ଭୁବନେଶ୍ବର: ବଦଳିଲା ଅନୁଗୁଳ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ହସପିଟାଲର ନାମ । ଏଣିକି ପବିତ୍ର ମୋହନ ପ୍ରଧାନ ସରକାରୀ ହସପିଟାଲରେ ନାମିତ ହେବ ଏହି ହସ୍ପିଟାଲ । ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଦ୍ବାରା ପରିଚାଳିତ ଏହି ହସ୍ପିଟାଲକୁ ରାଜ୍ୟ ସରକାର ହାତକୁ ନେଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି।
ବଦଳିଲା ନେହରୁ ଶତାବ୍ଦୀ ହସପିଟାଲର ନାମ, ପରିଚାଳନା ଭାର ନେଲେ ରାଜ୍ୟ ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ତାଳଚେରରେ ଆରମ୍ଭ ହେବାକୁ ଯାଉଥିବା ‘ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସପିଟାଲ’ର ଛାତ୍ରଙ୍କ ଲାଗି ଏହା ଟିଚିଙ୍ଗ ହସ୍ପିଟାଲ ଭାବେ କାର୍ଯ୍ୟ କରିବ। ଏହାସହ ରାଜ୍ୟର ସ୍ବାସ୍ଥ୍ୟ କ୍ଷେତ୍ରରେ ଜଡିତ ଅନେକ ଯୋଜନା ଆଜି ହାତକୁ ନେଇଛନ୍ତି ସରକାର। ଯେଉଁଥିରେ ରହିଛି ମୋ ହସ୍ପିଟାଲ, ବିଏସକେୱାଈ ଭଳି ଅନେକ ଯୋଜନା ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛି। ରାଜ୍ୟରେ ଥିବା ପିଏଚସି, ପିଏଚସିକୁ ମଧ୍ୟ ନୂତନ ଭାବରେ ଡାକ୍ତର ଭିତ୍ତିଭୂମି କ୍ଷେତ୍ରରେ ଦୃଢ଼ କରାଯାଉଛି। ଯେଭଳି ଭାବରେ ଲୋକମାନେ ଉଚିତ ସୁବିଧା ପାଇପାରିବେ ସେନେଇ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।
ଅଧିକ ପଢନ୍ତୁ- ରାଜ୍ୟରେ ସୁଦୃଢ ହେବ ସ୍ବାସ୍ଥ୍ୟ ଭିତ୍ତିଭୂମି, ସୃଷ୍ଟି ହେଲା ୧୧ ହଜାର ନୂଆ ନର୍ସିଂ ଅଫିସର ପଦବୀ
ରାଜ୍ୟ ସରକାର ୧୨ କୋଟି ୮୪ ଲକ୍ଷ ୬୬ ହଜାର ଟଙ୍କାର ବ୍ୟୟ ଅଟକଳରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଓପିଡି ଏବଂ ଆଇପିଡି କୋଠାର ନିର୍ମାଣ କରାଯିବ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଓପିଡି ଏବଂ ଆଇପିଡି କୋଠାର ନିର୍ମାଣ ପାଇଁ ସିଭିଲ କାମ ପାଇଁ ୬ କୋଟି ୩୩ ଲକ୍ଷ୍ୟ ୫୭ ହଜାର ୭୩୭ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଏହା ସହ ଇଆଇ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ୯୫ ଲକ୍ଷ୍ୟ ୩ ହଜାର ୬୬୦ ଟଙ୍କା। ଏହା ସହ ଇଆଈ ବାହାର କାର୍ଯ୍ୟ ପାଇଁ ୯୫ ଲକ୍ଷ୍ୟ ୩ ହଜାର ୬୬୦ ଟଙ୍କା କର୍ଚ ହେବା ନେଇ ମଞ୍ଜୁରୀ କରାଯାଇଛି। ଏହା ସହ ଅଗ୍ନି ସଂଯୋଗ ପାଇଁ ମଧ୍ୟ ୯୫ ଲକ୍ଷ୍ୟ ୩ ହଜାର ୬୬୦ ଟଙ୍କା। ଡ଼ିଜି ପାଇଁ ୨୫ ଲକ୍ଷ୍ୟ ଟଙ୍କା, ପିଏଚର ଫିଟିଂସ ପାଇଁ ୯୫ ଲକ୍ଷ୍ୟ ୩ ହଜାର ୬୬୦ ଟଙ୍କା ଏବଂ ଲିଫ୍ଟ ପାଇଁ ୨୫ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ପାଇଁ ମଞ୍ଜୁରୀ ମିଳିଛି।
ଇଟିଭି ଭାରତ, ଭୁବନେଶ୍ବର