ଓଡିଶା

odisha

ETV Bharat / state

Independence Day 2023: ପ୍ରକାଶ ପାଇଲା ତାଲିକା, ୨୦ ଜିଲ୍ଲାରେ ମନ୍ତ୍ରୀ ୧୦ ଜିଲ୍ଲାରେ ଜିଲ୍ଲାପାଳ - ଚୂଡାନ୍ତ ତାଲିକା

ସ୍ବାଧୀନତା ଦିବସ ୨୦୨୩ରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ନଜର ପକାନ୍ତୁ ତାଲିକା ଉପରେ

Independence Day 2023
Independence Day 2023

By

Published : Aug 10, 2023, 9:04 PM IST

Updated : Aug 10, 2023, 9:30 PM IST

ଭୁବନେଶ୍ବର:ସ୍ବାଧୀନତା ଦିବସ ୨୦୨୩ରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ ? ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଷ୍ପତ୍ତି ପରେ ପ୍ରକାଶ ପାଇଛି ଚୂଡ଼ାନ୍ତ ତାଲିକା । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ଏଠାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ହୋଇଛି । ସେହିପରି ୨୦ ଜିଲ୍ଲାରେ ମନ୍ତ୍ରୀ, ୨ଟି ସ୍ଥାନରେ ଆରଡିସି ଏବଂ ୧୦ ଜିଲ୍ଲାରେ ଜିଲ୍ଲାପାଳ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ ।

କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ତାଲିକା ଅନୁସାରେ...

ଜଗନ୍ନଥ ସାରକା - କନ୍ଧମାଳ
ନିରଞ୍ଜନ ପୂଜାରୀ - ପୁରୀ
ରଣେନ୍ଦ୍ର ପ୍ରତାପ ସ୍ବାଇଁ - କୋରାପୁଟ
ପ୍ରଦୀପ କୁମାର ଅମାତ - ଗଞ୍ଜାମ
ପ୍ରମିଳା ମଲ୍ଲିକ - ବରଗଡ଼
ଉଷା ଦେବୀ - ସମ୍ବଲପୁର
ପ୍ରଫୁଲ ମଲ୍ଲିକ - କେନ୍ଦୁଝର
ପ୍ରତାପ କେଶରୀ ଦେବ - ଅନୁଗୁଳ
ଅତନୁ ସବ୍ୟସାଚୀ ନାୟକ - ରାୟଗଡା
ଟୁକୁନି ସାହୁ - ଜଗତସିଂହପୁର
ଅଶୋକ ଚନ୍ଦ୍ର ପଣ୍ଡା - ବଲାଙ୍ଗୀର
ରାଜେନ୍ଦ୍ର ଢୋଲକିଆ - ସୁନ୍ଦରଗଡ
ବିକ୍ରମ କେଶରୀ ଆରୁଖ - କଟକ
ପ୍ରୀତି ରଞ୍ଜନ ଘଡେଇ - କଳାହାଣ୍ଡି
ସୁଦାମ ମାରାଣ୍ଡି - ବାଲେଶ୍ଵର
ତୁଷାରକାନ୍ତି ବେହେରା - ମାଲକାନଗିରି
ସାରଦା ପ୍ରସାଦ ନାୟକ - ଝାରସୁଗୁଡା
ରୀତା ସାହୁ - ସୋନପୁର
ବାସନ୍ତୀ ହେମ୍ବ୍ରମ - ଢେଙ୍କାନାଳ


ସେହିପରି ରାଉଲକେଲା ଓ ବ୍ରହ୍ମପୁରରେ ରାଜସ୍ବ କମିଶନର ପତାକା ଉତ୍ତୋଳନ କରିବେ । ବୌଦ୍ଧ, ଭଦ୍ରକ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୂଆପଡା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବେ । ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଚଳିତ ବର୍ଷ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସକାଳ ୯ଟା ସମୟରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବେ ।

କିଏ କେଉଁଠି କରିବେ ପତାକା ଉତ୍ତୋଳନ ?

ଏହା ବି ପଢନ୍ତୁ- ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପରେଡ ଓ ପତାକା ଉତ୍ତୋଳନ ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା, ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ବାଧୀନତା ଦିବସ ଉତ୍ସବ ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥିଙ୍କ ଉପବେଶନ ବ୍ୟବସ୍ଥା କରିବ । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯିବ । ଏଥି ସହ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ କରାଯିବ । ବିଏମ୍‌ସି ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍‌ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ ନିୟନ୍ତ୍ରଣକୁ କମିଶନରେଟ ପୋଲିସ ପକ୍ଷରୁ ପରିଚାଳନା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2023, 9:30 PM IST

ABOUT THE AUTHOR

...view details