ଓଡିଶା

odisha

ETV Bharat / state

ଖଣି କ୍ଷେତ୍ରର ପରିଚାଳନା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ - କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ

ଖଣି ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ ଏବଂ ଖଣି ଅଞ୍ଚଳରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି କରିବାରେ ଓଡ଼ିଶା ଆଗରେ ରହିଛି । କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ ଏହା କହିଛନ୍ତି । ଅଧିକ ପଢନ୍ତୁ

ଖଣି କ୍ଷେତ୍ରର ପରିଚାଳନା ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ
ଖଣି କ୍ଷେତ୍ରର ପରିଚାଳନା ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ

By

Published : Jan 20, 2023, 7:05 PM IST

ଖଣି କ୍ଷେତ୍ରର ପରିଚାଳନା ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ

ଭୁବନେଶ୍ବର: ଖଣି କ୍ଷେତ୍ରର ପରିଚାଳନା ପାଇଁ ଓଡିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି । ଖଣି ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ ଏବଂ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି କରିବାରେ ଓଡ଼ିଶା ଆଗରେ ରହିଛି । ଆଜି ଭୁବନେଶ୍ବରରେ ଏହି ବୟାନ ଦେଇଛନ୍ତି କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ ।

କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି, "ଖଣି ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ ଏବଂ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି କରିବାରେ ଓଡ଼ିଶା ଆଗରେ ରହିଛି । ଖଣି ନିଲାମୀ, ଖଣିର ସର୍ଭେ, ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ଖଣିଜ ପାଣ୍ଠିର ବ୍ୟବହାର ପାଇଁ କେନ୍ଦ୍ରର ପରିବର୍ତ୍ତିତ ଖଣି ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅନ୍ୟରାଜ୍ୟଙ୍କଠାରୁ ଖୁବ୍‌ ଆଗରେ ରହିଛି ।"

ବେଙ୍ଗଲ କର୍ମସ ଅଫ ଚାମ୍ବର୍ସ ପକ୍ଷରୁ ମିନେରାଲ ମାଇନିଂ, ମେଟାଲସ କନକ୍ଳେଭରେ ଓଡ଼ିଶାର ସ୍ୱଚ୍ଛ ଖଣି ପରିଚାଳନା ପ୍ରକ୍ରିୟାକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଦେଶରେ ୫୦୦ ଖଣିଜ ବ୍ଲକ ନିଲାମ ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ସେଥିମଧ୍ୟରୁ ଚଳିତ ବର୍ଷ ୨୦୦ଟି ଖଣିଜ ବ୍ଲକ ନିଲାମ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ୨୦୦ଟି ଖଣି ନିଲାମ ପାଇଁ ରଖାଯିବ । ବେଙ୍ଗଲ ଚାମ୍ବର୍ସ ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ମିନେରାଲ୍ସ, ମାଇନିଂ ଆଣ୍ଡ ମେଟାଲ କନକ୍ଲେଭରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ ।

ସେହିପରି କେନ୍ଦ୍ର ଖଣି ସଚିବ କହିଛନ୍ତି, "ଦେଶରେ ଖଣିଜ ଅନ୍ୱେଷଣ ଲାଗି ଜିଓଲଜିକାଲ ସର୍ଭେ ଅଫ ଇଣ୍ଡିଆ ଆଉ ୧୨୬ଟି ପ୍ରକଳ୍ପ ଉପରେ କାମ ମଧ୍ୟ କରୁଛି । ପୂର୍ବରୁ ଦେଶରେ ଥିବା ଭ୍ରଷ୍ଟାଚାର ଯୁକ୍ତ ଖଣିଜ ଆବଣ୍ଟନ ବ୍ୟବସ୍ଥାକୁ ବଦଳାଯାଇ ଏହାକୁ ଅଧିକ ସ୍ୱଚ୍ଛ ଓ ସରଳ କରଯାଇଛି । ଖଣି ଓ ଖଣିଜ ସମ୍ପଦକୁ କୋଅପରେଟିଭ ଫେଡରାଲିଜିମକୁ ଅଣାଯାଇଛି । ଏ କ୍ଷେତ୍ରରେ ଓଡ଼ିଶା ହେଉଛି ସର୍ବଶ୍ରେଷ୍ଠ ଉଦାହରଣ । ୭-୮ ବର୍ଷ ପୂର୍ବେ ଓଡ଼ିଶା ଖଣି ରାଜସ୍ୱରୁ ୫ ହଜାର କୋଟି ଟଙ୍କା ପାଉଥିବା ବେଳେ ଗତ ବର୍ଷ ଏହା ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଗତ ବର୍ଷ ସାରା ଦେଶରେ ଉତ୍ପାଦନ ହୋଇଥିବା କ୍ରୋମାଇଟ ଶତ ପ୍ରତିଶତ ଓଡ଼ିଶାରୁ ଉତ୍ପାଦନ ହୋଇଛି । ଦେଶର 75 ପ୍ରତିଶତ ବକ୍ସାଇଟ, 50 ପ୍ରତିଶତ ଲୁହାପଥର ଓ 25 ପ୍ରତିଶତ କୋଇଲା ଓଡିଶାରୁ ଉତ୍ପାଦନ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details