ଭୁବନେଶ୍ବର:ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କର ଦୈନିକ ଖାଇବା ଭତ୍ତା ପରିମାଣକୁ ବୃଦ୍ଧି କରିଛନ୍ତି । ଏହି ଭତ୍ତା ଏବେ ୫୦ରୁ ୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଶୁକ୍ରବାର ଦିନ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କର୍ମଚାରୀମାନେ କ୍ରମାଗତ ୮ ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରୁଥିବା ବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିଲା ୫୦ ଟଙ୍କା । ରାଜ୍ୟ ସରକାର ଏହାକୁ ୭୫ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଦୈନିକ ଖାଇବା ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀମାନଙ୍କୁ ଖାଇବା ବାବଦରେ ୫୦ ଟଙ୍କା ଦିଆଯାଉଥିଲା । ଯାହାକି ସେମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା । ତେଣୁ ଏହି ଭତ୍ତା ଏବେ ୫୦ରୁ ୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟପାଳଙ୍କ ରାୟଗଡ଼ା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ଉଦଘାଟନ