ଓଡିଶା

odisha

ETV Bharat / state

ଆଜିଠୁ ପ୍ରାଇଭେଟ ହସ୍ପିଟାଲରେ ସିଜେରିଆନ୍ ଡେଲିଭରି ଅଡିଟ - ନୋଡାଲ ଅଫିସର ପ୍ରାଇଭେଟ ହସ୍ପିଟାଲ

ପ୍ରାଇଭେଟ ହସ୍ପିଟାଲରେ ସି ସେକ୍ସନ ଡେଲିଭରିକୁ ନେଇ ଆଜିଠୁ ଅଡିଟ ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲା ର ସିଡିଏମଓ ମାନଙ୍କୁ ଅଡିଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ

C section deliveries in private hospitals
C section deliveries in private hospitals

By

Published : May 1, 2023, 8:31 PM IST

C section deliveries in private hospitals

ଭୁବନେଶ୍ବର:ପ୍ରାଇଭେଟ ହସ୍ପିଟାଲରେ ସି ସେକ୍ସନ (ସିଜେରିଆନ୍) ଡେଲିଭରିକୁ ନେଇ ଆଜିଠୁ ଆରମ୍ଭ ହୋଇଛି ଅଡିଟ । ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନୁସାରେ ସବୁ ଜିଲ୍ଲାର ସିଡିଏମଓଙ୍କୁ ଅଡିଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସିଡିଏମଓ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି କରିବେ। ନୋଡାଲ ଅଫିସର ପ୍ରାଇଭେଟ ହସ୍ପିଟାଲର ସି ସେକ୍ସନକୁ ଅଡିଟ କରିବେ। ଅଡିଟ କରିବା ପାଇଁ ସ୍ଵତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇ ସିଡିଏମଓ ଙ୍କୁ ପଠାଯାଇଛି। ମାର୍ଗଦର୍ଶିକା ହିସାବରେ ସେମାନେ ଅଡିଟ କରି ମାସ ଶେଷରେ ହସ୍ପିଟାଲ ସିଡିଏମଓ ଙ୍କୁ ଦେବେ। ଏହା ପରେ ସିଡିଏମଓ ଅନୁଧ୍ୟାନ କରିବେ ।

ତେବେ ଡବ୍ଲୁଏଚଓ ଗାଇଡ଼ ଲାଇନ ହିସାବରେ 15 ପ୍ରତିଶତ କେସରେ ସି ସେକ୍ସନ (Cesarean) ଡେଲିଭରି ହେବା କଥା। କିନ୍ତୁ ରାଜ୍ୟରେ ଏହି ସଂଖ୍ୟା 70.7 ପ୍ରତିଶତରେ ପହଞ୍ଚିଛି। ସରକାରୀ ଡାକ୍ତରଖାନାରେ ଏହି ଅଡିଟ ଦୁଇ ବର୍ଷ ହେବ ଚାଲିଛି। କିନ୍ତୁ ବେସରକାରୀ ହସ୍ପିଟାଲରେ ବଢିଥିବାରୁ ଏହି ଅଡିଟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ସ୍ଵସ୍ଥ୍ୟ ସମସ୍ୟା ବିନା କିମ୍ବା ବିନା କାରଣରେ ସି ସେକ୍ସନ କରାଯାଇଥିବ ତେବେ ସମୃକ୍ତ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ସନ୍ତୋଷ ମିଶ୍ର କହିଛନ୍ତି ଯେ ଏଭଳି ସରକାରଙ୍କ ନିଷ୍ପତ୍ତି ସ୍ଵାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ ସି ସେକ୍ସନ କେବଳ ଓଡ଼ିଶାରେ ନୁହେଁ ଏହା ଭାରତରେ ବଢିବା ସହିତ ବିଶ୍ୱରେ ମଧ୍ୟ ବଢୁଛି। ପୂର୍ବରୁ ସମୟ ଥିଲା ସି ସେକ୍ସନ କରିବାକୁ ଲୋକାମନେ ପଛ ଘୁଞ୍ଚା ଦେଉଥିଲେ କିନ୍ତୁ ବର୍ତ୍ତମାନ ନିଜେ ରୋଗୀମାନେ ନିଜ ଆଡୁ ସି ସେକ୍ସନ କରିବାକୁ ବାଧ୍ୟ କରାଉଛନ୍ତି ବୋଲି କହିଛନ୍ତି ଡାକ୍ତର ସନ୍ତୋଷ।

ତେବେ ସରକାରଙ୍କ ଏହି ନିୟମକୁ ସ୍ଵାଗତ କରିଥିବା ବେଳେ ଅଡିଟ କରିବା ସମୟରେ ଯଦି ସେହି ଟିମ୍ ସାଥିରେ ଜଣେ ଅଭିଜ୍ଞ ସ୍ତ୍ରୀ ପ୍ରସୂତିର ବରିଷ୍ଠ ଡାକ୍ତର ରହିବେ ତେବେ ଠିକ୍ ଭାବରେ ଅଡିଟ ହୋଇପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘରୋଇ ହସ୍ପିଟାଲରେ ଅଧିକ ସି ସେକ୍ସନ କରାଯାଉଛି । ଏଥିସହ ଉଭୟ ସରକାରୀ ହସ୍ପିଟାଲରେ ମଧ୍ୟ ଏବେ ସି ସେକ୍ସନ କରାଯାଉଛି। କାରଣ ଆଜିକା ସମୟରେ ପରିବାରକୁ ଗୋଟିଏ ଏବଂ ସୁସ୍ଥ ଶିଶୁ ଆବଶ୍ୟକ। ତେଣୁ ସେମାନେ ସି ସେକ୍ସନ କରିଥାନ୍ତି। ଏହା ସହ ଘରୋଇ ହସ୍ପିଟାଲରେ ଅନେକ ବରିଷ୍ଠ ଅଭିଜ୍ଞତା ଡାକ୍ତର ରହିଛନ୍ତି। ଯାହା ସେମାନେ ସେମାନଙ୍କର ଅଭିଜ୍ଞତା ଆଧାରରେ ଅପରେସନ କରିଥାନ୍ତି। ଯଦି ସତରେ ଏଭଳି ମାତ୍ରାରେ ସିଜରିାନ ହୋଇଥାଏ ତେବେ ଆଗାମୀ ଦିନରେ ସତର୍କ ହୋଇଯିବା ଆବଶ୍ୟକ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details