଷ ୨୩ ହଜାର ୩୬୪ ଜଣ ଆବେଦନ କରିଛନ୍ତି । ତେବେ ଏଥିରୁ ଜଣାପଡୁଛି ଯେ, ପାଖାପାଖି ୫୦ ହଜାରରୁ ଅଧିକ ସିଟ ଖାଲି ପଡିପାରେ । ଯଦି ପ୍ରମୁଖ କଲେଜର କଟ ଆଫ ମାର୍କ ଦେଖିବା...

୨୦୨୩-୨୪ ଶିକ୍ଷ୍ୟା ବର୍ଷରେ ଟପ୍ ୧୦ ମଧ୍ୟରେ କଳା ବିଭାଗରେ ବିଜେବି କଲେଜର ସ୍ଥାନ ନଥିବା ବେଳେ ଫିଜିକ୍ସରେ ମଧ୍ୟ ସ୍ଥାନ ନାହିଁ । ସେହିପରି ଭାବରେ ବାଣିଜ୍ୟରେ ଦ୍ବିତୀୟ ନମ୍ବରରେ ରହିଛି ବିଜେବି କଲେଜ । ସେହିପରି ଭାବରେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜ ଦେଖିଲେ କଳା ବାଣିଜ୍ୟ ଏବଂ ସେଲ୍ପ ଫାଇନ୍ସିଂ କୋର୍ସରେ ମଧ୍ୟ ନାହିଁ ସ୍ଥାନ ନଥିବା ବେଳେ ଜୈବ ବିଜ୍ଞାନରେ ୯ମ ସ୍ଥାନରେ ରହିଛି। କଟକର ରେଭେନ୍ସାକୁ ଦେଖିଲେ କଳାରେ ସ୍ଥାନ ନଥିବା ବେଳେ ବିଜ୍ଞାନରେ କିଛି ବିଭାଗରେ ସ୍ଥାନ ପାଇଛି । ସେହିପରି ବାଣିଜ୍ୟରେ ଏକ ନମ୍ବରରେ ରହିଛି ରେଭେନ୍ସା । ଏପଟେ ଅନେକ ପ୍ରମୁଖ କଲେଜରୁ ଧୀରେ ଧୀରେ ମେଧାବୀ ଛାତ୍ରଛାତ୍ରୀ ମୁହିଁ ଫେରାଉଛନ୍ତି ।

ଚଳିତବର୍ଷ ରାଜ୍ୟର ୧୦୪୧ଟି ମହାବିଦ୍ୟାଳୟରେ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ ହୋଇଥିଲା । ଏଥିରେ ମୋଟ ୨ ଲକ୍ଷ ୨୩ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୭୪ ହଜାର ୧୯୫ ଜଣ ମନୋନୀତ ହୋଇଛନ୍ତି। କଳାରେ ୧ ଲକ୍ଷ ୮ ହଜାର ୪୮୩ ଜଣ, ସେଲ୍ଫ ଫାଇନାନ୍ସିଂରେ ୧ ହଜାର ୩୬୭ ଜଣ, ବାଣିଜ୍ୟରେ ୧୭ ହଜାର ୨୧୭ ଜଣ, ସଂସ୍କୃତରେ ୩ ହଜାର ୮୭୦ ଜଣ, ଫିଜିକାଲ୍ ସାଇନ୍ସରେ ୨୪ ହଜାର ୩୩୯ ଜଣ ଓ ବାୟୋଲୋଜିକାଲ ସାଇନ୍ସରେ ୧୮ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଏଥିମଧ୍ୟରୁ ଛାତ୍ର ରହିଛନ୍ତି ୭୨ ହଜାର ୧୬୩ ଓ ଛାତ୍ରୀ ରହିଛନ୍ତି ୧ ଲକ୍ଷ ୨ ହଜାର ୧୫ ଜଣ । ଏହା ସହ ୧୭ ଜଣ ଅଦର୍ସ ରହିଛନ୍ତି।

ତେବେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ । ଏହା ସହ କେବଳ ଜୁଲାଇ ୧୬ ତାରିଖ (ରବିବାର) ପାଇଁ ଛୁଟି ରହିବ । ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ। ସେହିପରି ଜୁଲାଇ ୨୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details