ଭୁବନେଶ୍ବର: ଜିଲ୍ଲାର ବିକାଶ କାର୍ଯ୍ୟ ତଦାରଖ କରିବେ ବରିଷ୍ଠ ପ୍ରଶାସକ । ୩୦ ବରିଷ୍ଠ ପ୍ରଶାସକଙ୍କୁ ୩୦ ଜିଲ୍ଲା ବିକାଶ ଦାୟିତ୍ବ ମିଳିଛି । ଦାୟିତ୍ବ ମିଳିଥିବା ଜିଲ୍ଲା ଗସ୍ତ କରି ବିକାଶ କାର୍ଯ୍ୟ ତଦାରଖ କରିବେ ଏହି ବରିଷ୍ଠ ପ୍ରଶାସକ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସମସ୍ତ ସଚିବ, ସ୍ବତନ୍ତ୍ର ସଚିବ, ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଦାୟିତ୍ବ ଦିଆଯାଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ ଦାୟିତ୍ବ ମିଳିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ ଦାୟିତ୍ବ ଦିଆଯାଇଛି । ସେହିପରି ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଦାୟିତ୍ବ ମିଳିଥିବାବେଳେ କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଦାୟିତ୍ବ ମିଳିଛି ।
ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଦାୟିତ୍ବ ମିଳିଥିବାବେଳେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ ଦାୟିତ୍ବ ଦିଆଯାଇଛି । ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢେଙ୍କାନାଳ ଦାୟିତ୍ବ ଦିଆଯାଇଥିବାବେଳେ ମତ୍ସ୍ୟ ଏବଂ ପଶୁସମ୍ପଦ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା ଦାୟିତ୍ବ ମିଳିଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା ଜିଲ୍ଲା ଦାୟିତ୍ବ ମିଳିଛି । ସେହିପରି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆ ସୋନପୁର ଦାୟିତ୍ବ ଯାଇଥିବାବେଳେ ଶ୍ରମ ସଚିବ ଚିତ୍ରା ଅନୁମଗମ ଗଜପତି ଦାୟିତ୍ବ ନେବେ ।