ଭୁବନେଶ୍ବର:ରାଜ୍ୟରେ ବଢ଼ିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ରାଜ୍ୟରେ ଥିବା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏମ୍ଫିଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଟ ମାସିକ ୧୦ ହଜାର ଟଙ୍କାକୁ ବୃଦ୍ଧି ଘଟିଛି । ସେହିପରି ଡି. ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଏନ୍ଏମ୍ ଛାତ୍ର ଛାତ୍ରୀଙ୍କ ପାଇଁ ୨୦୦୦ ଏବଂ ବି ଏସ ସି ନର୍ସିଂ (ଇଣ୍ଟର୍ନସିପ୍)ଙ୍କ ପାଇଁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଡି. ଫର୍ମ ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୫୦୦ ଟଙ୍କା କରାଯାଇଛି । ସେହିପରି ଭାବରେ ନର୍ସିଂ ଏବଂ ଏଏନ୍ଏମ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦୦ ଟଙ୍କା ପୂର୍ବରୁ ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୨୦୦୦ ଟଙ୍କା ହୋଇଛି । ବିଏସସି ନର୍ସିଂ (ଇଣ୍ଟର୍ନସିପ୍) ରେ ପୂର୍ବରୁ ୨୫୦୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୫୦୦୦ ଟଙ୍କା କରାଯାଇଛି । ସେହିପରି ଭାବରେ ଏମ୍ଫିଲ୍ କ୍ଲିନିକାଲ୍ ସାଇକୋଲୋଜି ଏବଂ ସାଇକାଟ୍ରିକର ଛାତ୍ର ଛାତ୍ରୀଙ୍କ ପୂର୍ବରୁ ୭୦୦୦ ଟଙ୍କା ଷ୍ଟାଇପେଣ୍ଡ ରହିଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ଘଟି ୧୦୦୦୦ ଟଙ୍କା କରାଯାଇଛି ।