ଓଡିଶା

odisha

ଓଡ଼ିଶାର ହସ୍ତକଳା ବିଶ୍ବରେ ପ୍ରସିଦ୍ଧ: ବୟନ ଶିଳ୍ପ ମନ୍ତ୍ରୀ

Minister Rita Sahu on Handicraft: ଓଡ଼ିଶାର ହସ୍ତକଳା ବିଶ୍ବରେ ପ୍ରସିଦ୍ଧ । ଆଜି ବୁଣାକାର ମହାସଙ୍ଘର ଖୋର୍ଦ୍ଧା ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 9, 2024, 9:32 PM IST

Published : Jan 9, 2024, 9:32 PM IST

Minister Rita Sahu on Handicraft
Minister Rita Sahu on Handicraft

ଓଡ଼ିଶାର ହସ୍ତକଳା ବିଶ୍ବରେ ପ୍ରସିଦ୍ଧ

ଖୋର୍ଦ୍ଧା:ଆମ ରାଜ୍ୟର ସଂସ୍କୃତି ପରମ୍ପରା ଓ ଐତିହ୍ୟ ସହିତ ହସ୍ତତନ୍ତର ସମ୍ପର୍କ ବହୁ ପ୍ରାଚୀନ କାଳରୁ ସମ୍ପର୍କ ରହିଛି । ହସ୍ତତନ୍ତରେ ଉତ୍ପାଦିତ ବସ୍ତ୍ର ସାମଗ୍ରୀର କଳା ନୈପୁଣ୍ୟତା ଅନନ୍ୟ । ଖାଲି ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ହସ୍ତତନ୍ତ ବସ୍ତ୍ର ବେସ ଗ୍ରହଣୀୟ ହୋଇପାରିଛି । ଓଡିଶାର ଅନ୍ୟତମ ପରିଚୟ ସେହି ଅନନ୍ୟ କଳାକୃତି ହସ୍ତତନ୍ତକୁ ବହୁ ଘାତ ପ୍ରତିଘାତ ସହି ସମୟ ସହ ତାଳଦେଇ ବଞ୍ଚି ରହିଛିଥିବା ଆଜି (ମଙ୍ଗଳବାର) ବୁଣାକାର ମହାସଂଘର ଖୋର୍ଦ୍ଧା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟ ସରକାରଙ୍କ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ ।

ସେହିପରି ସଂସ୍କୃତି ସମ୍ପର୍ଣ୍ଣ ଆମ ରାଜ୍ୟ ଓଡ଼ିଶା ଆମ ସଂସ୍କୃତି ଓ ପରମ୍ପରା ପାଇଁ ଯେତିକି ପ୍ରସିଦ୍ଧି ଅର୍ଜନ କରିଛି ତାଠାରୁ ଅଧିକ ପ୍ରସିଦ୍ଧି ଆମ ହସ୍ତ କଳାପାଇଁ । ସାରା ରାଜ୍ୟରେ ବୁଣାକାରମାନଙ୍କ ହାତର ସ୍ପର୍ଶ ରେ କଥା କହୁଛି ହସ୍ତକଳା ବୋଲି ମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀଧର ବେହେରା ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛନ୍ତି 60 ବର୍ଷରୁ ଉର୍ଦ୍ଧ୍ବ ବୁଣାକାର ମାନଙ୍କୁ 15 ଶହ ଟଙ୍କା ଭତା,200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ,ହସ୍ତତନ୍ତ ବସ୍ତ୍ର ଉପରୁ ଜିଏସଟି ପ୍ରତ୍ୟାହାର,ବସ୍ତ୍ର ପ୍ରସ୍ତୁତ କରିବାକୁ କଞ୍ଚାମାଲ ସୁତା ପାଇବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ଯାହାଦ୍ବାରା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୁଣାକାର ।

ଏହା ବି ପଢନ୍ତୁ- ଖୋର୍ଦ୍ଧାରେ ରାଜସ୍ଥାନର ବୁଣାକାର ଟିମ, ଓଡ଼ିଶା ହସ୍ତକଳା ଓ କାରିଗରଙ୍କୁ ପ୍ରଂଶସା

ତେଣୁ ରାଜ୍ୟରେ ବନ୍ଦ ପଡିଥିବା ସୁତା କଳ ଗୁଡିକର ପୁନରୁଦ୍ଧାର ,ବୁଣାକାର ସମିତି ସମ୍ପାଦକଙ୍କ ପରିଶ୍ରମିକ ବୃଦ୍ଧି ଓ ବୁଣାକାର ମାନଙ୍କ ପାଇଁ 30 ପ୍ରତିଶତ ମଜୁରୀ ପ୍ରୋତ୍ସାହନ ଲାଗୁ କରିବାକୁ ଦାବି କରିଛନ୍ତି । ସେହିପରି ରାଜ୍ୟରେ ଧଳାପଥର ପରଦା କଳା ଜିଆଇ ଟ୍ୟାଗ ପାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ବୁଣାକାର । ବୁଣାକାର ମାନଙ୍କ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି ଏବଂ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାପରିଷଦ ଅଧକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଜଟଣୀ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବୁଣାକାର ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details