ଭୁବନେଶ୍ବର:ଛୋଟ ପିଲାଙ୍କ ପାଇଁ ଖୋଲିଲା ଥାନା, ଅପରାଧର ଶିକାର ହେଲେ ଏଣିକି ଥାନାରେ ଅଭିଯୋଗ କରିପାରିବେ ନାବାଳକ ଓ ନାବାଳିକା । କ୍ରାଇମବ୍ରାଞ୍ଚ ପକ୍ଷରୁ ଉଦଘାଟିତ ହୋଇଛି ୧୬ଟି ବାଲମିତ୍ର ଥାନା(Balmitra police station) । କ୍ରାଇମବ୍ରାଞ୍ଚର ଷ୍ଟେଟ ଫରେନସିକ ଅଫିସ ସମେତ ୧୫ଟି ସ୍ଥାନରେ ଏହି ନୂତନ ଥାନାର ଉଦଘାଟନ କରିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଯେଉଁଠାରେ ପୋଲିସ କର୍ମଚାରୀ ମାନେ କେବଳ ଛୋଟପିଲା, ସେ ନାବାଳିକା ହୁଅନ୍ତୁ କି ନାବାଳକ ।
ଛୋଟ ପିଲାଙ୍କ ପାଇଁ ଖୋଲିଲା ବାଲମିତ୍ର ଥାନା ଥାନାରେ ଅଭିଯୋଗ କଲେ ଅପରାଧ ଜନିତ ମାମଲାର ହେବ ସମାଧାନ। ଏତଦ ବ୍ୟତିତ ଶିଶୁଙ୍କ ମାଆ ବା ମହିଳାମାନେ ଯଦି ଅପରାଧର ଶିକାର ହୋଇଥିବେ ତେବେ ସେମାନେ ଥାନାରେ ପୋଲିସକୁ ଜଣାଇ ପାରିବେ ମନକଥା । ଏନେଇ କ୍ରାଇମବ୍ରାଞ୍ଚର ମହିଳା ଅପରାଧ ଓ ଶିଶୁ ସୁରକ୍ଷା (Crime Against Women & Child welfare)ପକ୍ଷରୁ ଏଭଳି ନିଆରା ପ୍ରୟାସ କରାଯାଇଛି ।
ରସୁଲଗଡ ସ୍ଥିତ ଷ୍ଟେଟ ଫରେନସିକ କାର୍ଯ୍ୟାଳୟ ଭିତରେ ଖୋଲିଛି ଏହି ଥାନା । ଯଦି କେଉଁ ଛୋଟ ପିଲାଟି କାହାର ଭୟର ଶିକାର ହୋଇ କାହାକୁ କିଛି କହିପାରୁନି, ତେବେ କିପରି ପିଲାଟି ଅଭିଯୋଗ କରିପାରିବ ସେନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି, ଥାନାରେ ଛୋଟ ପିଲା ମାନେ କିଭଳି ମନଖୋଲି ଅଭିଯୋଗ କରିପାରିବେ ସେଥିପାଇଁ ଖେଳ ଓ ମନୋରଞ୍ଜନ ଭିତିକ ପରିବେଶ ବାଲମିତ୍ର ଥାନାରେ କରାଯାଇଛି । ଲାଇବ୍ରେରୀ ପ୍ଲେ ବୁକ୍ସ ଓ ଖେଳ ସରଞ୍ଜାମ ସହ ଛୋଟ ପିଲା କିପରି ନିଜର ମନକଥା ପ୍ରକାଶ କରିବ ସେ ନେଇ ପ୍ରୟାସ କରାଯାଇଛି ।
ସେହିପରି କେହି କେହି ଥାନାକୁ ନ ଆସିପାରିଲେ ହେଲ୍ପ ଲାଇନ ଜରିଆରେ ମଧ୍ୟ ଅଭିଯୋଗ ଜଣାଇପାରିବେ । ଏନେଇ ମଧ୍ୟ ସମ୍ପର୍କ ହେଲପ ଡେସ୍କ ମଧ୍ୟ ଖୋଲାଯାଇଛି । ଯେଉଁଠି ମହିଳା ଟିଏ ବା ଶିଶୁଟି ନିଜର ଅଭିଯୋଗକୁ ଫୋନ ଜରିଆରେ ଜଣାଇପାରିବ । ଏଥିପାଇଁ କିଛି ଏକ୍ସପର୍ଟ ଟିମ ରହିଛନ୍ତି । ଯେଉଁମାନେ କି ପିଲାଙ୍କ ନିକଟକୁ କଲବ୍ୟାକ କରିବା ସହ ଯୋଗାଯୋଗ କରିବେ । କିଛି ଅସୁବିଧା ଥିଲେ ପୋଲିସ ସହଯୋଗ କରିବ । ଏପରିକି ମାନସିକ ଅବସାଦ ଥିଲେ ହେଲପ ଡେସ୍କ ଜରିଆରେ ସମସ୍ତ ପ୍ରକାଶ ସହଯୋଗ କରିବ ପୋଲିସ ।
ଭୁବନେଶ୍ବର, ଇଟିଭି ଭାରତ