ଓଡିଶା

odisha

ETV Bharat / state

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ, ୮ ତାରିଖ ଯାଏଁ ଚାଲିବ ପରୀକ୍ଷା - ଷ୍ଟେଟ ଓପନ ସ୍କୁଲ ପରୀକ୍ଷା

ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଓ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା । ଅଧିକ ପଢନ୍ତୁ

matric supplementary exam
matric supplementary exam

By

Published : Jul 3, 2023, 10:27 AM IST

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ । ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା ଏହି ପରୀକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଛାତ୍ରଛାତ୍ରୀ ଯେଉଁମାନେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇ ପାରି ନଥିଲେ ସେହି ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସୁଯୋଗ ପାଇଛନ୍ତି । ରାଜ୍ୟର ୮୦ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେଉଛି । ୧୩୧୧ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସେହିପରି ୮ ହଜାର ୯ ଶହରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ । ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀଙ୍କୁ ସିଧା ଯୁକ୍ତ ଦୁଇରେ ନାମ ଲେଖାଇବାକୁ ସୁଯୋଗ ମିଳିବ । ଆଜି ସକାଳୁ ପରୀକ୍ଷାର୍ଥୀମାନେ ଶୃଙ୍ଖଳିତ ଢଙ୍ଗରେ ଆସି ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ ୨୬ରୁ ଫର୍ମ୍‌ ପୂରଣ କରାଯାଇ ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିଥିଲା ।

ପ୍ରକାଶ ଥାଉକି, ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଏଣିକି ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷରେ ଗୋଟିଏ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ଅର୍ଥାତ ମାଟ୍ରିକ ପରୀକ୍ଷାର୍ଥୀ ଏଥର ଗୋଟିଏ ଥରରେ ୬୦୦ ମାର୍କର ପରୀକ୍ଷା ଦେବେ । ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପୂର୍ବଭଳି ତ୍ରୟମାସିକ ପରୀକ୍ଷା ହେବ । ଏହି ପରୀକ୍ଷା ସ୍କୁଲସ୍ତରରେ କରାଯିବ । ଏହାର ଫଳାଫଳର ୨୦ ପ୍ରତିଶତ ମାର୍କ ବାର୍ଷିକ ପରୀକ୍ଷାରେ ଯୋଡା ହେବ । ତେବେ କୋରୋନା ପାଇଁ ପୂର୍ବରୁ ବିକଳ୍ପ ଭାବରେ ଯେଉଁ ସମ୍ମେଟିଭ ପରୀକ୍ଷାର ଆୟୋଜନ କରାଯାଉଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି । ସେହିପରି ପ୍ରତ୍ୟେକ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।

ଏହା ମଧ୍ୟ ପଢନ୍ତୁ- ଉଠିଲା ସମ୍ମେଟିଭ ପାର୍ଟନ; ଜୁଲାଇ ୩ରୁ ସପ୍ଲିମେଣ୍ଟାରୀ ପରୀକ୍ଷା

ତେବେ ୨୦୨୦ ମସିହାରେ କୋରୋନା ମହାମାରୀ ବ୍ୟାପିଥିବା ସମୟରେ ମାଟ୍ରିକ୍‌ ପରୀକ୍ଷା ସମ୍ପୂର୍ଣ୍ଣ କରାଯାଇ ପାରିନଥିଲା । ସେହିଭଳି ‌କୋଭିଡ୍‌ ସଂକ୍ରମଣ ଭୟରେ ୨୦୨୧ ମାଟ୍ରିକ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀ ଦେଇପାରିନଥିଲେ । ସେଥିପାଇଁ ବୋର୍ଡ ପକ୍ଷରୁ ବିକଳ୍ପ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ କରାଯାଇ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିଲା । ସଂକ୍ରମଣ ଓ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ବୋର୍ଡ ଏହି ସମ୍ମେଟିଭ ପରୀକ୍ଷା ଢାଞ୍ଚା ଆପଣାଇଥିଲା । ଯାହାକୁ ଏବେ ପରିବର୍ତ୍ତନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details