ଓଡିଶା

odisha

By

Published : Feb 21, 2023, 1:58 PM IST

ETV Bharat / state

ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ ଆଣିଲେ ଅଭିଭାବକ ମହାସଂଘ

ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ ଆଣିଛନ୍ତି ଅଭିଭାବକ ମହାସଂଘ । ରେଜିଷ୍ଟ୍ରେସନ କରୁଥିଲେ ମଧ୍ୟ ପୋର୍ଟାଲରେ ତ୍ରୁଟି ପରିଲକ୍ଷିତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Rte portal
ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ ଆଣିଲେ ଅଭିଭାବକ ମହାସଂଘ

ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ ଆଣିଲେ ଅଭିଭାବକ ମହାସଂଘ

ଭୁବନେଶ୍ବର:ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ ଆଣିଲେ ଅଭିଭାବକ ମହାସଂଘ । ଅନେକ ଅଭିଭାବକମାନେ ରେଜିଷ୍ଟ୍ରେସନ କରୁଥିଲେ ମଧ୍ୟ ପୋର୍ଟାଲରେ ତ୍ରୁଟି ପରିଲକ୍ଷିତ ହେଉଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଘରୋଇ ସ୍କୁଲରେ ପାଠ ପଢିପାରିବେ । ଏଥିପାଇଁ ରାଜ୍ୟ ସରକାର ଘରୋଇ ସ୍କୁଲମାନଙ୍କରେ 25% ସିଟ୍ ରଖିବା ସହ ପିଲା ବିନା ମୂଲ୍ୟରେ ନାମ ଲେଖାଇବା ନେଇ ବ୍ୟବସ୍ଥା ହୋଇଛି । ଗତ 13 ତାରିଖରେ ଏହି ପାରଦର୍ଶୀ ପୋର୍ଟାଲ ଖୋଲିଥିଲା । ଏହାଦ୍ବାରା ପ୍ରାୟ 50 ହଜାରରୁ ଅଧିକ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ପାଇପାରିବେ । ତେବେ ଏହାର ଅଧିକରୁ ଅଧିକ ଭାବରେ ବ୍ୟାପକ ସଚେତନତା ଆବଶ୍ୟକ ରହିଛି l ଅନେକ ଅଭିଭାବକ ମଧ୍ୟ ଏହି ଯୋଜନା ମାଧ୍ୟମରେ ଆଡ଼ମିସନ ପାଇଁ ଅପେକ୍ଷା କରିରହିଛନ୍ତି । ହେଲେ ଏଥିରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ଆସିଛି ।

ଚଳିତ ବର୍ଷ ଏହି ପାରଦର୍ଶୀ ପୋର୍ଟାଲରେ ଅନେକ ତ୍ରୁଟି ଦେଖିବାକୁ ମିଳୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ଅଭିଭାବକ ମହାସଂଘ l ଅଭିଯୋଗ ମୁତାବକ ପୋର୍ଟାଲରେ ପୂର୍ବ ବର୍ଷ 22-23ର ତାରିଖ ରହିଛି । ଅନ୍ୟପଟେ ନିକଟସ୍ଥ ସ୍କୁଲ ତାଲିକା ଠିକରେ ଦର୍ଶାଯାଇ ନାହିଁ । ନର୍ସରୀ ଶ୍ରେଣୀର ନାମ ଲେଖା ପାଇଁ ବ୍ୟବସ୍ଥା ଉପଲବ୍ଧ ନଥିବା ପରି ଗୁରୁତର ତ୍ରୁଟି ରହିଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଆରଟିଇରେ ଘରୋଇ ସ୍କୁଲରେ 25% ନିଃଶୁଳ୍କ ସିଟରେ ଆଡମିଶନ ପାଇଁ ପାରଦର୍ଶୀ ପୋର୍ଟାଲକୁ ବର୍ଷ ସାରା ଆବେଦନ ପାଇଁ ଖୋଲା ରଖିବା, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥାକୁ ଛତିଶଗଡ ଓ ଦିଲ୍ଲୀ ଭଳି ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ବୃଦ୍ଧି ସହ ତ୍ରୁଟି ଥିବା ପୋର୍ଟାଲକୁ ତୁରନ୍ତ ଠିକ କରିବା, ସ୍କୁଲବ୍ୟାଗ ଓଜନ ନିୟମ କଡାକଡି ଲାଗୁ ସହ ଏନସିଇଆରଟି ବହିରେ ପାଠ ପଢ଼ାଇବା ଆଦି ଦିଗରେ ଧ୍ୟାନ ଦେବା ଆବଶ୍ୟ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଘରୋଇ ସ୍କୁଲରେ ଏକାଦଶ ଶ୍ରେଣୀକୁ ଦଶମ ଶ୍ରେଣୀରୁ କ୍ଲାସ ପ୍ରମୋସନ ହିସାବରେ ନିଆଯାଇ ଆଡ଼ମିସନ କରାଯାଉ ବୋଲି ଆଲୋଚନା କରିଥିଲେ ଅଭିଭାବକ ମହାସଂଘ । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ 2023-24 ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍‌ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା 2023 ଜାନୁଆରୀ 20 ତାରିଖରୁ ଫେବୃଆରୀ 5 ତାରିଖକୁ ଧାର୍ଯ୍ୟ କରାଯାଇଛି ।

13 ଫେବୃଆରୀରୁ 16 ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ରେଜିଷ୍ଟ୍ରେସନ୍‌ କରାଯିବ । ଏହା ସହିତ ବ୍ଲକ୍‌ ଶିକ୍ଷା ଅଧିକାରୀ ମାର୍ଚ୍ଚ 20 ତାରିଖ ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବେ । ମାର୍ଚ୍ଚ 23 ଓ 24 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଛାତ୍ରମାନଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ମାର୍ଚ୍ଚ 27 ତାରିଖରୁ ଅପ୍ରେଲ 24 ତାରିଖ ପର୍ଯ୍ୟନ୍ତ ସମ୍ପର୍ଣ୍ଣ ହେବ । ଦ୍ବିତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍‌ ଅପ୍ରେଲ 10 ତାରିଖ ରୁ 24 ତାରିଖ ମଧ୍ୟରେ ସଂପନ୍ନ ହେବ । ଦ୍ବିତୀୟ ପର୍ଯ୍ୟାୟର ଦରଖାସ୍ତଗୁଡ଼ିକ ଏପ୍ରିଲ 26 ତାରିଖ ସୁଦ୍ଧା ଯାଞ୍ଚ କରାଯିବ । ଅପ୍ରେଲ 28 ତାରିଖ ଦିନ ଅନଲାଇନ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଅପ୍ରେଲ 29ରୁ ମଇ 6 ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ । ପାରଦର୍ଶୀ ପୋର୍ଟାଲରେ 41 ହଜାର ସିଟ ରହିଥିବା ବେଳେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସଚେତନତା ଅଭାବ ରହିଛି ବୋଲି କହିଛି ଓଡିଶା ଅଭିଭାବକ ମହସଂଘ ।



ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details