ଓଡିଶା

odisha

By ETV Bharat Odisha Team

Published : Oct 27, 2023, 8:32 PM IST

Updated : Oct 27, 2023, 8:39 PM IST

ETV Bharat / state

Outgoing Governor Prof Ganeshi Lal: ପୁଣ୍ୟଭୂମି ଓଡିଶାକୁ କେବେ ଭୁଲିପାରିବି ନାହିଁ: ବିଦାୟୀ ରାଜ୍ୟପାଳ

ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ‘‘ ମୋର ଜନ୍ମ ହରିୟାଣାରେ ହୋଇଛି। କିନ୍ତୁ ଓଡ଼ିଶା ଆସି ମୁଁ ଜାଣିପାରିଲି ମୁଁ କାହିଁକି ଆସିଛି, କେଉଁଠୁ ଆସିଛି ଆଉ କେମିତି ଆସିଛି ? ଓଡ଼ିଶାର ଲୋକମାନେ ମୋତ ପାଳି ପୋଷି ବଡ କରିଛନ୍ତି । ମୋର ନିଜର ବୋଲି କିଛି ନାହିଁ।’’ ଆଜି ଓଡିଶା ଛାଡିବା ପୂର୍ବରୁ ରାଜଭବନ ପରିସରରେ ପ୍ରଫେସର ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଅଧିକ ପଢନ୍ତୁ

Outgoing Governor Prof Ganeshi Lal: ପୁଣ୍ୟଭୂମି ଓଡିଶାକୁ କେବେ ଭୂଲିପାରିବି ନାହିଁ: ବିଦାୟୀ ରାଜ୍ୟପାଳ
Outgoing Governor Prof Ganeshi Lal: ପୁଣ୍ୟଭୂମି ଓଡିଶାକୁ କେବେ ଭୂଲିପାରିବି ନାହିଁ: ବିଦାୟୀ ରାଜ୍ୟପାଳ

Outgoing Governor Prof Ganeshi Lal: ପୁଣ୍ୟଭୂମି ଓଡିଶାକୁ କେବେ ଭୂଲିପାରିବି ନାହିଁ: ବିଦାୟୀ ରାଜ୍ୟପାଳ

ଭୁବନେଶ୍ବର: ଜୀବନ କାଳରେ ଓଡିଶାକୁ କେବେ ଭୁଲିପାରିବି ନାଇଁ । ଓଡିଶା ମାଟିରେ କାମ କରିଥିବାରୁ ମୁଁ କୃତଜ୍ଞ। ଉତ୍କଳବାସୀଙ୍କ ସେବା କରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଓଡିଶା ମୋ ଚିନ୍ତା ଆଉ ଚେତନାକୁ ଉତ୍ତରିତ କରିଛି। ଓଡିଶାରୁ ମୁଁ ଅନେକ କଥା ଶିଖିଛି। ଓଡିଶାର ଜନସାଧାରଣଙ୍କ ଅଯାଚିତ ସ୍ନେହ ଶ୍ରଦ୍ଧା କେବେ ଭୁଲିପାରିବି ନାହିଁ। ଓଡିଶା ଭୁଗଲ ନୁହେଁ ଏକ ମହାଭାବ, ଯାହାର ଭିତ୍ତି ଓ ଆଧାର ହେଉଛି ବିଶ୍ବଜନବିଦିତ। ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ଅଛି। ଓଡିଶା ହେଉଛି ଏକ ପୁଣ୍ୟଭୂମି। ଏହାର ଅଧିବାସୀ ମାନଙ୍କୁ ମୋର କୋଟି ପ୍ରଣାମ। ଯେଉଁ ଭୂମିରେ ମହାପ୍ରଭୁ ଜଗନ୍ନାଥ ସ୍ବୟଂ ଅଧିଷ୍ଠିତ ସେହି ମହାନ ଭୂମିରୁ ମୋର ପ୍ରଣାମ । କାର୍ଯ୍ୟକାଳ ଶେଷ ହେବା ପରେ, ବିଦାୟ ନେବା ପୂର୍ବରୁ ନିଜ ବିଦାୟୀ ଭାଷଣରେ ଏହା କହିଛନ୍ତି ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଅଧିକ ପଢନ୍ତୁ- Farewell To Ganeshi Lal: ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ସେହିପରି ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ‘‘ ମୋର ଜନ୍ମ ହରିୟାଣାରେ ହୋଇଛି। କିନ୍ତୁ ଓଡ଼ିଶା ଆସି ମୁଁ ଜାଣିପାରିଲି ମୁଁ କାହିଁକି ଆସିଛି, କେଉଁଠୁ ଆସିଛି ଆଉ କେମିତି ଆସିଛି ? ଓଡ଼ିଶାର ଲୋକମାନେ ମୋତ ପାଳି ପୋଷି ବଡ କରିଛନ୍ତି । ମୋର ନିଜର ବୋଲି କିଛି ନାହିଁ।’’ ଆଜି ଓଡିଶା ଛାଡିବା ପୂର୍ବରୁ ରାଜଭବନ ପରିସରରେ ପ୍ରଫେସର ଲାଲଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏତତ ବ୍ୟତୀତ ବିମାନ ବିନ୍ଦରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବିଦାୟ ଦେଇଥିଲେ ।

ଏହା ପୂର୍ବରୁ ବିଦାୟୀ ରାଜ୍ୟପାଳଙ୍କୁ ଗତକାଲି ରାଜଭବନ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜଭବନର ସମସ୍ତ କର୍ମଚାରୀ, ଅଧିକାରୀଙ୍କ ପକ୍ଷରୁ ସ୍ମୃତି ଫଳକ ଓ ଉପହାର ଦେଇ ବିଦାୟ ଦିଆଯାଇଥିଲା । ଏହାସହ ତାଙ୍କର ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ରାଜଭବନ ଯାଇ ବିଦାୟୀ ରାଜ୍ୟପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଏହାସହ ରାଜ୍ୟବାସୀଙ୍କ ସେବା କରିଥିବାରୁ ଧନ୍ୟବାଦ ଦେଇଥିଲେ ।

ଗତ ୨୦୧୮ ମେ ୨୫ ତାରିଖରେ ଓଡିଶାର ୨୫ ତମ ରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ ପ୍ରଫେଶର ଗଣେଶୀ ଲାଲ। ନିଯୁକ୍ତି ପାଇବାର 4 ଦିନ ପରେ ଅର୍ଥାତ ମେ ୨୯ ତାରିଖରେ ଓଡିଶା ଆସି ତତ୍କାଳୀନ ଭାରପ୍ରାପ୍ତ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ । ଜଣେ ଜ୍ଞାନିଗୁଣି, ଗାଣିତିକ, ଇଂରାଜୀରେ ପ୍ରଗାଢ ଜ୍ଞାନ, ସହ ଭାଷା, ସଂସ୍କୃତିରେ ବିଦ୍ବାନ ଥିବା ପ୍ରଫେସର ଲାଲ ସଂଗୀତ କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ରୁଚି ରଖିଥିଲେ । ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇ ପ୍ରତିଟି ଓଡିଆଙ୍କ ହୃଦୟରେ ସେ ସ୍ବତନ୍ତ୍ର ସ୍ଥାନ ପାଇଛନ୍ତି । ଜଣେ ଶାନ୍ତ ସରଳ ପ୍ରଫେସର ଲାଲ ଓଡିଶାର ପ୍ରତିଟି ଲୋକଙ୍କୁ ଭଲ ପାଉଥିଲେ । ପ୍ରତି ଓଡିଆଙ୍କୁ ଭେଟିବାକୁ ସୁଯୋଗ ଖୋଜୁଥିଲେ । ସେଥିପାଇଁ ତ ନିଜ କାର୍ଯ୍ୟକାଳରେ ସେ ରାଜ୍ୟର ସମସ୍ତ ଜିଲ୍ଲାକୁ ଗସ୍ତ କରିଥିଲେ । ଆଦିବାସୀ, ଗରିବ, ମଧ୍ୟବିତ୍ତ ସମସ୍ତଙ୍କୁ ଭେଟୁଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ରାଜଭବନର ଦ୍ବାର ସାଧାରଣ ଲୋକଙ୍କ ପାଇଁ କଟକଣା କହଳ କରିଦେଇଥିଲେ । ତାଙ୍କର ଅବଦାନ ସେବା ଓଡିଶାବାସୀ କେବେ ଭୁଲି ପାରିବେ ନାହିଁ । ସମ୍ଭବତଃ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାର ଯେତେ ଜଣ ରାଜ୍ୟପାଳ ହୋଇଛନ୍ତି ପ୍ରଫେସଲ ଲାଲ ହିଁ ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି ।

ବର୍ଷ ୧୯୪୨ ହରିୟାଣାର ସୀରସାଠାରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ଗଣେଶୀ ଲାଲ ଜଣେ ଉଚ୍ଚ କୋଟିର ବ୍ୟକ୍ତି ଥିଲେ। ଇଂରାଜୀ ଅନର୍ସରେ ସ୍ନାତକ ହାସଲ କରିବା ପରେ ଗଣିତରେ ସ୍ନାତକୋତ୍ତର କରିଥିଲେ। ସେ ବିଏ,ଏମଏରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହ ସ୍ବର୍ଣ୍ଣ ପଜକ ପାଇଥିଲେ। ହରିୟାଣାର ଜଣେ ବିଶିଷ୍ଟ ଶିକ୍ଷାବିତ ଭାବରେ ସେ ବିଭିନ୍ନ କଲେଜରେ ଶିକ୍ଷାଦାନ କରିଥିଲେ । ୧୯୬୪ ରୁ ୧୯୯୨ ପର୍ଯ୍ୟନ୍ତ ସେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ଶିକ୍ଷାଦାନ କରିଥିଲେ। ମୂଳରୁ ସେ ବିଜେପି ସହ ଜଡିତ ଥିଲେ। ପରବର୍ତ୍ତୀ ସମୟରେ ସେ ହରିଆଣା ବିଜେପି ସଭାପତି ଭାବେ ଦାୟିତ୍ବ ନେଇଥିଲେ। ରାମ ଜନ୍ମଭୂମି ଅଭିଯାନର ଜଣେ ସକ୍ରିୟ ସଦସ୍ୟ ଭାବେ ସେ ପରିଚିତ। ୧୯୯୬ ରେ ସେ ସିରସା ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ମନ୍ତ୍ରୀ ହୋଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 27, 2023, 8:39 PM IST

ABOUT THE AUTHOR

...view details