ଓଡିଶା

odisha

ETV Bharat / state

ପଦ୍ମଶ୍ରୀ ସମ୍ମାନୀତଙ୍କୁ ମିଳିବ ମାସିକ 10ହଜାର ଟଙ୍କା - pension

ପଦ୍ମଶ୍ରୀ ସମ୍ମାନ ପାଇଥିବା ବ୍ୟକ୍ତିତ୍ବଙ୍କୁ ମାସିକ 10ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

By

Published : Jul 8, 2019, 8:58 PM IST

Updated : Jul 9, 2019, 1:47 AM IST

ଭୁବନେଶ୍ବର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ସମ୍ମାନୀତଙ୍କୁ ସରକାର ଦେବେ ସହାୟତା ରାଶି । ସଂସ୍କୃତି ବିଭାଗର ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ବମାନଙ୍କୁ ସହାୟତା ରାଶି ସ୍ବରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କିଛି ଦିନ ପୂର୍ବରୁ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ଗଣମାଧ୍ୟମରେ ଦର୍ଶାଯାଇଥିବାରୁ ପରେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ବ୍ୟକ୍ତିତ୍ବଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା ।

ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ପଦ୍ମଶ୍ରୀ ସମ୍ମାନୀତ ବ୍ୟକ୍ତିତ୍ବଙ୍କ ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ଦୈତାରୀ ନାୟକ ସ୍ବଉଦ୍ୟମରେ କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍‌ ସୃଷ୍ଟି କରିଥିବାରୁ ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 9, 2019, 1:47 AM IST

For All Latest Updates

ABOUT THE AUTHOR

...view details