ଓଡିଶା

odisha

ETV Bharat / state

ଆଜିଠୁ OJEE କାଉନସେଲିଂ ପ୍ରକ୍ରିୟା ଆରମ୍ଭ, 15 ଯାଏଁ ରେଜିଷ୍ଟ୍ରେସନ

ଆଜିଠୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଓ ଚଏସ୍‌ ଲକିଂ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Ojee counselling process
ଆଜିଠୁ OJEE କାଉନସେଲିଂ ପ୍ରକ୍ରିୟା ଆରମ୍ଭ

By

Published : Jul 6, 2023, 7:26 AM IST

Updated : Jul 6, 2023, 11:55 AM IST

ଭୁବନେଶ୍ବର:ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଓ ଚଏସ୍‌ ଲକିଂ କରିପାରିବେ ଛାତ୍ର ଛାତ୍ରୀ । ଜୁଲାଇ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟର ଆଲଟମେଣ୍ଟ ପ୍ରକାଶ ପାଇବ । କାଉନସେଲିଂ ପ୍ରକ୍ରିୟାରେ ଟେକ୍ନିକାଲ ୟୁଜି ପାଠ୍ୟକ୍ରମ ପାଇଁ ନାମଲେଖା ହେବ ।

ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ବ ବିଦ୍ୟାଳୟରେ ନାମଲେଖା ହେବ । ଏହି କାଉନସେଲିଂ ପ୍ରକ୍ରିୟା ଅଗଷ୍ଟ 14 ସୁଦ୍ଧା ଶେଷ ହେବ । ଜୁଲାଇ ୩୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ ରାଜ୍ୟରେ ମୋଟ 48,783 ଜଣ ଓଜେଇଇ ରାଙ୍କ ପାଇଛନ୍ତି । ଓଜେଇଇ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଆଜି(ଗୁରୁବାର) ୧୧ ଟା ସମୟରେ ରେଜିଷ୍ଟ୍ରେସନ ସହ ଚଏସ ଫିଲିଂ କରିବେ ଛାତ୍ରାଛାତ୍ରୀ । ଯାହା ବି ଟେକ, ବି ପ୍ଲାନ, ବି କ୍ୟାଟ ଆଦି ବିଷୟରେ କରାଯିବ । ସେହିପରି ଜୁଲାଇ ୧୨ ତାରିଖରେ ଡିସପ୍ଲେ ସିଟ ଆଲଟମେଣ୍ଟ କରାଯିବ । ୧୫ ତାରିଖରେ ରେଜିଷ୍ଟ୍ରେସନ ସହ ଚଏସ ଲକିଂ ଶେଷ ହେବ ।

ସେହି ଅନୁଯାୟୀ ଜୁଲାଇ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ପ୍ରକାଶ ପାଇବ । ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ରିପୋର୍ଟିଂ କରିବେ ଛାତ୍ରଛାତ୍ରୀ । ସାର୍ଟିଫିକେଟ ପ୍ରମାଣପତ୍ର ଅପଲୋଡ଼, ଫି ଦାଖଲ ଆଦି କରାଯିବ । ସେହିପରି ଭାବରେ ଜୁଲାଇ ୩୧ ତାରିଖରେ ଦିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବ । ଅଗଷ୍ଟ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ସହ ସ୍ପେଶାଲ ଓଜେଇଇ ବି ଟେକ୍‌ ରାଙ୍କ ରଖିଥିବା ପିଲାମାନେ ରେଜିଷ୍ଟ୍ରେସନ କରିପାରିବେ । ଅଗଷ୍ଟ ୨ ପର୍ଯ୍ୟନ୍ତ ସିଟ୍‌ ପାଇଁ ବୁକିଂ କରିବେ ପରୀକ୍ଷାର୍ଥୀ । ସେହିପରି ଅଗଷ୍ଟ ୮ ତାରିଖରେ ତୃତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବ । ଅଗଷ୍ଟ ୮ ତାରିଖରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ରିପୋର୍ଟିଂ କରିବେ । ତଥ୍ୟ ଅପଲୋଡ୍‌, ଫି' ଦାଖଲ, ସିଟ୍‌ ଧାର୍ଯ୍ୟ କରିବା ଆଦି ଅନଲାଇନ ମାଧ୍ୟମରେ କରାଯିବ । ତେବେ ଅଗଷ୍ଟ ୧୪ ତାରିଖରେ ଶେଷ ଆଲଟମେଣ୍ଟ କରାଯିବ ।

ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବାର ଏକ ମାସ ପରେ କାଉନସିଲିଂ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଇଥିଲେ। ପରବର୍ତ୍ତୀ ସମୟର ସମସ୍ତେ ରାଙ୍କ୍‌ ବି ପାଇଲେ । ହେଲେ ଏକ ମାସ ପରେ ବି ଆଡମିଶନ ହୋଇନାହିଁ । ଅସନ୍ତୋଷ ତେଜିବାରୁ ଓଜେଇଇ ପକ୍ଷରୁ ଆଜିଠାରୁ କାଉନସେଲିଂ ଆରମ୍ଭ ହେବାକୁ ଯାଉଛି । କାଉନସେଲିଂ ପାଇଁ ଓଜେଇଇ ୱେବ୍‌ସାଇଟ www.ojee, nic.inରୁ ସମସ୍ତ ତଥ୍ୟ ପାଇପାରିବେ ।

ଏହା ବି ପଢନ୍ତୁ...OJEE Result 2023: ପ୍ରକାଶ ପାଇଲା ଓଜେଇଇ ଫଳାଫଳ, ବି-ଫାର୍ମରେ ସୌରଭ ପତି ଟପ୍ପର

ପ୍ରକାଶଥାଉ କି, ମେ' 8 ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ରାଜ୍ୟରେ 30ଟି ସହରରେ 44ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରେ 3ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସିବିଟି ମୋଡରେ 23ଟି ବର୍ଗରେ ପରୀକ୍ଷା ହୋଇଥିଲା । ଜୁନ୍‌ 2 ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । 48,815 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 48,783 ଜଣ ରାଙ୍କ୍‌ ପାଇଥିଲେ । ଗତ ଜୁନ୍‌ 26ରୁ 30 ଯାଏଁ ସ୍ପୋଶାଲ ଓଜେଇଇ ପରୀକ୍ଷା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 6, 2023, 11:55 AM IST

ABOUT THE AUTHOR

...view details