ଓଡିଶା

odisha

ପାଠ ପଢ଼ିବେ ଡ୍ରପ ଆଉଟ ଛାତ୍ରଛାତ୍ରୀ, CTTCରେ ନେବେ ଧନ୍ଦାମୂଳକ ତାଲିମ

ରାଜ୍ୟରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ଧନ୍ଦାମୂଳକ ତାଲିମ ନେବେ । ଏନେଇ ପକ୍ରିୟ ଆରମ୍ଭ ହୋଇଛି । ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଡ୍ରପ ଆଉଟ ହେଉଥିବା ଛାତ୍ରଛାତ୍ରୀ ନେବେ ଏହି ତାଲିମ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 2, 2023, 5:01 PM IST

Published : Sep 2, 2023, 5:01 PM IST

vocational skill training for dropouts
ଧନ୍ଦାମୂଳକ ତାଲିମ ନେବେ ଡ୍ରପ ଆଉଟ ଛାତ୍ରଛାତ୍ରୀ

ଧନ୍ଦାମୂଳକ ତାଲିମ ନେବେ ଡ୍ରପ ଆଉଟ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଥିବା ଡ୍ରପ ଆଉଟ ଛାତ୍ରଛାତ୍ରୀ ଧନ୍ଦାମୂଳକ ତାଲିମ ନେବେ । ନବମରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଡ୍ରପ ଆଉଟ ହେଉଥିବା ଛାତ୍ରଛାତ୍ରୀ ଏହି ତାଲିମ ନେବେ । ଏଥିପାଇଁ CTTC ଭୁବନେଶ୍ଵର ସହ ଗଣଶିକ୍ଷା ବିଭାଗ ସହଭାଗିତା କରିବ । ଏହି ପରିପ୍ରେକ୍ଷୀରେ ଆଜି CTTC କ୍ୟାମ୍ପସ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ସଚିବ ଅଶ୍ୱଥି ଏସ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟର । ଖୁବଶୀଘ୍ର ଏନେଇ କାର୍ଯ୍ୟପନ୍ଥା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିଭଳି ଭାବରେ ଅଧାରୁ ପାଠ ଛାଡିଥିବା ପିଲାମାନେ ପୁଣିଥରେ ସ୍କୁଲକୁ ଆସିବେ ଏବଂ ପାଠ ପଢିବା ସହ ନିଜେ କୁଶଳୀ ହୋଇପାରିବେ ସେନେଇ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି । ସେମାନଙ୍କୁ ସ୍ୱଳ୍ପ ଅବଧି ଧନ୍ଦାମୂଳକ ଶିକ୍ଷା ପ୍ରଦାନ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ କିଭଳି ଭାବରେ ସାମିଲ ହୋଇପାରିବେ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟାସ ଆରମ୍ଭ କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟର କହିଛନ୍ତି ଯେ, "ଏହାଦ୍ବାରା ପିଲାମାନେ ଇଣ୍ଡଷ୍ଟ୍ରି ସହିତ ଜଡିତ ରହିବେ । ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଶିକ୍ଷା ମଧ୍ୟ ପାରିବେ । ଯାହା ଫଳରେ ନିଜେ କୁଶଳୀ ହୋଇପାରିବେ ।" ଏପଟେ ସିଟିଟିସିର ଟ୍ରେନିଂ ମୁଖ୍ୟ କେ. ଏମ ରାଜନ୍ କହିଛନ୍ତି ଯେ, ପିଲାମାନଙ୍କୁ ଏଠାରେ ଅନେକ ବିଷୟରେ ଟ୍ରେନିଂ ଦିଆଯାଉଛି । ନବମ ଦଶମ ଶ୍ରେଣୀରୁ ଆରମ୍ଭ କରି ଇଞ୍ଜିନୟରିଂ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକ ପିଲା ଡ୍ରପ ଆଉଟ ରହିଛନ୍ତି । ତେଣୁ ସେମାନଙ୍କୁ ନେଇ କିଭଳି ଭାବରେ ବିଭିନ୍ନ ପ୍ରକାରର ଟ୍ରେନିଂ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ସିଟିଟିସିର ଟ୍ରେନିଂ ମୁଖ୍ୟ ।

ଏହା ମଧ୍ୟ ପଢ଼ନ୍ତୁ:ମିଳିବ ନୂତନ ଜ୍ଞାନ, ଜୈବବିବିଧତା ରକ୍ଷା ପାଇଁ ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ଉପରେ ଶିକ୍ଷା ପାଇବେ


ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ଦ୍ୱାରା କରାଯାଇଥିବା ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସର୍ଭେରେ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୭ ହଜାର ୬୮୨ ଜଣ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି । ଏହାରି ମଧ୍ୟରୁ ୨ ହଜାର ୫୯୬ ପିଲା ବିଦ୍ୟାଳୟକୁ ଫେରିଥିବାବେଳେ ଏବେବି ବାହାରେ ରହିଛନ୍ତି ୫ ହଜାର ୮୬ ଜଣ ପିଲା । ସେହିପରି ଭାବରେ ପ୍ରାଥମିକ ଶ୍ରେଣୀରେ ୨ ହଜାର ୨୯୯ ପିଲା ଅଧାରୁ ପାଠ ଛାଡ଼ିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୭୯୭ ପିଲା ସ୍କୁଲ ଫେରିଛନ୍ତି । କିନ୍ତୁ ଏବେବି ୩୦ଟି ଜିଲ୍ଲାରୁ ହଜାର ହଜାର ପିଲା ଅଧାରୁ ପାଠ ଛାଡିଛନ୍ତି । ସେହିଭଳି ଉଚ୍ଚ ପ୍ରାଥମିକ ବା ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୭୮୦ ପିଲା, ନବମରୁ ଦଶମ ଶ୍ରେଣୀ ମଧ୍ୟରେ ୯୬୫ ଜଣ ଏବଂ ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ ଶ୍ରେଣୀରେ ୧୮୩୯ ପିଲା ବିଦ୍ୟାଳୟ ଆସୁନଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ABOUT THE AUTHOR

...view details