ଓଡିଶା ମିଲେଟସ ମିଶନକୁ ଗ୍ଲୋବାଲ ମଡେଲ ପୁରସ୍କାର ଭୁବନେଶ୍ବର: ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଓଡ଼ିଶା ମିଲେଟସ ମିଶନକୁ ମିଲେଟସ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ ପୁରସ୍କାର ମିଳିଛି । ହାଇଦ୍ରାବାଦରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି ପୁରସ୍କାର ତେଲେଙ୍ଗାନାର ରାଜ୍ୟପାଳଙ୍କଠାରୁ ଗ୍ରହଣ କରିଛନ୍ତି ।
ଓଡିଶା ମିଲେଟସ ମିଶନକୁ ଗ୍ଲୋବାଲ ମଡେଲ ପୁରସ୍କାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମିଲେଟସ ରିସର୍ଚ୍ଚ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଆୟୋଜିତ ହୋଇଛି । ମିଲେଟସ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ ମଡେଲ ପୁରସ୍କାର ମିଳିଛି । ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହାକୁ ଗ୍ରହଣ କରିଛନ୍ତି । ଆଜି କୃଷିଭବନରେ ପ୍ରମୁଖ ଶାସନ ସଚିବ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭେଟି ଓଡ଼ିଶା ମିଲେଟସ ମିଶନକୁ ମିଳିଥିବା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ମିଲେଟସ ମିଶନର ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ- International Convention on Millets: ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରସ୍କାର ପାଇଁ କୃଷି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ସହିତ ଏହି ସଫଳତା ପାଇଁ ଓଡ଼ିଶା ମିଲେଟସ ମିଶନ ଏବଂ ମିଲେଟସ ଚାଷରେ ସଂପୃକ୍ତ ଚାଷୀ ଭାଇ ଓ ଭଉଣୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ଦିଗଦର୍ଶନ ଯୋଗୁ ଓଡ଼ିଶା ମିଲେଟସ ମିଶନ ଆଜି ବିଶ୍ବ ଦରବାରରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ପରିଚୟ ଆଣି ଦେଇଛି । ମିଲେଟସର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡ଼ିଶା ମିଲେଟସ ମିଶନ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ ସାବ୍ୟସ୍ତ ହୋଇଛି । ଏହି ପୁରସ୍କାର ଏହାକୁ ପ୍ରମାଣିତ କରୁଛି । ପୁଷ୍ଟିଶସ୍ୟ ମାଣ୍ଡିଆର ପୁନରୁଦ୍ଧାର ସହିତ କ୍ଷେତ୍ରରୁ ଖାଦ୍ୟ ଥାଳିରେ ପହଞ୍ଚାଇବା ଦିଗରେ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମାଣ୍ଡିଆକୁ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ଦେଇପାରିବ । ଏହି ପୁରସ୍କାର ଓଡ଼ିଶା ମିଲେଟସ ମିଶନକୁ ଅଧିକ ପାରଦର୍ଶିତାର ସହ କାର୍ଯ୍ୟ ସଂପାଦନରେ ସହାୟକ ହେବ । ଏହା ସହିତ ଜନଜାତି ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳାମାନଙ୍କୁ ସଶକ୍ତ କରିବ ।
ଅଧିକ ପଢନ୍ତୁ- G-20 Summit: ଓଡିଶା ମିଲେଟ ମିଶନ ସଫଳତା ଜାଣିବ ସାରା ବିଶ୍ୱ, ମୟୂରଭଞ୍ଜର ଚାଷୀ ସୁବାସା ମହାନ୍ତ ବଖାଣିବେ ମାଣ୍ଡିଆ ଚାଷର ଅନୁଭୂତି
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, ଦେଶର ପ୍ରଥମ ରାଜ୍ୟ ଭାବରେ ଓଡିଶା ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀର ଆୟୋଜନ କରିଥିଲା । ତାହାକୁ ସମସ୍ତେ ପ୍ରଶଂସା କରିଥିଲେ । ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ମିଲେଟସ ପ୍ରୋତ୍ସାହନ ପାଇଁ ଓଡିଶାକୁ ଗ୍ଲୋବାଲ ମଡେଲ ପୁରସ୍କାର ମିଳିଛି । ଓଡିଶାର ମିଲେଟ ମିଶନର କାର୍ଯ୍ୟଧାରକୁ ଆଗାମୀ ଦିନରେ ଅଧିକ ତୀବ୍ରତର କରିବୁ । ଏହାର ସୁଫଳ ଯେମିତି ସମସ୍ତଙ୍କ ପାଖରେ ପହଁଚାଇବାକୁ ଚେଷ୍ଟା କରିବୁ ।
ଇଟିଭି ଭାରତ, ଭୁବନେଶ୍ବର