ପୁରୀ: ଶ୍ରୀମନ୍ଦିରରେ ବିଦେଶୀ ଭକ୍ତ ପ୍ରବେଶ ଅନୁମତି ନେଇ ରାଜ୍ୟପାଳଙ୍କ ବ୍ୟକ୍ତବ୍ୟ ପ୍ରସଙ୍ଗ । ରାଜ୍ୟପାଳଙ୍କ ମନ୍ତବ୍ୟକୁ ବିରୋଧ କରି ପୁରୀରେ ବିକ୍ଷୋଭ । ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ଉପରେ ଗଜପତି ମହାରାଜା, ଜଗତଗୁରୁ ଶଙ୍କରାଚାର୍ଯ୍ୟ ମିଳିତ ଭାବେ ନିଷ୍ପତ୍ତି ନେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦେଇ ଥିବା ମନ୍ତବ୍ୟ ଉପରେ ବିରୋଧ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ବକ୍ତବ୍ୟକୁ ବିରୋଧ କରି ଜଗନ୍ନାଥ ସେନା ପ୍ରତିବାଦ ଓ ବିକ୍ଷୋଭ କରିଛି ।
ଜଗନ୍ନାଥ ସେନା କହଛି ରାଜ୍ୟପାଳ ଧର୍ମରେ ଥିବା ନୀତିନିୟମରେ ଅଯଥା ହସ୍ତକ୍ଷେପ କରୁଛନ୍ତି । ଜଗନ୍ନାଥ ମନ୍ଦିରର ପରମ୍ପରା ଉପରେ ରାଜ୍ୟପାଳଙ୍କୁ ହସ୍ତପେକ୍ଷ କରିବାକୁ କିଏ ଅଧିକାର ଦେଲା ବୋଲି ଜଗନ୍ନାଥ ସେନା କହିଛି । ରାଜ୍ୟପାଳ କୌଣସି ଧର୍ମଗୁରୁ ନୁହଁନ୍ତି । ଏଣୁ ସେ କାହିଁକି ଜଗନ୍ନାଥ ମନ୍ଦିର ପରମ୍ପରା ଉପରେ ମତ ଦେଉଛନ୍ତି ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ସେନା । ଧର୍ମ ଉପରେ କୌଣସି ରାଜନେତା, ରାଜ୍ୟପାଳ, ରାଷ୍ଟ୍ରପତି ମଧ୍ୟ ହସ୍ତକ୍ଷେପ କରିବା ଅଧିକାର ନ ଥିବା ବେଳେ ଓଡ଼ିଶାର ରାଜ୍ୟପାଳ କାହା ସ୍ବାର୍ଥରେ ଏଭଳି ମତ ଦେଲେ ? ଏହା ପଛରେ କଣ ପ୍ରକୃତ ଉଦ୍ଦେଶ୍ୟ ରହିଛି ସେ ନେଇ ଜଗନ୍ନାଥ ସେନା ପ୍ରଶ୍ନ କରିଛି । ମକ୍କା ମଦିନା, ଭାଟିକାନ ସିଟିକୁ କଣ ହିନ୍ଦୁ ପ୍ରବେଶ କରି ପାରିବା ନେଇ ରାଜ୍ୟପାଳ ମତ ଦେଇ ପାରିବେ କି ଜଗନ୍ନାଥ ସେନା କହିଛି ।