ଭୁବନେଶ୍ବର: କଲେଜରେ ଅବ୍ୟବସ୍ଥା । ଅଧ୍ୟାପକ ମନ ଇଚ୍ଛା ଆସୁଛନ୍ତି ମନ ଇଚ୍ଛା ଯାଉଛନ୍ତି । ଷ୍ଟୁଡେଣ୍ଟ୍ ଫିଡ ଵ୍ୟାକରୁ କିଛି ଏମିତି ରିପୋର୍ଟ ସାମ୍ନାକୁ ଆସିଛି । କଲେଜରେ ୭ ଘଣ୍ଟା ରହୁନାହାନ୍ତି ଅଧ୍ୟାପକ । ଛାତ୍ରଛାତ୍ରୀଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ କରାଯାଉଛି । ଅଧ୍ୟାପକଙ୍କ ପାଠ ପଢାରେ ହେଉ ବା ଅଧ୍ୟାପକଙ୍କ ଆଚରଣ ବ୍ୟବହାରରେ ହେଉ ତାହାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି ଛାତ୍ରଛାତ୍ରୀ ।
ମହାବିଦ୍ୟାଳୟ ହେଉ ବା ବିଶ୍ଵବିଦ୍ୟାଳୟ ସବୁଠି ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସୁଛି । ରାଜ୍ୟରେ ଥିବା ନାମୀଦାମୀ କଲେଜରୁ ମଧ୍ୟ ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆସୁଛି । ରାଜ୍ୟରେ ୧୮ ମହାବିଦ୍ୟାଳୟର ଅଧ୍ୟାପକଙ୍କ ବିରୋଧରେ ରହିଛି ମାଳମାଳ ଅଭିଯୋଗ । ଯେପରିକି ଉଚ୍ଚ ଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ପଚାରିଥିଲେ କଲେଜରେ ଜଣେ ଅଧ୍ୟାପକ ବା ଅଧ୍ୟାପିକା ୭ ଘଣ୍ଟା ଧରି କଲେଜରେ ରହୁଛନ୍ତି କି ନାହିଁ । ଏହାର ଉତ୍ତରରେ ସମସ୍ତେ ନା/ହିଁ କହିଛନ୍ତି । ଏହି ତାଲିକାରେ ରାଜ୍ୟରେ ଥିବା ନାମୀଦାମୀ କଲେଜର ନାମ ରହିଛି ।
ବିଜେବି କଲେଜରେ ମଧ୍ୟ କୌଣସି ଅଧ୍ୟାପକ ଓ ଅଧ୍ୟାପିକା ୭ ଘଣ୍ଟା କଲେଜ ରହୁନଥିବା ପିଲାମାନେ ଫିଡ ବ୍ୟାକ ଦେଇଛନ୍ତି । ମୋଟ 18ଟି କଲେଜର ଆଧ୍ୟାପକମାନେ କଲେଜରେ 7 ଘଣ୍ଟା ରହୁ ନଥିବା ଫିଡବ୍ୟାକ ରିପୋର୍ଟରୁ ଜଣାପଡିଛି । ଏହା ସହ ମହର୍ଷି ଲ କଲେଜର ଜଣେ ଅଧ୍ୟାପକ ଅନେକ ସମୟରେ କ୍ଲାସ ଆସୁନଥିବା ବେଳେ ଜଣେ ମାନସିକ ଭାବେ ଅସୁସ୍ଥ ବୋଲି ବୋଲି ପିଲାମାନେ ମତାମତ ଦେଇଛନ୍ତି । ଏପଟେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ମାନଙ୍କର ମଧ୍ୟ ମୂଲ୍ୟାଙ୍କନ କରିଛନ୍ତି ଛାତ୍ରଛାତ୍ରୀ । ଏଥିରେ ମଧ୍ୟ ସେହି ସମାନ ପ୍ରଶ୍ନ ପଚରା ଯାଇଛି । ୭ ଘଣ୍ଟା ପର୍ଯ୍ୟନ୍ତ କୌଣସି ଅଧ୍ୟାପକ କଲେଜରେ ରହୁଛନ୍ତି କି ନାହିଁ ପ୍ରଶ୍ନର ମଧ୍ୟ ସାମନ ଉତ୍ତର ଦେଇଛନ୍ତି ଛାତ୍ରଛାତ୍ରୀ ।