ଭୁବନେଶ୍ବର: ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ନିଜସ୍ୱ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଯୋଜନାକୁ ରି ପ୍ୟାକେଜିଙ୍ଗ କରି ହାଇକ୍ୟାଜ କରୁଛନ୍ତି ରାଜ୍ୟ ସରକାର। ଶାସକ ଦଳ ଗତ ତିନିବର୍ଷରେ 3 ହଜାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଆବାସ ରେ କେନ୍ଦ୍ର ସରକାର 28 ଲକ୍ଷ ଘର କରିଛନ୍ତି । ଆଜି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରେସମିଟ କରି ପୁଣି ଥରେ ଯୋଜନା ଭିତ୍ତିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ବିଜେପି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଲ କହିଛନ୍ତି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଉଛି । ନିଜସ୍ୱ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଯୋଜନାକୁ ରି ପ୍ୟାକେଜିଙ୍ଗ କରି ହାଇକ୍ୟାଜ କରୁଛନ୍ତି ରାଜ୍ୟ ସରକାର। ବିଜେପି ପ୍ରଶ୍ନ କରିଛି ଶାସକ ଦଳ ଗତ ତିନିବର୍ଷରେ 3 ହଜାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି ସରକାର । ଅନିଲ କହିଛନ୍ତି କିନ୍ତୁ ବିଜୁ ପକ୍କା ଘର ଯୋଜନା କେବଳ ଲୋଗୋ ରାଜନୀତି କରୁଛନ୍ତି କି ? ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ 25 ଲକ୍ଷ କହି ମାତ୍ର 8 ଲକ୍ଷ ଲୋକଙ୍କୁ ଚାଉଳ ଦେଲେ । ତାଙ୍କ ନିଜସ୍ଵ ସ୍କିମରେ 10 କେଜି ଚାଉଳ ନ ଦେଇ ଅନ୍ୟକୁ ଦାବି କରୁଛନ୍ତି ଦେବା ପାଇଁ । ସୌଭାଗ୍ୟ ଯୋଜନାରେ ପ୍ରଧାନମନ୍ତ୍ରୀ 24 ଲକ୍ଷ 52 ହଜାର ପରିବାରକୁ ବିଜୁଳି ଯୋଗାଇ ଦେଇଛନ୍ତି ରାଜ୍ୟକୁ । ବିଜୁ ଗ୍ରାମ ଜ୍ୟୋତି ଯୋଜନା ରେ କେତେ ପଡା ଗାଁ କୁ ଲାଇନ ଦେଇଛନ୍ତି ଏବଂ କେତେ ଲୋକ ପାଇବା ପାଇଁ ଅପେକ୍ଷା କରିଛନ୍ତି କହିବେ କି ରାଜ୍ୟ ସରକାର ବୋଲି ଦାବି କରିଛନ୍ତି ।