ଭୁବନେଶ୍ବର: ବଦଳିଲା OTET ନିୟମ। ସ୍କୁଲ ଶିକ୍ଷକ ପଦବୀ ପାଇଁ ଆବେଦନ କରୁଥିବା ଆଶାୟୀଙ୍କୁ ଆଶ୍ବସ୍ତି। OTET ର ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ OTET ପାସ କଲେ ବୈଧତା ୭ ବର୍ଷ ରହୁଥିଲା । ଏହି ସମୟ ସୀମୀ ବୃଦ୍ଧି କରିବାକୁ ପୂର୍ବରୁ ଆଶାୟୀ ଦାବି କରି ଆସୁଥିଲେ । ଯାହା ଶେଷରେ ପୂରଣ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଆଶାୟୀ ଏହାକୁ ନେଇ ଆଶ୍ବସ୍ତି ହୋଇଛନ୍ତି ।
ଏହା ବି ପଢ଼ନ୍ତୁ:Terror Conspiracy in Hyderabad: ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ, ୬ ଗିରଫ
ଏନେଇ ନୂତନ ପେନସନ ଯୋଜନା ଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ, OTET ନିୟମରେ ପରିବର୍ତ୍ତନ କରି ବୈଧତା ସୀମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ସହ 7 ବର୍ଷ ସ୍ଥାନରେ ଲାଇଫ୍ଟାଇମ୍ କରିବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ଏହା ଦ୍ଵାରା ଯେଉଁମାନେ ଆଶାୟୀ ଅଛନ୍ତି ଶିକ୍ଷକତା କରିବାକୁ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କ ପାଇଁ ଏହା ଏକ ଖୁସି ଖବର । ସେମାନଙ୍କ ମଧ୍ୟରେ ଆଗ୍ରହ ଏବଂ ଉତ୍ସାହ ବଢ଼ିବ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ପାଇଁ ।