ଓଡିଶା

odisha

ETV Bharat / state

ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା, ପୁରସ୍କାର ଦେଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ - ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ମିଳିଲା ପୁରସ୍କାର

ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ଓ ସମ୍ବଲପୁର ଜିଲ୍ଲାକୁ ମିଳିଲା ପୁରସ୍କାର । ଏନେଇ ସ୍ବାସ୍ଥ୍ୟ ବିଭାଗର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଏକତା ଓ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । ଅଧିକ ପଢ଼ନ୍ତୁ

ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା
ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା

By

Published : Mar 25, 2023, 7:32 PM IST

ଭୁବନେଶ୍ବର: ଭାରତରେ ଯକ୍ଷ୍ମା ନିୟନ୍ତ୍ରଣରେ ଦ୍ବିତୀୟ ସ୍ଥାନରେ ରହିଛି ଓଡ଼ିଶା । ବର୍ତ୍ତମାନ ପ୍ରକାଶିତ ଇଣ୍ଡିଆ ଟିବି ରିପୋର୍ଟ ୨୦୨୩ରେ, ୨୦୨୨ ବର୍ଷ ପାଇଁ ଟିବି ବିଲୋପ କରିବାରେ ଅଗ୍ରଗତି ପାଇଁ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଦେଶରେ ୨ ନମ୍ବର ସ୍ଥାନରେ ରହିଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଏକତା ଓ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ।

ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା
ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା

ଇଣ୍ଡିଆ ଟିବି ରିପୋର୍ଟ ଆଧାରରେ ୨୦୨୨ ବର୍ଷ ପାଇଁ ଟିବି ବିଲୋପ କରିବାରେ ଅଗ୍ରଗତି ପାଇଁ ପ୍ରମୁଖ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡିଶା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ମଧ୍ୟ ଟିବି ଦିବସରେ ଓଡ଼ିଶାକୁ ଦୁଇଟି ମେଡାଲ ମିଳିଛି । ପୁରୀ ଜିଲ୍ଲାକୁ ସିଲଭର୍ ମେଡାଲ ଓ ସମ୍ବଲପୁର ଜିଲ୍ଲାକୁ ବ୍ରୋଞ୍ଚ ମେଡାଲ ମିଳିଛି । ଗତକାଲି ଟିବି ଦିବସରେ ବାରଣାସୀ ଠାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟକୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ ମଧ୍ୟ ଦୁଇଟି ମେଡାଲ ମିଳିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ ଟିମ୍ ହେଲଥ୍ ଓଡିଶାର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି । ଯାହାର ଉତ୍ସର୍ଗୀକୃତ ଉଦ୍ୟମ ଏହା ସମ୍ଭବ କରିପାରିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା

ସୂଚନା ଅନୁଯାୟୀ, ୨୦୨୫ ସୁଦ୍ଧା ଓଡିଶାକୁ ଯକ୍ଷ୍ମାମୁକ୍ତ ରାଜ୍ୟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ ଆରମ୍ଭ କରିଛି । ଖୁବଶୀଘ୍ର ରାଜ୍ୟର ସବୁ ବ୍ଲକରେ ଯକ୍ଷ୍ମା ଚିହ୍ନଟ ପାଇଁ ଉପଲବ୍ଧ ହେବ ମଡ୍ୟୁଲାର ଡାଇଗ୍ନୋସିସ୍ ମେସିନ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୦ଟି ମେସିନ କାମ କରୁଛି । ଯକ୍ଷ୍ମା ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ମାଗଣାରେ କରାଯାଉଛି ଯକ୍ଷ୍ମା ଟେଷ୍ଟିଂ ଓ ମାଗଣାରେ ଦିଆଯାଉଛି ଔଷଧ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟିଂ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାର ଲକ୍ଷଣ ହେଲା ଦୁଇ ସପ୍ତାହରୁ ଅଧିକ କାଶ ହେବା, କଫ ହେବା, ଦୁର୍ବଳ ଲାଗିବା, ଥଣ୍ଡା ଜ୍ବର ନଛାଡିବା ଓ ଭୋକ ନଲାଗିବା । "ଟିବି ହାରିବ, ଦେଶ ଜିତିବ" ଏହି ଅଭିଯାନକୁ ନେଇ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗକୁ ସଂପୂର୍ଣ୍ଣ ରୂପେ ନିରାକରଣ ନିମନ୍ତେ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟ କରୁଛି ।

ଯକ୍ଷ୍ମା ନିୟନ୍ତ୍ରଣ ମାପରେ ଦ୍ୱିତୀୟରେ ଓଡ଼ିଶା

ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ଓ HWC ଠାରେ ଚିହ୍ନଟ ହୋଇଥିବା ଯକ୍ଷ୍ମା ରୋଗୀମାନଙ୍କୁ ବିନା ମୁଲ୍ୟରେ ରୋଗ ନିରୂପଣ କରାଯାଇ ଉନ୍ନତମାନର ଔଷଧ ଦିଆଯାଉଛି । ମାଇକ୍ରୋସ୍କୋପି ଏବଂ ଏକ୍ସରେ ସହିତ ମୋଲେକୁଲାର ପଦ୍ଧତି ଦ୍ବାରା କଫ ପରୀକ୍ଷା ସୁବିଧାକୁ ଧିରେ ଧିରେ ସମସ୍ତ ବ୍ଲକକୁ ସଂପ୍ରସାରିତ କରାଯାଉଛି । ଏନପିୱାଇ ଅଧୀନରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ଯକ୍ଷ୍ମା ରୋଗୀକୁ ମାସିକ ୫୦୦ ଟଙ୍କା ଭତ୍ତା ଚିକିତ୍ସା ବାବଦରେ ଦିଆଯାଉଛି । ଚିକିତ୍ସା ଶେଷ ହେବା ପର୍ଯ୍ୟନ୍ତ ରୋଗୀର ବ୍ୟାଙ୍କ ଖାତା ଜରିଆରେ ପ୍ରଦାନ କରାଯାଉଛି । Bi-Directional ପଦ୍ଧତିରେ ଯକ୍ଷ୍ମା ସହ ଅନ୍ୟାନ୍ୟ ରୋଗଗୁଡିକ, ଯଥା କୋରୋନା, ଡାଇବେଟିସ, ଏଚଆଇଭି, ନିୟୁଟ୍ରେସନ ଏବଂ ଟବାକୋ ରୋଗର ଚିହ୍ନଟ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଯାହାକୁ ନେଇ ବର୍ତ୍ତମାନ ଟିବି ନିୟନ୍ତ୍ରଣରେ ଓଡ଼ିଶା ଦେଶରେ ଦୁଇ ନମ୍ବରରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details