ଭୁବନେଶ୍ବର:ଶିକ୍ଷାର୍ଥୀଙ୍କ ପାଇଁ ମନ୍ତ୍ରୀ ଘର ଆଗରେ ଆମରଣ ଅନଶନ ପୂର୍ବରୁ ଓଠାଇ ନେଲା ପୋଲିସ । ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଯାଉଥିବା ଓଡିଶା ଅଭିଭାବକ ମହାସଙ୍ଘର ଅନଶନକାରୀଙ୍କୁ ପୋଲିସ ଉଠାଇ ନେଇଛି ।
ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିବାକୁ ଯାଉଥିଲେ ଅଭିଭାବକ ମହାସଂଘ । ଏହା ପୂର୍ବରୁ ପୋଲିସ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଛି । ଦାବି ଗୁଡ଼ିକ ହେଲା ସେପ୍ଟେମ୍ବର1996 ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ବେସରକାରୀ ସ୍କୁଲ ଗୁଡ଼ିକ ପ୍ରଦାନ କରୁଥିବା ସୁବିଧା ଅନୁସାରେ ସ୍କୁଲ ଫି ନିର୍ଧାରଣ କରାଯାଉ । କୋରୋନା ସମୟରେ ସ୍କୁଲ ଫି ଛାଡ ନିର୍ଦ୍ଦେଶର କାର୍ଯ୍ୟକାରୀ ସମ୍ପର୍କିତ ସମସ୍ତ ତଥ୍ୟ ସ୍କୁଲ ଅନୁଯାୟୀ ପ୍ରଦାନ କରାଯାଉ ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶାନାମା ଅନୁଯାୟୀ ସ୍କୁଲ ବ୍ୟାଗ ଓଜନ ଆଇନକୁ କଡ଼ାକଡ଼ି ଲାଗୁ ଓ ଏନସିଆରଟି ବହି ସ୍କୁଲରେ ପାଠ ପଢାଯାଉ । ଶିକ୍ଷା ଅଧିକାର ଆଇନରେ 25% ମାଗଣା ସିଟରେ ନାମ ଲେଖା ପାଇଁ ଥିବା ପୋର୍ଟାଲକୁ ବର୍ଷସାରା ଖୋଲାଯାଉ । ଏହି ବ୍ୟବସ୍ଥାକୁ ନବମ ରୁ 12ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହି ବ୍ୟବସ୍ଥାରେ ଅଷ୍ଟମ ପର୍ଯ୍ୟନ୍ତ ଖାଲିଥିବା ସିଟ ପୂରଣ କରାଯାଉ । ଡ୍ରେସ୍ ବହି ଖାତା ଜୋତା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉ । ନିୟମକୁ ମାନୁଥିବା ସ୍କୁଲ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିନା ସିକୃତିରେ ଚାଲୁଥିବା ସବୁ ସ୍କୁଲ ବନ୍ଦ ସହ ସେମାନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।