ଓଡିଶା

odisha

ETV Bharat / state

ଫୋକସରେ ଆମ ହସ୍ପିଟାଲ ଯୋଜନା, ଡାକ୍ତର ପଦବୀ ପୂରଣ ନେଇ ନିଆଯାଉଛି ପଦକ୍ଷେପ - ଶାଳିନୀ ପଣ୍ଡିତ

ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସମ୍ପର୍କରେ ଆଲୋଚନା ହୋଇଛି । ସ୍ବାସ୍ଥ୍ୟ ବିଭାଗର 'ଆମ ହସ୍ପିଟାଲ ଯୋଜନା' ଫୋକସରେ ରହିଛି । ଏଥିଲାଗି ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । ଅଧିକ ପଢନ୍ତୁ

Ama Hospital Programme
Ama Hospital Programme

By

Published : Feb 14, 2023, 7:33 PM IST

Updated : Feb 14, 2023, 11:05 PM IST

ଫୋକସରେ ଆମ ହସ୍ପିଟାଲ ଯୋଜନା, ଡାକ୍ତର ପଦବୀ ପୂରଣ ନେଇ ନିଆଯାଉଛି ପଦକ୍ଷେପ

ଭୁବନେଶ୍ବର:ସ୍ବାସ୍ଥ୍ୟ ବିଭାଗ ଫୋକସରେ ରହିଛି 'ଆମ ହସ୍ପିଟାଲ ଯୋଜନା' । ଏହି ଯୋଜନା ଅଧୀନରେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ । ଏଥିପାଇଁ ରାଜ୍ୟ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ଏଥି ସହିତ ଅଭାବ ଡାକ୍ତର ପଦବୀ ପୂରଣ ଲାଗି ପ୍ରକ୍ରିୟା ଜାରି ରହିଛି । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ।

ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀ

ସ୍ବାସ୍ଥ୍ୟ ସଚିବ କହିଛନ୍ତି, "ବିଗତ କିଛି ବର୍ଷ ଭିତରେ ରାଜ୍ୟରେ ୭ଟି ମେଡିକାଲ କଲେଜ ଏବଂ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ୪ଟି ହସ୍ପିଟାଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । କଳାହାଣ୍ଡି, ତାଳଚେର, ଯାଜପୁର, କନ୍ଧମାଳ ଏଥିରେ ସାମିଲ । ସେହିପରି ଅନୁଗୋଳ, ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଝାରସୁଗୁଡାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ ।"

ଫୋକସରେ ଆମ ହସ୍ପିଟାଲ ଯୋଜନା

ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ ନେଇ ପଦକ୍ଷେପ ନିଆଯାଉଥିବା ସଚିବ ସୂଚନା ଦେଇଛନ୍ତି । ୩ହଜାର ଡାକ୍ତର ପଦବୀ ପାଇଁ OPSC ଅଧୀନରେ ଚୟନ କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ହଜାର ପଦବୀ ପାଇଁ OPSC ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଛି । ସେହିପରି BSKYକୁ ସମ୍ପ୍ରସାରଣ କରାଯାଉଛି । ରାଜ୍ୟ ବାହାରେ ୫୦୦ ହସ୍ପିଟାଲକୁ BSKYରେ ସାମିଲ କରାଯାଇଛି । ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି । BSKYରେ ଏବେ ଯାଏଁ ରାଜ୍ୟରେ ୯୬.୫ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି ।

ଏହା ବି ପଢନ୍ତୁ-2 ଦିନିଆ IAS ସମ୍ମିଳନୀ ଉଦଘାଟିତ, ସଶକ୍ତ ଓଡିଶା ଗଠନ ନେଇ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ଓଡ଼ିଶା ବିକାଶର ନୂତନ ପର୍ଯ୍ୟାୟରେ ପହଞ୍ଚିଛି । ତାଙ୍କର ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶକୁ ମୂଳଭିତ୍ତି କରି ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଦିଗରେ ନିରନ୍ତର ବିକାଶ ଲକ୍ଷ୍ୟର ଦୃତ ହାସଲ ନିମନ୍ତେ ବହୁ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପମାନ ନିଆଯାଇଛି । ୨୦୨୦-୨୧ ବର୍ଷ ନିରନ୍ତର ବିକାଶ ଲକ୍ଷ୍ୟ ଇଣ୍ଡିଆ ଇଣ୍ଡେକ୍ସ ଉତ୍ତମ ସ୍ବାସ୍ଥ୍ୟ ଏବଂ ସାମଗ୍ରିକ ସୁସ୍ଥତା ସମ୍ବନ୍ଧିତ SDG-୩ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ପାହ୍ୟାକୁ ଉନ୍ନିତି ହୋଇଛି ।

ମ୍ୟାଲେରିଆ ନିରାକରଣରେ ଓଡ଼ିଶା ମଡେଲକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ବିଶ୍ବସ୍ତରୀୟ ମୋଡେଲ ଭାବେ ସ୍ବୀକୃତି ଦେଇଛନ୍ତି । ୨୦୨୧ ମସିହା ଆକଳନ ଅନୁଯାୟୀ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ୨ୟ ସ୍ଥାନ ଅଧିକାର କରିଛି । ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସର୍ବାଧିକ ୩୯ ପଏଣ୍ଟ ହ୍ରାସ ହାସଲ କରି ଉଦାହରଣ ସୃଷ୍ଟି କରିଛି । ପୂର୍ଣ୍ଣ ଟୀକାକରଣ କ୍ଷେତ୍ରରେ ୯୦.୫ ପ୍ରତିଶତ ସାଫଲ୍ୟ ହାସଲ ସହ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସମଗ୍ର ଦେଶରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଗାଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ । ଏହି ବ୍ୟବସ୍ଥାରେ ରାଜ୍ୟର ପ୍ରତିଟି କୋଣ ଅନୁକୋଣରେ ବରିଷ୍ଠ ବିଶେଷଜ୍ଞମାନେ ପହଞ୍ଚି ପୀଡିତ ଲୋକମାନଙ୍କୁ ସୁପର ସ୍ପେସାଲିଷ୍ଟ୍‌ ଚିକିତ୍ସା ଓ ଯତ୍ନ ଯୋଗାଉଛନ୍ତି ।

କ୍ୟାନ୍ସର ପ୍ରତିହତ ଲାଗି ରାଜ୍ୟ ରାଜଧାନୀରେ ୭୫୦ ଶଯ୍ୟା ବିଶିଷ୍ଟ ବାଗଚୀ ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିରେ କ୍ୟାନ୍ସର ଚିକିତ୍ସା ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ । ରାଜ୍ୟ ସରକାର, ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବଂ ଟାଟା ମେମୋରିଆଲ କେନ୍ଦ୍ରଙ୍କ ମିଳିତ ସହଯୋଗିତାରେ ଭୁବନେଶ୍ବର ନାଇଜରରେ ୨୫୦ ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା କରିବେ । ରାଜ୍ୟ ସରକାର ମଧ୍ୟ ଝାରସୁଗୁଡାରେ ସ୍ବତନ୍ତ୍ର କ୍ୟାନ୍ସର ଏବଂ ହୃଦରୋଗ ଚିକିତ୍ସା ହସ୍ପିଟାଲ ପିପିପି ମୋଡରେ ଆରମ୍ଭ ହେବ ।

ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରଣା ଏବଂ ଦେବଗଡ଼ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆମ ହସ୍ପିଟାଲ ବିଷୟରେ ଆଲୋଚନା ହୋଇଛି । ଯେଉଁଥିରେ 5T ଢ଼ାଞ୍ଚାରେ ଡାକ୍ତରଖାନାର ରୁପାନ୍ତରଣକୁ ରୋଗୀ କୈନ୍ଦ୍ରିକ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି । ସର୍ବୋତ୍ତମ ପ୍ରାମାଣିତ ମଡେଲଗୁଡ଼ିକୁ ସବୁ ଜିଲ୍ଲାର ଡାକ୍ତରଖାନାରୁ ରୂପାନ୍ତରଣରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 14, 2023, 11:05 PM IST

ABOUT THE AUTHOR

...view details