ଭୁବନେଶ୍ବର:IPS ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କ ନାଁରେ ଗୁରୁତର ଅଭଯୋଗ ଆଣଛି ଛାତ୍ର କଂଗ୍ରେସ । IPS ଅଧିକାରୀ ସରକାରୀ ଟଙ୍କାରେ ବିଦେଶ ଗସ୍ତ କରି ବିଳାସପୂର୍ଣ୍ଣ ସୁଖ ଉପଭୋଗ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ IPS ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।
ଛାତ୍ର କଂଗ୍ରେସର ରାଷ୍ଟ୍ରିୟ ସଂଯୋଜକ ଅଖିଳେଶ ଯାଦବ କହିଛନ୍ତି, "ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ କିଭଳି ଏତେ ଛୁଟି ପାଉଛନ୍ତି ? ତାଙ୍କର ସରକାରୀ ବାସଭବନରେ କୋଟି କୋଟି ଟଙ୍କ ଖର୍ଚ କରି ରାଜ ଉଆସ ଭାବେ ସଜାଉଛନ୍ତି । ବାବୁଙ୍କର ଏହି ସବୁ ବିଶୃଙ୍ଖଳିତ କାର୍ଯ୍ୟ ସରକାରୀ ନିୟମର ଉଲ୍ଲଂଘନ କରୁଛି । ତାଙ୍କ ବିରୋଧରେ ତଦନ୍ତ ହେବା ଜରୁରୀ । ରାଉଲକେଲା ଏସପି ଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ କମିଶନ ବସିଥିବା ସତ୍ତ୍ବେ ତାଙ୍କୁ ପଦନ୍ନୋତି କିଭଳି ମିଳିଲା ?"