ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗଟେ କଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ । ପ୍ରେସମିଟ ଜରିଆରେ କହିଛନ୍ତି ଓଡ଼ିଶାର ମହିଳାମାନେ ବିଜେଡ଼ି ପାଇଁ କେବଳ ଏକ ଭୋଟ ବ୍ୟାଙ୍କ। କିନ୍ତୁ ବାସ୍ତବରେ ଯେଉଁ ସଶକ୍ତୀକରଣ ହେବା କଥା ତାହା ହୋଇନାହିଁ।
ପ୍ରବାସ କାର୍ଯ୍ୟକ୍ରମରେ ଦୁଇ ଦିନିଆ ଗସ୍ତରେ ଆସି ସାଂଗଠନିକ ଜିଲ୍ଳା ବୁଲି ଦେଖିବା ପରେ ସେ କହିଛନ୍ତି, ମହିଳା ବିରୋଧୀ ଅପରାଧ ଏବଂ ସାଇବର କ୍ରାଇମରେ ଓଡ଼ିଶା ଏକ ନମ୍ବର। କିନ୍ତୁ ନିର୍ଭୟା ଫଣ୍ଡର ସଦୁପଯୋଗ କରିବାରେ ପଛରେ ଓଡିଶା । 2021ରେ ନିର୍ଭୟା ଯୋଜନାରେ 75 କୋଟି କେନ୍ଦ୍ର ଦେଇଥିବା ବେଳେ ମାତ୍ର 45 କୋଟି ଖର୍ଚ୍ଚ ହୋଇଛି। ମମିତା, ପରୀ ଭଳି ଅନେକ ମହିଳା ବିରୋଧୀ ଘଟଣାରେ ବିଜେଡ଼ି ନେତା ମନ୍ତ୍ରୀଙ୍କ ସଂପ୍ରକ୍ତି ରହିଛି । କିନ୍ତୁ ବିଜେପିର ସବକା ସାଥ ସବକା ବିକାଶ ନୀତିର ବିପରୀତ ଧାରାରେ କାମ କରୁଛନ୍ତି ରାଜ୍ୟ ସରକାର । କାହିଁକି ନା ରାଜ୍ୟ ସରକାରଙ୍କ ଯୋଜନାର ଫାଇଦା କେବଳ ତାଙ୍କ ଦଳୀୟ କର୍ମୀଙ୍କୁ ମିଳୁଛି। ବିଜେଡ଼ିକୁ ଭୋଟ ଦେଉ ନଥିବାରୁ ଅନେକ ମହିଳା ଏଥିରୁ ବଞ୍ଚିତ ହେଉଛନ୍ତି।