ଭୁବନେଶ୍ବର: ରାଜ୍ୟରେ ଡାକ୍ତରଙ୍କ ପାଇଁ ଲାଗୁ ହେଲା ନୂଆ DACP ନିୟମ। ଏଥର ପ୍ରତି 6 ବର୍ଷରେ ମିଳିବ ସରକାରୀ ଡାକ୍ତରଙ୍କୁ ପ୍ରମୋସନ। କାର୍ଯ୍ୟରତ ଡାକ୍ତରଙ୍କୁ ସେମାନଙ୍କର କ୍ୟାରିଅର ମଧ୍ୟରେ 4 ଥର ମିଳିବ ପ୍ରମୋସନ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ଡିଏସିପି ଯୋଜନାରେ ତିନି ଥର ଡ଼ାକ୍ତର ଙ୍କ ମିଳୁଥିଲା ପ୍ରମୋସନ । ଓପିଏସସି ମାଧ୍ୟମରେ ନିଯୁକ୍ତି ପାଉଥିବା ଡାକ୍ତର ମାନେ ନିୟମିତ ନିଯୁକ୍ତି ପରଠାରୁ ଏହି ସୁବିଧା ପାଇପାରିବେ। ଚାକିରି ସମୟରେ ୬, ୧୨, ୧୮ ଏବଂ ୨୪ ବର୍ଷରେ ପଦୋନ୍ନତି ମିଳିନ ଏନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଡାକ୍ତରମାନେ ସେମାନଙ୍କର ଚାକିରି ସମୟରେ ୭, ୧୪ ଏବଂ ୨୧ ବର୍ଷରେ ପଦୋନ୍ନତି ପାଉଥିଲେ।
ନୂଆ ଡିଏସିପିରେ କ୍ୟାରିଅର ସହ ଆର୍ଥିକ ସୁବିଧା ମଧ୍ୟ ପାଇବେ ଡାକ୍ତର । ୬ ବର୍ଷ ନିୟମିତ ଚାକିରି ପରେ ଲେବୁଲ ୧୨ ରୁ ୧୩ ଆର୍ଥିକ ସୁବିଧା ରହିଛି । ସେହିପରି ୧୨ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୩ ରୁ ୧୪, ୧୮ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୪ ରୁ ୧୫ ଓ ୨୪ ବର୍ଷ ନିୟମିତ ହେଲା ପରେ ଲେବୁଲ ୧୫ ରୁ ୧୬ ଆର୍ଥିକ ସୁବିଧା ମିଳିବାର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ।