ଓଡିଶା

odisha

ETV Bharat / state

ପ୍ରାଇମେରୀ ସ୍କୁଲ ଗୁଡିକରେ ତୁରନ୍ତ ମୌଳିକ ସେବା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉକ୍ତ ସ୍କୁଲ ଗୁଡିକରେ ଶୌଚାଳୟ ନଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି କ୍ଳାସ ରୁମ, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ଠାରୁ ଆରମ୍ଭ କରି ସ୍କୁଲ ରେ ଅନେକ ମୌଳିକ ସମସ୍ୟାକୁ ନେଇ କୋର୍ଟ ମିତ୍ର ଆଜି ଏହି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱର ନେବା ସହ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ଗଣଶିକ୍ଷା ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ

By

Published : Feb 28, 2023, 11:01 PM IST

ପ୍ରାଇମେରୀ ସ୍କୁଲ ଗୁଡିକରେ ତୁରନ୍ତ ମୌଳିକ ସେବା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପ୍ରାଇମେରୀ ସ୍କୁଲ ଗୁଡିକରେ ତୁରନ୍ତ ମୌଳିକ ସେବା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରାଇମେରୀ ସ୍କୁଲ ଗୁଡିକରେ ତୁରନ୍ତ ମୌଳିକ ସେବା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ସରକାର ଶିକ୍ଷା ଉପରେ ଗୁରୁତ୍ବ ଦେଉଥିବା ବେଳେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକର ଚିତ୍ର କିନ୍ତୁ ଅନ୍ୟ କିଛି ବୟାନ କରୁଛି। ସ୍କୁଲରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ ଟଏଲେଟ ବ୍ୟବସ୍ଥା ନାହିଁ। ଖେଳ ପଡିଆର ତ ଦୂରର କଥା। ସେହିପରି କ୍ଲାସ ରୁମ ମଧ୍ୟ ବହୁ ସ୍କୁଲରେ ଆବଶ୍ୟକତା ଅନୁସାରେ ନାହିଁ। ପାନୀୟ ଜଳ ସମସ୍ୟା ସ୍କୁଲ ଗୁଡିକରେ ରହିଛି। ଆଜି ହାଇକୋର୍ଟରେ କୋର୍ଟ ମିତ୍ର ଏନେଇ ରିପୋର୍ଟ ଦାଖଲ କରିଛନ୍ତି। ବିଶେଷକରି ବୌଦ୍ଧ ଜିଲ୍ଲାର ୭ ଟି ପ୍ରାଇମେରୀ ସ୍କୁଲକୁ ସାମ୍ପୁଲ ଭାବରେ ନେଇ ଉକ୍ତ ସ୍କୁଲ ଗୁଡିକରେ ବିଭିନ୍ନ ସମସ୍ୟା କୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି କୋର୍ଟ ମିତ୍ର।

ଉକ୍ତ ସ୍କୁଲ ଗୁଡିକରେ ଶୌଚାଳୟ ନଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି କ୍ଳାସ ରୁମ, ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା ଠାରୁ ଆରମ୍ଭ କରି ସ୍କୁଲ ରେ ଅନେକ ମୌଳିକ ସମସ୍ୟାକୁ ନେଇ କୋର୍ଟ ମିତ୍ର ଆଜି ଏହି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ କୋର୍ଟ ଏହି ମାମଲାକୁ ଅତି ଗୁରୁତ୍ୱର ନେବା ସହ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ଗଣଶିକ୍ଷା ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୌଦ୍ଧ ଜିଲ୍ଲାର ଏହି ୭ ଟି ସାମ୍ପଲ ସ୍କୁଲ ସମେତ ରାଜ୍ୟରେ ଥିବା ବିଭିନ୍ନ ପ୍ରାଇମେରୀ ବିଦ୍ୟାଳୟ ଗୁଡିକରେ ଏହି ମୌଳିକ ସୁବିଧା ଗୁଡିକ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ମାମଲା ବିବରଣୀରୁ ଜଣାପଡ଼ିଛି ଯେ , ରାଜ୍ୟର ବିଭିନ୍ନ ପ୍ରାଇମେରୀ ବିଦ୍ୟାଳୟ ଗୁଡିକରେ ମୌଳିକ ସୁବିଧା ନଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଥିଲା। ଏପରିକି ଅନେକ ପ୍ରାଇମେରୀ ବିଦ୍ୟାଳୟରେ ଶୌଚାଳୟ ନଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ହାଇକୋର୍ଟ ଏହାକୁ ଗୁରୁତ୍ୱର ନେବା ସହ ନିଜ ଆଡୁ ମାମଲା ରୁଜୁ କରିଥିଲେ। ବିଶେଷକରି ରାଜ୍ୟରେ ଥିବା ବିଭିନ୍ନ ପ୍ରାଇମେରୀ ବିଦ୍ୟାଳୟ ଗୁଡିକର ସ୍ଥିତି କଣ ଅଛି? ଆବଶ୍ୟକ ମୁତାବକ ଶୌଚାଳୟ ରହିଛି ନାଁ ନାହିଁ ? ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ରହିଛି କି ନାହିଁ ? ବିଦ୍ୟୁତର ବ୍ୟବସ୍ଥା ରହିଛି କି ନାହିଁ ସେନେଇ ଜାଣିବାକୁ ଚାହିଁଥିଲେ କୋର୍ଟ।

ଗତ ବର୍ଷ ନଭେମ୍ବର ୧୫ ତାରିଖରେ ହାଇକୋର୍ଟ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ରଥଙ୍କୁ କୋର୍ଟ ମିତ୍ର ଭାବେ ନିଯୁକ୍ତି ଦେଇଥିଲେ। କିଛି ପ୍ରାଇମେରୀ ବିଦ୍ୟାଳୟକୁ ସାମ୍ପୁଲ ଭାବରେ ନେଇ ଏହି ତଥ୍ୟ ସଂଗ୍ରହ କରି କୋର୍ଟରେ ଦାଖଲ କରିବାକୁ କୋର୍ଟମିତ୍ରଙ୍କୁ କହିଥିଲେ। ତେବେ କୋର୍ଟ ମିତ୍ର ବୌଦ୍ଧ ଜିଲ୍ଲାର ୭ ଟି ପ୍ରାଇମେରୀ ବିଦ୍ୟାଳୟକୁ ସାମ୍ପୁଲ ଭାବରେ ନେଇ ଉକ୍ତ ବିଦ୍ୟାଳୟର ସମସ୍ୟାକୁ ନେଇ ଆଜି କୋର୍ଟରେ ଦାଖଲ କରିଥିଲେ। କୋର୍ଟ ଏହି ମାମଲାର ବିଚାରକରି ପରବର୍ତ୍ତୀ ଶୁଣାଣି ମଧ୍ୟରେ ମୌଳିକ ସୁବିଧା ଯୋଗାଇଦେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏନେଇ ଆଗାମୀ ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ଏପ୍ରିଲ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଇଟିଭି ଭାରତ, କଟକ

ABOUT THE AUTHOR

...view details