ଓଡିଶା

odisha

ETV Bharat / state

ଓଡିଶା- ଆନ୍ଧ୍ର ସାମୀରେ ଟ୍ରେନ ଦୁର୍ଘଟଣା, ଆଲର୍ଟ ମୋଡ୍‌ରେ ରାଜ୍ଯ ସରକାର

ଆନ୍ଧ୍ରପ୍ରଦେଶ ଆଲମଣ୍ଡା ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା ପରେ ଆଲର୍ଟରେ ଓଡିଶା ସରକାର । ଅଧିକ ପଢନ୍ତୁ

Train accident in Andhra Pradesh Vizianagaram
Andhra Pradesh Train accident

By ETV Bharat Odisha Team

Published : Oct 30, 2023, 7:13 AM IST

Updated : Oct 30, 2023, 8:07 AM IST

ଭୁବନେଶ୍ବର:ସେଇ କାଳ ରାତି । ସେହି ଦୁର୍ଘଟଣା । ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । ଓଡିଶା ଆନ୍ଧ୍ର ସୀମାରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି । ଆନ୍ଧ୍ରପ୍ରଦେଶ ଆଲମଣ୍ଡା ଷ୍ଟେସନ ନିକଟରେ 2ଟି ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଛନ୍ତି । ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା ପରେ ଆଲର୍ଟରେ ରାଜ୍ୟ ସରକାର । ସଜାଗ ରହିବା ପାଇଁ ରାୟଗଡା, କୋରାପୁଟ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଆନ୍ଧ୍ର-ଓଡିଶା ସୀମାନ୍ତରେ ଟ୍ରେନ ଦୁର୍ଘଟଣା ପରେ ଆକ୍ଟିଭ ମୋଡ଼କୁ ଆସିଛନ୍ତି ଓଡ଼ିଶା ସରକାର । ଆବଶ୍ୟକ ପଡିଲେ ଫାୟାର ସର୍ଭିସ, ଓଡ୍ରାଫ ଓ ଆମ୍ବୁଲାନ୍ସ ଟିମ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଯଦି କେହି ଓଡ଼ିଆ ଯାତ୍ରୀ ଥିବେ, ସେମାନଙ୍କ ଆସିବା ଲାଗି ବସ୍ ମଧ୍ୟ ପଠାଯାଇଛି । ସେହିପରି ରାୟଗଡା ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏସ୍‌ଆରସି । ଏନେଇ SRCଙ୍କ କର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିଶାଖାପାଟନମ-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ପରେ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଓଡିଶା ସରକାର ପ୍ରସ୍ତୁତ ହୋଇଛନ୍ତି ।

ଏହା ବି ପଢନ୍ତୁ...Passenger Train Accident: ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା, 6 ମୃତ

ଆନ୍ଧ୍ର ସୀମାନ୍ତ ରାୟଗଡ଼ା, କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ଫାୟାର ସର୍ଭିସ, ଓଡ୍ରାଫ ଓ ଆମ୍ବୁଲାନ୍ସ ଟିମ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଦୁର୍ଘଟଣାରେ ଓଡ଼ିଆ ଯାତ୍ରୀ ପ୍ରଭାବିତ ହୋଇଥିବା ଆଶଙ୍କା ରହିଛି । ଯଦି କେହି ଓଡ଼ିଆ ଯାତ୍ରୀ ଥିବେ, ସେମାନଙ୍କ ଆସିବା ଲାଗି ବସ୍‌ ମଧ୍ୟ ପଠାଯାଇଛି । ଯଦି ଦୁର୍ଘଟଣାରେ କେହି ଆହତ ଥାଆନ୍ତି ତାଙ୍କ ଚିକିତ୍ସା ଲାଗି ବ୍ୟବସ୍ଥା କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ସେହିପରି ରାୟଗଡ଼ା ହସ୍ପିଟାଲକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ SRCଙ୍କ କର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...Train accident in Visakhapatnam: ହେଲ୍ପ ଲାଇନ ନମ୍ବର ଜାରି କଲା ରେଳବାଇ

ପ୍ରକାଶ ଥାଉ କି, ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲା ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ 3ଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ହୋଇଛି । ବିଶାଖାପାଟଣାରୁ ରାୟଗଡା ଆସୁଥିବା ପାସେଞ୍ଜର ଟ୍ରେନ ସିଗନାଲ ନ ପାଇବାରୁ ଆଲମଣ୍ଡା ନିକଟରେ ଅଟକି ଥିଲା । ଏହି ରୁଟରେ ପଲାସାରୁ ବିଶାଖାପାଟଣା ଯାଉଥିବା ଅନ୍ୟ ଏକ ଟ୍ରେନ ପାସେଞ୍ଜର ଟ୍ରେନକୁ ଧକ୍କା ଦେଇଥିଲା । 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହି ସମୟରେ ଏକ ମୁଖ୍ୟ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ପାସେଞ୍ଜର ଟ୍ରେନର ବଗି ଉପରେ ଚଢିଯାଇଥିଲା । ରେଳ ବିଭାଗର ସ୍ବତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଦମକଳ ବାହିନୀ, ସ୍ଥାନୀୟ ପୋଲିସ ଏବଂ ଏନଡିଆରଏଫ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । 14ଟି ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 8:07 AM IST

ABOUT THE AUTHOR

...view details