ଓଡିଶା

odisha

ETV Bharat / state

ସମ୍ପତ୍ତି ତାଲିକା ଦାଖଲ ନ କେଲ ଦରମା ବନ୍ଦ, 31 ଜାନୁଆରୀ ଶେଷ ତାରିଖ - ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା

ଜାନୁଆରୀ 31 ସୁଦ୍ଧା ଏଚଆରଏମଏସରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ କରିବାକୁ କୃଷି ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି ( odisha govt employees property statement ) । ଅଧିକ ପଢନ୍ତୁ

ସମ୍ପତ୍ତି ତାଲିକା ଦାଖଲ ନ କେଲ ଦରମା ବନ୍ଦ
property list of odisha govt employees

By

Published : Jan 10, 2023, 11:01 AM IST

ଭୁବନେଶ୍ବର:ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତାଗିଦ । ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ । ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦେବାକୁ ସରକାର ନିର୍ଦ୍ଦେଶ କରିଛନ୍ତି ( odisha govt employees property statement ) । ସମ୍ପତ୍ତି ତାଲିକା ପୈଠ ନ କଲେ ଦରମା ମିଳିବ ନାହିଁ । ସମସ୍ତ ସରକାରୀ କର୍ମଚାରୀଙ୍କୁ ଚରମବାଣୀ ଶୁଣାଇଛନ୍ତି କୃଷି ବିଭାଗ ସଚିବ ଅରବିନ୍ଦ ପାଢୀ । ଗ୍ରୁପ-A ରୁ ଗ୍ରୁପ-D ଯାଏ ସମସ୍ତ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ । ଜାନୁଆରୀ 31 ସୁଦ୍ଧା HRMSରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହପୂର୍ବରୁ ଡିସେମ୍ବର 31 ତାରିଖରେ ଏ ବାବଦରେ ସବୁ ବିଭାଗକୁ ଚିଠି ଲେଖିଥିଲେ ସରକାର ।

ସମ୍ପତ୍ତି ତାଲିକା ଦାଖଲ ନ କେଲ ଦରମା ବନ୍ଦ

କିଛି ଅଧିକାରୀ ନିଜର ସମ୍ପତ୍ତି ତାଲିକା ସରକାରଙ୍କ ପାଖରେ ପୈଠ କରିନଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି । ଜାନୁଆରୀ 31 ସୁଦ୍ଧା ଚପରାସୀଠାରୁ ଆରମ୍ଭ କରି ମୁଖ୍ୟ ସଚିବ ପର୍ଯ୍ୟନ୍ତ ସମସ୍ତେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବା ନେଇ ସରକାର ନିର୍ଦ୍ଦେଶ କରିଛନ୍ତି । ସରକାରୀ ବ୍ୟବସ୍ଥା ଓ କର୍ମଚାରୀଙ୍କୁ ଦୁର୍ନୀତିରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସମ୍ପତ୍ତି ତାଲିକା ଦାଖଲ ନିୟମକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ବହୁ ଥର ରିମାଇଣ୍ଡର ପରେ ମଧ୍ୟ ବହୁ କର୍ମଚାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେଣୁ ସମ୍ପତ୍ତି ତାଲିକା ଦାଖଲ ନକଲେ ଦରମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜାନୁଆରୀ 31 ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ ପାଇଁ ଚିଠିରେ ଦର୍ଶାଇଛନ୍ତି । ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ...ଶୁଣୁନାହାନ୍ତି ଅଧିକାରୀ, ପୁଣି ଚିଠି ଲେଖିଲେ ସରକାର

ଗତ କିଛି ବର୍ଷ ଭିତରେ ପ୍ରାୟ 200ଜଣ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କୁ ବି ବାଧ୍ୟତାମୂଳକ ଅବସର ଓ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ବର୍ଷକରେ ସମ୍ପତ୍ତି କେତେ ବଢ଼ିଛି ଅବା ଅଛି ତାହା ସରକାରଙ୍କୁ ଜଣାଇବା ଜରୁରୀ । ସବୁ ଥର ପରି ଏଥର ମଧ୍ୟ ଜାନୁଆରୀ 31 ସୁଦ୍ଧା HRMS ପୋର୍ଟାଲ ଜରିଆରେ ନିଜର ସ୍ଥାବର ଅସ୍ଥାବର ସମ୍ପରି ତାଲିକା ଦାଖଲ ପାଇଁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details