ଓଡିଶା

odisha

By ETV Bharat Odisha Team

Published : Sep 14, 2023, 8:32 PM IST

ETV Bharat / state

ପଶ୍ଚିମ ଓଡିଶା ପ୍ରତି ନାହିଁ ବୈମାତୃକ ଭାବ: ଯୋଜନା ଓ ସମନ୍ବୟ ମନ୍ତ୍ରୀ

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ପର୍ବ । ଦୁଇ ଦିନ ନୂଆଖାଇ ପାଳନ କରାଯାଇଥାଏ । ନୂଆଖାଇ ଓ ନୂଆଖାଇବାସୀ ଏହାକୁ ପଶ୍ଚିମ ଓଡିଶାରେ ପାଳନ ହୁଏ । ସେଥିପାଇଁ ଦୁଇ ଦିନ ମଧ୍ୟ ଛୁଟି ହୋଇଥାଏ । ଅଧିକ ପଢନ୍ତୁ

ପଶ୍ଚିମ ଓଡିଶା ପ୍ରତି ନାହିଁ ବୈମାତୃକ ଭାବ : ଯୋଜନା ସମନ୍ବୟ  ମନ୍ତ୍ରୀ
ପଶ୍ଚିମ ଓଡିଶା ପ୍ରତି ନାହିଁ ବୈମାତୃକ ଭାବ : ଯୋଜନା ସମନ୍ବୟ ମନ୍ତ୍ରୀ

ପଶ୍ଚିମ ଓଡିଶା ପ୍ରତି ନାହିଁ ବୈମାତୃକ ଭାବ : ଯୋଜନା ସମନ୍ବୟ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା 21 ତାରିଖରେ ବାଚସ୍ପତି ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାଚସ୍ପତି ନିର୍ବାଚନକୁ ଆଗୁଆ କିମ୍ବା ପଛୁଆ କରିବାକୁ ଦାବି କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ଦଳ । ଶାସକ ଦଳର ବିଧାୟକ ମଧ୍ୟ ଖୋଲାଖୋଲି ନହେଲେ ବି ଦାବିକୁ ସମର୍ଥନ କରୁଛନ୍ତି । କାରଣ ପଶ୍ଚିମ ଓଡିଶାରେ ନୂଆଖାଇ ଦୁଇ ଦିନ ପାଳନ ହୁଏ । ଚଳିତ ବର୍ଷ ଏହା 20 ଓ 21 ତାରିଖରେ ପଡୁଛି । ଯଦି ସରକାର ଏହା ନକରନ୍ତି, ତାହାଲେ ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରିବ ବୋଲି ଘୋଷଣା କରିଛି । ଯାହାର ଜବାବ ରଖିଛନ୍ତି ଶାସକ ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବାଚସ୍ପତି ନିର୍ବାଚନକୁ କଂଗ୍ରେସ ବୟକଟ କରୁଛି । କଂଗ୍ରେସର କୌଣସି ବି ବିଧାୟକ ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ । ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ପର୍ବ । ଦୁଇ ଦିନ ନୂଆଖାଇ ପାଳନ କରାଯାଇଥାଏ । ନୂଆଖାଇ ଓ ନୂଆଖାଇବାସୀ ଏହାକୁ ପଶ୍ଚିମ ଓଡିଶାରେ ପାଳନ ହୁଏ । ସେଥିପାଇଁ ଦୁଇ ଦିନ ମଧ୍ୟ ଛୁଟି ହୋଇଥାଏ । ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ 21 ତାରିଖରେ ବିଧାନସଭା ଡାକିଛନ୍ତି । ତାକୁ ପ୍ରତିବାଦ କଲେ ବି ସେମାନେ କର୍ଣ୍ଣାପାତ କରି ନାହାଁନ୍ତି । ଏଇଟା ପଶ୍ଚିମ ଓଡିଶା ପ୍ରତି ଉପହାସ । ରାଜ୍ୟ ସରକାର ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ନୂଆଖାଇରେ ଛୁଟି ନ ଦେଇ ପଶ୍ଚିମ ଓଡିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ।

ନରସିଂହଙ୍କ ଅଭିଯୋଗର ଜବାବ ରଖିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମନ୍ତ୍ରୀ କହିଛନ୍ତି ଯେ, ବାଚସ୍ପତି ନିର୍ବାଚନ ସଂସଦୀୟ ବ୍ୟାପାର ବିଭାଗ କଥା । ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ନିହାତି ଅବଗତ କରିଥିବେ । ସେ ଯାହା ନିଷ୍ପତ୍ତି ନେବେ ସେଇଟା ତାଙ୍କ ଅଧିକାର କ୍ଷେତ୍ରର କଥା । କିନ୍ତୁ ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର କେବେ ବି ବୈମାତୃକ ମନୋଭାବ କରିନାହାନ୍ତି । ପୂର୍ବ କି ପଶ୍ଚିମ ଓଡିଶା କେବେ ଦେଖନ୍ତିନି ରାଜ୍ୟ ସରକାର । ବୈମାତୃକ ମନୋଭାବ କେବେ ବି ଯୁକ୍ତିଯୁକ୍ତ କି ସ୍ବୀକାର କରିବା ଯୋଗ୍ୟ ନୁହେଁ । ପଶ୍ଚିମ ଓଡିଶାକୁ ସବୁବେଳେ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details