ଓଡିଶା

odisha

ETV Bharat / state

Odisha GOVT to increase hospitals: ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଲକ୍ଷ୍ୟ, ବଢ଼ିବ ମେଡିକାଲ ସଂଖ୍ୟା - health department

ରାଜ୍ୟରେ ବଢିବ ମେଡିକାଲ ସଂଖ୍ୟା ଓ ବେଡ୍ ସଂଖ୍ୟା । ସରକାରୀ ହସ୍ପିଟାଲରେ 45 ହଜାରରୁ 50 ହଜାରକୁ ବେଡ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି । ଅଧିକ ପଢନ୍ତୁ

odisha govt to increase hospital beds
ବଢ଼ିବ ମେଡିକାଲ ସଂଖ୍ୟା

By ETV Bharat Odisha Team

Published : Nov 11, 2023, 3:48 PM IST

ଭୁବନେଶ୍ବର: ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବଢିବ ମେଡିକାଲ ସଂଖ୍ୟା ଓ ବେଡ୍ ସଂଖ୍ୟା । ରାଜ୍ୟରେ ବର୍ତ୍ତମାନ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି 28 ହଜାର ବେଡ ଅଛି । ସରକାରୀ ହସ୍ପିଟାଲରେ 45 ହଜାରରୁ 50 ହଜାରକୁ ବେଡ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି । ରାଜ୍ୟରେ ବର୍ତ୍ତମାନ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି 28 ହଜାର ବେଡ ଅଛି । ସରକାରୀ ହସ୍ପିଟାଲରେ 45 ହଜାରରୁ 50 ହଜାରକୁ ବେଡ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା କରିଛନ୍ତି ସରକାର ।

ସେହିପରି ସବୁ PHCରେ 24 ଘଣ୍ଟିଆ ସେବା ପାଇଁ 6ଟି ବେଡ ରହିବ । ରାଜ୍ୟ ନୂତନ 306ଟି PHC ଖୋଲିବ । ବର୍ତ୍ତମାନ ରାଜ୍ୟରେ 1 ହାଜର 236ଟି PHC ଅଛି । ସେହିପରି CHCରେ ମଧ୍ୟ ବେଡ ସଂଖ୍ୟା ବଢ଼ିଵ । ପ୍ରତି CHCରେ 30 ଲେଖାଏଁ ବେଡ଼ ରହିବ।IPHS -2022 ନିୟମ ଅନୁସାରେ ଏସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ 300 ଲେଖାଏଁ ବେଡ ପାଇଁ କାମ ଚାଲିଛି । ଡାକ୍ତର ସଂଖ୍ୟା ବି ବଢିବ । 11ଟି ମେଡିକାଲ କଲେଜ ଅଛି । ତେବେ ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ବଢିବ ବୋଲି ଯୋଜନା ହୋଇଛି । ବର୍ତ୍ତମାନ ରାଜ୍ୟରେ 116 UPHC, 75 CHC, 7 UCHC ସମେତ 32 ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢନ୍ତୁ...ଫୋକସରେ ଯୁବପିଢି: କ୍ରୀଡା, ସଂସ୍କୃତି, ସାମାଜିକ କାର୍ଯ୍ୟରେ ସମ୍ପୃକ୍ତିକୁ ଗୁରୁତ୍ବ


ସୂଚନା ଅନୁଯାୟୀ, ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକମାନେ କିଭଳି ଭାବରେ ଅଧିକରୁ ଅଧିକ ସୁବିଧା ପାଇବେ ସେନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିବା ସହ ଅନେକ ବ୍ୟବସ୍ଥା କରିଛନ୍ତି । ରୋଗୀଙ୍କ ସେବା ପାଇଁ BSKY ଯୋଜନା ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଅନେକ ଲୋକମାନେ ଏହି କାର୍ଡ ମାଧ୍ୟମରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସା କରିପାରୁଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ଜିଲ୍ଲାରେ ମଧ୍ୟ ବିଶ୍ବସ୍ତରୀୟ ହସ୍ପିଟାଲ କରାଯାଉଛି । ଏହାସହ ରାଜ୍ୟରେ 'ଆମ ହସ୍ପିଟାଲ ଯୋଜନା'ରେ ମଧ୍ୟ ବିଭିନ୍ନ ହସ୍ପିଟାଲ କାର୍ଯ୍ୟ କରୁଛି । ରୋଗୀମାନଙ୍କୁ ଉଚିତ ସେବା ଯୋଗାଇ ଦେବାରେ ମଧ୍ୟ ସହାୟକ ହେଉଛି । ଏହାସହ ବିଭିନ୍ନ ହସ୍ପିଟାଲ ଭିତ୍ତିଭୂମିର ଉନ୍ନତି ଦିଗରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details