ଭୁବନେଶ୍ବର:ରାଜ୍ୟରେ ଏଣିକି ଚକ ଜମିର ହସ୍ତାନ୍ତର ତଥା ବିକ୍ରି ଆଉ ବେଆଇନ ନୁହେଁ ।ସ୍ୱଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଂଘନ କରି ବିକ୍ରୟ, ହସ୍ତାନ୍ତର, ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ । ଏହାଦ୍ୱାରା ରାଜ୍ୟର ପାଖାପାଖି ୮ ହଜାର ଗ୍ରାମର ଲକ୍ଷାଧିକ ଲୋକ ଉପକୃତ ହେବେ ।
ପୂର୍ବରୁ ଚକବନ୍ଦୀ ଜମି ବିକ୍ରି ତଥା ହସ୍ତାନ୍ତର ବେଆଇନ ଥିବାବେଳେ ବର୍ତ୍ତମାନ ଏହି ନିୟମରେ ସଂଶୋଧନ ଅଣାଯାଇଛି । ଏନେଇ ଓଡ଼ିଶା ବିଧାନସଭାରେ ବିଲ୍ ପାରିତ ହେବା ପରେ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏହି ନୂତନ ଆଇନ ବଳରେ ଏଣିକି ଚକ ଜମିର ହସ୍ତାନ୍ତର ତଥା ବିକ୍ରି ଆଉ ବେଆଇନ ନୁହେଁ, ବୈଧ ଅଟେ । ପୂର୍ବରୁ ନିୟମ ଭାଙ୍ଗି ହୋଇଥିବା ବିକ୍ରି ଓ ବଣ୍ଟନ ବି ବର୍ତ୍ତମାନ ବୈଧ ଅଟେ ।
ଚକ ଜମି ସମସ୍ୟାକୁ ଦୂର କରିବା ପାଇଁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ୱ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଏହି ରାଜସ୍ୱ ଟାସ୍କଫୋର୍ସରେ ଚକ ଜମି ସମସ୍ୟା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପରିବର୍ତ୍ତିିତ ପରିସ୍ଥିତିରେ ପୂର୍ବ ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହାପରେ ଓଡ଼ିଶା ବିଧାନସଭାରେ ପାରିତ ହୋଇ ବିଧି ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏହା ଫଳରେ ଓଡ଼ିଶାର ପ୍ରାୟ ଆଠ ହଜାର ଗ୍ରାମର ଲକ୍ଷାଧିକ ଲୋକ ଲାଭବାନ ହେବେ । ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକମୁକ୍ତ ହେବ । ଏହା ସହ ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ, ହସ୍ତାନ୍ତର ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ । ସରକାରଙ୍କର ଏହି ନିଷ୍ପତ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଆଣିଛି ।
ଏହାମଧ୍ୟ ପଢନ୍ତୁ...କ୍ରିୟାଶୀଳ ହେବ BDA, ୬୭ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ