ଓଡିଶା

odisha

ETV Bharat / state

ଜେଲ୍‌ରେ ମନେପଡୁଛି ଧନତେରସ, ସୁନା ପିନ୍ଧିବା ଥିଲା ନାଗ ଚାନ୍ଦ ଦମ୍ପତିଙ୍କ ସଉକ

ସୁନା ପିନ୍ଧିବା ଥିଲା ନାଗ ଚାନ୍ଦ ଦମ୍ପତିଙ୍କ ସଉକ, ଧନତେରସରେ କିଣନ୍ତି ଭଳିକି ଭଳି ସୁନା ଗହଣା, କିନ୍ତୁ ଆଜିର ଦିନରେ ଜେଲରେ ବନ୍ଦୀ ଉଭୟ ଦମ୍ପତି ।

ଜେଲରେ ମନେପଡୁଛି ଧନତେରସ
ଜେଲରେ ମନେପଡୁଛି ଧନତେରସ

By

Published : Oct 23, 2022, 5:47 PM IST

ଭୁବନେଶ୍ବର:ଆଜି ଧନତେରସ, ବୋଧହୁଏ ଆଜିର ଦିନରେ ମୁଁ ବାହାରେ ଥିଲେ ସୁନା ଗହଣା କିଣିଥାନ୍ତି, ଯେଉଁଟା ଇଚ୍ଛା ହୋଇଥାନ୍ତା ସେ ଯେତେ ଟଙ୍କା ପଡୁନା କାହିଁକି ମୁଁ କିଣି ଥାନ୍ତି, କିନ୍ତୁ ଜେଲ୍‌ରେ ଥିବାରୁ ମୋ ସ୍ବପ୍ନ ସ୍ବପ୍ନ ହୋଇ ରହିଯାଇଛି, ଜେଲ୍‌ରେ ଥାଇ ଏବେ ଏମିତି ଭାବୁଛନ୍ତି ନାଗ ଚାନ୍ଦ ଦମ୍ପତି । କାହିଁକି ନା ଆଜିର ଦିନରେ ପ୍ରତିବର୍ଷ ମହଣ ମହଣ ସୁନା କିଣିଥାନ୍ତି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ । ବିଶ୍ବାସ ରହିଥିଲା ଧନତେରସ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିବେ, ଧନ ସମ୍ପତ୍ତି ମଧ୍ୟ ଆହୁରି ବଢିବ, କିନ୍ତୁ ଚଳିତ ବର୍ଷ ଉଭୟ ଦମ୍ପତିଙ୍କ ପାଇଁ କାଳ ସାଜିଛି ଧନତେରସ । ଆଜିର ଦିନରେ ସୁନା ଦୋକାନ ନୁହଁ ବରଂ ଜେଲ୍‌ କୋଠରିରେ କଟୁଛି ଦିନ ରାତି ।

ଜେଲରେ ମନେପଡୁଛି ଧନତେରସ, ସୁନା ପିନ୍ଧିବା ଥିଲା ନାଗ ଚାନ୍ଦ ଦମ୍ପତିଙ୍କ ସଉକ

ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା କମାଉଥିଲେ ଉଭୟ ଦମ୍ପତ୍ତି । ଯେଉଁଥିରେ କି ଦାମି ଦାମି ଜିନିଷରେ ଘରକୁ ସଜାଉଥିଲେ । ବିଶେଷ କରି ଉଭୟଙ୍କ ଅଧିକ ସଉକ ଥିଲା ସୁନା ଗହଣାରେ। ଭାଇରାଲ ହୋଇଥିବା ଅନେକ ଫଟୋରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ସୁନାରେ ଛାଉଣୀ ହୋଇଥିବା ଦେଖିବାକୁ ମିଳିଛି । ଅର୍ଚ୍ଚନା ବେକରେ ମୋଟା ହାର ଲଗାଇଥିବାବେଳେ, ଜଗବନ୍ଧୁ ମଧ୍ୟ ବେକରେ ଓ ହାତରେ ସୁନାର ଚେନ ଲଗାଇଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ଏହି ଫଟୋ ଦେଖିଲେ ସୁନା ପ୍ରତି ଉଭୟଙ୍କ ଦୁର୍ବଳତା ଥିବା ବେଶ ବାରି ହୋଇପଡୁଛି । ତେବେ ପିନ୍ଧିବେନିବା କେମିତି ପାଖରେ ଯାହାର ଟଙ୍କା ଅଛି ତାହାର ସୁନା ପିନ୍ଧିବାର ସଉକ ବା ହେବନି କେମିତି ।

ଏହା ମଧ୍ୟ ପଢନ୍ତୁ-ଜେଲ କୋଠରୀରେ ନାଗ ଚାନ୍ଦ ଦମ୍ପତି, ଜବତ ଡାଏରୀକୁ ନେଇ ବଢିଲା ସସପେନ୍ସ ?

ଧନତେରସରେ ସୁନା ଦୋକାନ ଯାଉଥିଲେ ଉଭୟ ଦମ୍ପତ୍ତି । ସେଠାରେ ତାଙ୍କୁ ଦିଆଯାଉଥିଲା ଭିଆଇପି ଟ୍ରିଟମେଣ୍ଟ। । ସ୍ପେଶାଲ ଓ୍ବେଟିଙ୍ଗ ଜୋନରେ ଅର୍ଚ୍ଚନା ଆଗରେ ସେଲସ ମ୍ୟାନ ସୋ କରୁଥିଲେ ମନଲାଖି ଗହଣା । କେତେବେଳେ ହାତ ପାଇଁ ତ କେତେବେଳେ ବେକ ପାଇଁ ପୁଣି କେତେବେଳେ ସୁନାର ଅଣ୍ଟାବିଛା କିଣି ଖୁସି ହେଉଥିଲା ଅର୍ଚ୍ଚନା । କେବଳ ଅର୍ଚ୍ଚନା ନୁହେଁ ସ୍ବାମୀ ଜଗବନ୍ଧୁ ମଧ୍ୟଙ୍କର ଥିଲା ସୁନାର ସଉକ । ଧନତେରସକୁ ବେସ ଧୁମଧାମରେ ପାଳନ କରୁଥିଲେ ଉଭୟ । ଆଉ କିଣୁଥିଲେ ଭେରାଇଟର ସୁନାଗହଣା । ଏଥର କିନ୍ତୁ ଲେଡି ବ୍ଲାକମେଲରଙ୍କ ପାଇ ମହଙ୍ଗା ପଡିଛି ବ୍ଲାକମେଲିଂ ଓ ଟଙ୍କା ହଡପ କରିବା । ଯାହାକୁନେଇ ଜେଲରେ ଚାରିକାନ୍ଥ ଏବେ ନାଗ ଚାନ୍ଦ ଦମ୍ପତି ପାଇ ହୋଇଛି ପାପର ପ୍ରାୟଶ୍ଚିତ ସ୍ଥାନ ।

ତେବେ ଅର୍ଚ୍ଚନା ମାମଲାରେ ସ୍ବାମୀ ଗିରଫଦାରୀ ପରେ ଏବେ ଖଗେଶ୍ବର‌ ଉପରେ ପୋଲିସର ନଜର । ଖଗେଶ୍ବରକୁ ଧରିବାକୁ ବିଭିନ ସ୍ଥାନରେ ଚଢାଉ କରିଛି କମିଶନରେଟ୍ ପୋଲିସ। ଅନ୍ୟପଟେ ଖଗେଶ୍ବର ଆଗୁଆ ଜାମିନ‌ପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ପାଇଛି ପୋଲିସ । ତା ପୁର୍ବରୁ ଗିରଫଦାରି ପାଇ ଖଗେଶ୍ବର ପଛରେ କମିଶନରେଟ ପୋଲିସ ଟିମ । ସେପଟେ ଅର୍ଚ୍ଚନାର ଆର୍ଥିକ କାରବାରର ଛାନଭିନ ଚଳାଇଛି ପୋଲିସ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜଏଣ୍ଟ ଆକାଉଣ୍ଟର ନେଣଦେଣର ଯାଞ୍ଚ ଚାଲିଛି ।

କେଉଁ କେଉଁ ଆକାଉଣ୍ଟରୁ ଟଙ୍କା ଆସିଛି ସେ ନେଇ ଭେରିଫାଏ କରୁଛି ପୋଲିସ । ଅର୍ଚ୍ଚନର ଆର୍ଥିକ କାରବାର ଅପେକ୍ଷା ହାର୍ଡଡିସ୍କ ଓ ଲାପଟପ୍‌ ସମେତ ଜଗବନ୍ଧୁଙ୍କ ଲାପଟପ ଜବତ ପଛର ରାଜ କଣ ତାହା ଏବେ ପାଓ୍ବାରକରିଡର ପାଇଁ ଅଡୁଆ ବଢାଉଛି । ସେହିପରି ଜଗବନ୍ଧୁଙ୍କୁ ଗିରଫ ବେଳେ ଜବତ ଡାଏରୀକୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି ।

ABOUT THE AUTHOR

...view details