ଓଡିଶା

odisha

ETV Bharat / state

50% ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ, ଦୀର୍ଘ ଦିନ ଧରି ଥିଲା ଦାବି - ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ। ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ ପ୍ରତିଶତ ବୃଦ୍ଧି କରିଛି ସ୍ୱାସ୍ଥ୍ୟ ବିଭାଗ। ଏହାକୁ ତତ୍କାଳ ଭାବରେ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି। ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ। ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ

ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ, ଦୀର୍ଘ ଦିନ ଧରି ଥିଲା ଦାବି
ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ, ଦୀର୍ଘ ଦିନ ଧରି ଥିଲା ଦାବି

By ETV Bharat Odisha Team

Published : Aug 29, 2023, 10:15 PM IST

ଭୁବନେଶ୍ବର: ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ। ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ ପ୍ରତିଶତ ବୃଦ୍ଧି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ତତ୍କାଳ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି। ଯାହା ଦୀର୍ଘ ଦିନର ଦାବି ରହିଥିଲା।

ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ, ଦୀର୍ଘ ଦିନ ଧରି ଥିଲା ଦାବି

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ। ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ ପ୍ରତିଶତ ବୃଦ୍ଧି କରିଛି ସ୍ୱାସ୍ଥ୍ୟ ବିଭାଗ। ଏହାକୁ ତତ୍କାଳ ଭାବରେ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି। ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ। ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ଏପେଟେ ରାଜ୍ୟରେ ଥିବା ଉପାନ୍ତ ଅଞ୍ଚଳ ମାନଙ୍କରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏନେଇ ଆଜି 5ଜଣିଆ ଡାକ୍ତରୀ ଟିମ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ସ୍ବତନ୍ତ୍ର ଭାବରେ ସ୍ବାସ୍ଥ୍ୟ ଶିବିରର ବ୍ୟବସ୍ଥା କରାଯାଇଛି। ଯାହା ଦ୍ଵାରା ଲୋକମାନଙ୍କୁ ବହୁ ଜଟିଳ ରୋଗର ଚିକିତ୍ସା ଯୋଗାଇ ଦିଆଯାଉଛି। ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ ବିଭିନ୍ନ ବିଭାଗରୁ ୫ ଜଣ ବଛା ବଛା ଡାକ୍ତର ମାଲକାନଗିରିକୁ ଯାଇଛନ୍ତି। ନେଫ୍ରୋଲୋଜିଷ୍ଟ, ଜେନେରାଲ ସର୍ଜରୀ ବିଶେଷଜ୍ଞ, କାର୍ଡିଓଲୋଜିଷ୍ଟ, ରେଡିଓଲୋଜିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଆଦି ମାଲକାନଗିରି ଗସ୍ତରେ ରହିଛନ୍ତି।

ଏହାବି ପଢନ୍ତୁ- କଳାବ୍ୟାଚ ପିନ୍ଧି ଷ୍ଟାଇପେଣ୍ଟ ଦାବି କଲେ ହାଉସ ସର୍ଜନ ଡାକ୍ତର ସଂଘ

ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ବାସ୍ଥ୍ୟସେବା ଯୋଗାଇବେ। ମାଲକାନଗିରି ଭଳି ଆଦିବାସୀବହୁଳ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟସେବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଥିଲା। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ମାଲକାନଗିରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପଞ୍ଜିକରଣ କରିଥିବା ରୋଗୀମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ।

ଅନ୍ୟପଟେ ଦଶ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଦେବଗଡ ଜିଲ୍ଲାରେ ନିଯୁକ୍ତି ଦିଆଯାଇଛି। ଜନ ଅଭିଯୋଗ ଶୁଣାଣିରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଲୋକଙ୍କ ଅଭିଯୋଗର ଆଧାରରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହି ନିଷ୍ପତି ନେଇଛି। ତେବେ ସ୍ବାସ୍ଥ୍ୟ ବିଭାଗର କାଉନସେଲିଂ ମାଧ୍ୟମରେ ଦେଓଗଡ ଜିଲ୍ଲାକୁ ଆହୁରି 10 ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ନିଯୁକ୍ତି କରିଛନ୍ତି। ବିଶେଷଜ୍ଞମାନେ ମେଡିସିନ, ସର୍ଜରୀ, ପେଡିଆଟ୍ରିକ୍ସ, ଆନାସ୍ଥେସିଆ, ଅର୍ଥୋପେଡିକ, ସାଇକ୍ରେଟ୍ରିକ, ଇଏନଟି, ଆଖି, ଫୁସଫୁସ ଏବଂ ଦନ୍ତ ଚିକିତ୍ସା ଭଳି ବିଭିନ୍ନ କ୍ଲିନିକାଲ୍ ବିଭାଗରେ ନିଯୁକ୍ତି କରାଯାଇଛି। ଏହି ନିଯୁକ୍ତି ଉପରେ ଜିଲ୍ଲାର ବୁଦ୍ଧିଜୀବୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହା ସ୍ଥାନୀୟ ଲୋକମାନେ ସ୍ବାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହି ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ଜିଲ୍ଲାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details