ଓଡିଶା

odisha

ତ୍ବରାନ୍ବିତ ହେବ ପାନୀୟ ଜଳଯୋଗାଣ ପ୍ରକଳ୍ପ, ସୁନିଶ୍ଚିତ କରାଇବାକୁ ଜାରି ହେଲା ସ୍ୱତନ୍ତ୍ର ମାର୍ଗଦର୍ଶିକା

By ETV Bharat Odisha Team

Published : Oct 18, 2023, 10:00 PM IST

ରାଜ୍ୟର ପ୍ରତି ଘରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

guideline to ensure about drinking water
ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ମାର୍ଗଦର୍ଶିକା

ଭୁବନେଶ୍ବର: ରାଜ୍ୟର ଘରେ ଘରେ ପହଞ୍ଚିବ ବିଶୁୁଦ୍ଧ ପାନୀୟ ଜଳ । ପ୍ରତି ଗୃହରେ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ, ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶତ ପ୍ରତିଶତ ନଳକୂପ ଓ ପାଇପ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବ । ସେହିପରି ନିୟମିତ ରକ୍ଷଣାବେକ୍ଷଣକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯିବ । ଗ୍ରାମପଞ୍ଚାୟତ ଗୁଡ଼ିକର ଆବଶ୍ୟକତା ଏବଂ କନିଷ୍ଠ ଯନ୍ତ୍ରୀ ତଥା ସହକାରୀ ଯନ୍ତ୍ରୀଙ୍କ ପରାମର୍ଶ ଆଧାରରେ ଅର୍ଥ କମିଶନଙ୍କ ଅନୁଦାନକୁ ବ୍ୟବହାର କରି ପ୍ରତ୍ୟେକ ପଞ୍ଚାୟତ ସମିତି ଗୁଡ଼ିକ ଯଥେଷ୍ଟ ପରିମାଣର ଯନ୍ତ୍ରାଂଶ, ରଙ୍ଗ, ରାଇଜର ଓ ପାଇପ କ୍ରୟ କରିବେ ।

ଏନେଇ ରାଜ୍ୟର ସମସ୍ତ ୩୫ଟି ଗ୍ରାମୀଣ ଜଳଯୋଗାଣ ଓ ପରିମଳ ଡିଭିଜନକୁ ନେଇ ଆଜି ଏକ ରାଜ୍ୟସ୍ତରୀୟ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ରକ୍ଷଣାବେକ୍ଷଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ...ଜଳ ସମ୍ପଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମିଳୁନି ପାଣି, ରାଜରାସ୍ତାରେ ମହିଳା

ଆଗାମୀ ଗ୍ରୀଷ୍ମଋତୁରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ଆସନ୍ତା ୨୦୨୪ ଗ୍ରୀଷ୍ମଋତୁକୁ ଆଖି ଆଗରେ ରଖି ରାଜ୍ୟ ସରକାର ନଳକୂପ ଓ ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏହି ନଳକୂପ ଗୁଡିକୁ ବ୍ୟବହାର ଉପଯୋଗୀ ରଖିବା ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି ।

ଏହା ବି ପଢନ୍ତୁ....କନ୍ଧମାଳରେ ଚତୁର୍ଥ ଦିଶା କମିଟି ବୈଠକ, ପାନୀୟ ଜଳ ଯୋଗାଣକୁ ଅଧିକ ଗୁରୁତ୍ବ


ପ୍ରତ୍ୟେକ ଶନିବାର ଦିନ ପଞ୍ଚାୟତ ସମିତିରେ ପାନୀୟ ଜଳଯୋଗାଣ ସ୍ଥିତିର ନିୟମିତ ସମୀକ୍ଷା କରାଯିବା ସହ ବୈଠକ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି । ଏହି ସମୀକ୍ଷା ବୈଠକରେ ଗ୍ରାମଗୁଡ଼ିକରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ପାନୀୟ ଜଳ ଯୋଗାଣ ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ଡିଭିଜନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details