ଓଡିଶା

odisha

ETV Bharat / state

Plus 3 Admission: ସରିଲା ଆବେଦନ, ସିଟ୍ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ - ଶିକ୍ଷା ଖବର

୨୦୨୩ -୨୪ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ଆବେଦନ ପ୍ରକ୍ରିୟା ଆଜି ଶେଷ ହୋଇଛି । ସିଟ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ ରହିଛି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 4, 2023, 10:34 PM IST

ଭୁବନେଶ୍ବର:୨୦୨୩ -୨୪ ଶିକ୍ଷାବର୍ଷରେ ରାଜ୍ୟର ଡିଗ୍ରୀ କଲେଜ ଗୁଡ଼ିକରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଚଳିତ ବର୍ଷ ସିଟ ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ ରହିଥିବାରୁ ପ୍ରାୟ ୧ ଲକ୍ଷ ସିଟ ଖାଲି ପଡ଼ିପାରେ । ତେବେ ବର୍ତ୍ତମାନ ଯୁକ୍ତ ୩ ପାଇଁ ଆସନ ରହିଛି ୨ ଲକ୍ଷ ୭୦ ହଜାର । କଟ୍‌ ଅଫ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ ରେ ପ୍ରକାଶ ପାଇବ।

୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ ତିନିରେ ୧୦୪୨ଟି କଲେଜରେ ୨ ଲକ୍ଷ ୭୦ ହଜାର ୬୨୭ ଆସନ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୨୧ ହଜାର ୮୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୨ ଲକ୍ଷ ୨୦ ହଜାର ୫ ଜଣ ଛାତ୍ରଛାତ୍ରୀ ଆବେଦନ ପାଇଁ ଦେୟ ପୈଠ କରିଛନ୍ତି । ତେବେ ଏହା ତୁଳନାରେ ଆବେଦନ ସଂଖ୍ୟା ଯଥେଷ୍ଟ କମ ରହିଥିବାରୁ ପ୍ରାୟ ୧ ଲକ୍ଷ ସିଟ ଖାଲି ପଡ଼ିପାରେ । ଚଳିତ ବର୍ଷ କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬ ହଜାର ୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮ ହଜାର ୬୯୨, ବାଣିଜ୍ୟର ୩୨ ହଜାର ୩୮୦, ସେଲ୍ଫ ଫାଇନାନ୍ସିଂର ୨ ହଜାର ୦୮୬ ଓ ସଂସ୍କୃତରେ ୯ ହଜାର ୧୪୮ ଆସନ ରହିଛି।

ଏହା ବି ପଢନ୍ତୁ- ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା; ଯେକୌଣସି ତ୍ରୁଟି ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଦାୟୀ

ପୂର୍ବନିର୍ଦ୍ଧାରିତ ସୂଚନା ଅନୁଯାୟୀ, କଟ ଅଫ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ରେ ପ୍ରକାଶ ପାଇବ। ଜୁଲାଇ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ/ଫ୍ରିଜ୍/ ଅପ୍‌ସନ୍‌ ଫ୍ଲୋଟ୍ ଏବଂ ନାମଲେଖା ପାଇଁ ଅନଲାଇନ ପେମେଣ୍ଟ କରିପାରିବେ। ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ।

ତା’ ମଧ୍ୟରେ କେବଳ ଜୁଲାଇ ୧୬ ତାରିଖ ରବିବାର ପାଇଁ ଛୁଟି ରହିବ । ଅନ୍ୟ ଦିନଗୁଡ଼ିକରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ । ସେହିପରି ଜୁଲାଇ ୨୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ଅନୁସାରେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details