ଓଡିଶା

odisha

ETV Bharat / state

୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ - ସାଇଜାର ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ

ଓଡ଼ିଶା ସରକାର ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ସହଯୋଗୀ ସମନ୍ବୟ ବୃଦ୍ଧି ପାଇବାରେ ଲାଗିଛି । କାରଣ ଆଜିର ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ୮୭୩.୫୭ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୫୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସଏଲଏସ୍ଡବ୍ଲ୍ୟୁସିଏରେ ଅନୁମୋଦନ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରୁ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ର କମ୍ପ୍ରେସ୍ଡ ବାୟୋ ଗ୍ୟାସ ଏବଂ ଫର୍ମେଣ୍ଟେଡ ଅର୍ଗାନିକ ସାର ପ୍ଲାଣ୍ଟ ପ୍ରକଳ୍ପ ଜରିଆରେ ବାର୍ଷିକ ୩୩,୦୬୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ରାସାୟନିକ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଆଦି ଦୁଇ ପ୍ରକାର ଲାଭ ପ୍ରତିଶ୍ରୁତି ଦେଇଛି । ଅଧିକ ପଢନ୍ତୁ

୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

By

Published : Aug 21, 2023, 9:42 PM IST

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ବରେ ବସିଥିବା ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ୮୭୩ କୋଟି ଟଙ୍କାର ନିବେଶରେ ୨୫୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା ରହିଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁଞ୍ଜିନିବେଶ ରାଜ୍ୟର ଅର୍ଥନୈତିକ ଗତିପଥକୁ ତ୍ବରାନ୍ବତ କରିବ ବୋଲି ଆକଳନ କରାଯାଇଛି ।

୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

ଓଡ଼ିଶା ସରକାର ଏବଂ ବ୍ୟବସାୟୀ ସମୁଦାୟ ମଧ୍ୟରେ ସହଯୋଗୀ ସମନ୍ବୟ ବୃଦ୍ଧି ପାଇବାରେ ଲାଗିଛି । କାରଣ ଆଜିର ଏସଏଲଏସ୍ଡବ୍ଲ୍ୟୁସିଏ ବୈଠକରେ ୮୭୩.୫୭ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ହେବ । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ୨୫୧୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏସଏଲଏସ୍ଡବ୍ଲ୍ୟୁସିଏରେ ଅନୁମୋଦନ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରୁ ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ର କମ୍ପ୍ରେସ୍ଡ ବାୟୋ ଗ୍ୟାସ ଏବଂ ଫର୍ମେଣ୍ଟେଡ ଅର୍ଗାନିକ ସାର ପ୍ଲାଣ୍ଟ ପ୍ରକଳ୍ପ ଜରିଆରେ ବାର୍ଷିକ ୩୩,୦୬୫ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ରାସାୟନିକ ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଆଦି ଦୁଇ ପ୍ରକାର ଲାଭ ପ୍ରତିଶ୍ରୁତି ଦେଇଛି । ଦେଓଗଡ଼ରେ ଅବସ୍ଥିତ ଏହି ପଦକ୍ଷେପ ଉଦ୍ୟେଗ କ୍ଷେତ୍ରରେ ଚିତ୍ରକୁ ପରିବର୍ତ୍ତନ କରିବାକୁ ଯାଉଛି ।

୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

ଏହାବି ପଢନ୍ତୁ- Odisha News: SLSWCA ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ପ୍ଲାଷ୍ଟିକ କ୍ଷେତ୍ରରେ ଇଣ୍ଡୋପେଟ ପଲିପ୍ଲାଷ୍ଟ ପ୍ରାଇଭେଟ ଲିମିଟେଡ ବାର୍ଷିକ ୮ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଫୁଡ ଗ୍ରେଡ ପେଟ ବୋତଲ, ଜାର ଏବଂ ପ୍ରି-ଫର୍ମ ପାଇଁ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବାକୁ ଯାଉଛି । ଖୁବଶୀଘ୍ର ଖୋର୍ଦ୍ଧାରେ ସ୍ଥାପିତ ହେବାକୁ ଥିବା ଏହି ପ୍ରକଳ୍ପ ଉଭୟ ନିଯୁକ୍ତି ସୁଯୋଗ ଏବଂ ପ୍ଲାଷ୍ଟିକ ଉତ୍ପାଦନ ଉତ୍କର୍ଷତା ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ । ପର୍ଲ ପ୍ରିସିସନ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ଅତ୍ୟାଧୁନିକ ପ୍ଲାଷ୍ଟିକ ନଳ, ୱାଟର ଟ୍ୟାଙ୍କ, ପାଇପ ଏବଂ ଫିଟିଙ୍ଗ୍ସ ଉତ୍ପାଦନ ୟୁନିଟ ପାଇଁ ଯୋଜନା ସହ ଏହି ତାଲିକାରେ ସାମିଲ ହୋଇଛି । ପର୍ଲ ପ୍ରିସିସନର ବାର୍ଷିକ କ୍ଷମତା ୩୦ ନିୟୁତ ପିସିରୁ ଅଧିକ । ଯାହାକି ଉତ୍କର୍ଷତା ପ୍ରତିପାଦନରେ ସେମାନଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଜଗତସିଂହପୁରର ପାରାଦୀପ ପ୍ଲାଷ୍ଟିକ ପାର୍କରେ ଏହି ପ୍ରକଳ୍ପ ନିର୍ମାଣ ହେବ ।

୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ୮୭୩ କୋଟି ନିବେଶ, ୨୫୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

ଟିଆରଏଲ କ୍ରୋସାକି ରିଫ୍ରାକ୍ଟୋରିଜ ଲିମିଟେଡ୍ର ବ୍ୟାପକ ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଇସ୍ପାତ ଶିଳ୍ପର ଆନୁଷଙ୍ଗିକ କ୍ଷେତ୍ରରେ ପ୍ରଗତି ଘଟିଛି । ୫୭ ହଜାର ମେଟ୍ରିକ ଟନ ମୌଳିକ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ, ୧୧,୭୦୦ ମେଟ୍ରିକ ଟନ କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ, ୮,୯୦୦ ମେଟ୍ରିକ ଟନ ଉଚ୍ଚ ଆଲୁମିନା କଞ୍ଚାମାଲ ଗ୍ରାଇଣ୍ଡିଂ ୟୁନିଟ ଏବଂ ୧୪,୪୦୦ ମେଟ୍ରିକ ଟନ ଗ୍ରୋଗ ପ୍ରୋସେସିଂ ୟୁନିଟ ସହ ଏହି ଉଦ୍ୟୋଗ ଝାରସୁଗୁଡ଼ାରେ ଅବସ୍ଥିତ । ଏସଏଲଏସଡବ୍ଲୁସିଏ ଦ୍ବାରା ଅନୁମୋଦିତ ଏହି କ୍ଷେତ୍ରର ଅନ୍ୟ ଏକ ପ୍ରକଳ୍ପ ହେଉଛି ଚୋସୁନ ସର୍ଭେଶ ରିଫ୍ରାକ୍ଟୋରିଜ ପ୍ରାଇଭେଟ ଲିମିଟେଡର ୧୪,୪୦୦ ମେଟ୍ରିକ ଟନ ଟ୍ୟାପ ହୋଲ କ୍ଲେ ୟୁନିଟ । ଏହା କୁଆଁରମୁଣ୍ଡା ସୁନ୍ଦରଗଡ଼ରେ ଅବସ୍ଥିତ । ଚୋସୁନ ହେଉଛି ଏକ ଦକ୍ଷିଣ କୋରିଆ କମ୍ପାନୀ, ଯାହା ଗୁଣାତ୍ମକ ରିଫ୍ରାକ୍ଟରି ନିର୍ମାତା ଭାବରେ ଖ୍ୟାତି ଅର୍ଜନ କରିଛି ।

ସାଇଜାର ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡ ଏଚଆର ଏବଂ ସିଆର କଏଲ ପ୍ରସ୍ତୁତି ପାଇଁ ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ ନିର୍ମାଣ କରି ଇସ୍ପାତ କ୍ଷେତ୍ରକକୁ ସମୃଦ୍ଧ କରିଥାଏ । ଯାଜପୁରର କଳିଙ୍ଗ ନଗରରେ ଅବସ୍ଥିତ ଏହି ପ୍ରକଳ୍ପ ଓଡ଼ିଶାର ଇସ୍ପାତ ପ୍ରକ୍ରିୟାକରଣ କ୍ଷମତାକୁ ବୃଦ୍ଧି କରିବ । ୦.୧୨ ଏମଟିପିଏ ଏସଏମଏସ ଏବଂ ୦.୧ ଏମଟିପିଏ ଟିଏମଟି ପ୍ଲାଣ୍ଟ ପାଇଁ ବିକ୍ରମ ପ୍ରାଇଭେଟ ଲିମିଟେଡର ସମ୍ପ୍ରସାରଣ ପ୍ରକଳ୍ପ ଓଡ଼ିଶାର ଇସ୍ପାତ ଉତ୍ପାଦନ ଦକ୍ଷତାରେ ଆଉ ଏକ ଦିଗ ଯୋଡ଼ିଛି ।

ସୁନ୍ଦରଗଡ଼ର ଲହୁଣୀପଡ଼ାରେ ଅବସ୍ଥିତ ଏହି ପଦକ୍ଷେପ ଓଡ଼ିଶାର ଶକ୍ତିଶାଳୀ ଇସ୍ପାତ କ୍ଷେତ୍ରରେ ଆଉ ଏକ ସଂଯୋଗ । କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡର ମକା ପ୍ରକ୍ରିୟାକରଣ ଏବଂ ମକା ଷ୍ଟାର୍ଚ ଉତ୍ପାଦନ ୟୁନିଟ ସହିତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଛି । ନବରଙ୍ଗପୁର ଜିଲ୍ଲାର ବାମୁନି ଶିଳ୍ପାଞ୍ଚଳରେ ଅବସ୍ଥିତ ଏହି ଉଦ୍ୟୋଗ ଜିଲ୍ଲାର ମକା ଉତ୍ପାଦନ କ୍ଷମତାର ଲାଭ ଉଠାଇବ । ଏସଏନଏମ ହୋଟେଲ ଏବଂ ରିସୋର୍ଟସ ପ୍ରାଇଭେଟ ଲିମିଟେଡର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଉନ୍ନତ ହୋଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ଚିକିଟିରେ ହୋଟେଲ ଏବଂ ରିସୋର୍ଟ ସୁବିଧା କରାଯିବ । ଏହି ପ୍ରକଳ୍ପ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଶିଳ୍ପଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ପ୍ରୟାସକୁ ପ୍ରୋତ୍ସାହିତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details