ଭୁବନେଶ୍ବର: ମୁକ୍ତା ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ଅର୍ଥ ମଞ୍ଜୁରୀ ମିଳିଛି । ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୨୨୫.୫୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ନବୀନ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ଏହି ଟଙ୍କା ମଞ୍ଜୁର କରାଯାଇଛି ।
ଗଞ୍ଜାମ, ଗଜପତି, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ପାଇଁ ଟଙ୍କା ମଞ୍ଜୁର ହୋଇଛି । ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ । ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜୁନ ୯ରେ ଜନ ପ୍ରତିନିଧିମାନଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ଆଲୋଚନା କରିଥିଲେ । ଏହି ପ୍ରକଳ୍ପରେ ମିନି ପାର୍କ, ଓପନ ଜିମ, ଚାଇଲ୍ଡ ପ୍ଲେ ଷ୍ଟେସନ, ଖେଳ ପଡ଼ିଆ, ଭେଣ୍ଡିଂଜୋନ ରହିଛି । ବହୁମୁଖୀ କମ୍ୟୁନିଟି ସେଣ୍ଟର, ୱାଲ ପେଣ୍ଟିଂ, ସୌନ୍ଦର୍ଯ୍ୟକରଣ ଓ ଶ୍ରମିକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଏଥିରେ ଅନ୍ତର୍ଭୁକ୍ତ ।
ଏହାବି ପଢନ୍ତୁ- Aparajita Sarangi Target: କାହା ଦାସତ୍ବ ସ୍ବୀକାର କରିଛନ୍ତି ବିଜେଡି ନେତା ମନ୍ତ୍ରୀ: ଅପରାଜିତା