ଭୁବନେଶ୍ବର: ଆସନ୍ତା ୨୫ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଛି । ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ ଏବଂ କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ, ରାଜସ୍ବ ବିଭାଗୀୟ କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ବନ୍ଦ ରହିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୨୫ ତାରିଖ ମଙ୍ଗଳବାର ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ ହେବ । ତେବେ ହିନ୍ଦୁନୀତି ଅନୁସାରେ, ଦେବସ୍ଥାନ, ଗୃହ ଗୁଡିକରେ ଦେବକାର୍ଯ୍ୟ ବନ୍ଦ ରହିଥାଏ । ଏହି ପ୍ରଥା ଅନୁସାରେ ବିଭିନ୍ନ ଦେବଦେବୀ ମନ୍ଦିରର ଦେବ ନୀତି ବନ୍ଦ ରହିବ । ଚଳିତ ବର୍ଷ ପ୍ରଥମ ଅମବାସ୍ୟାରେ ସୂର୍ଯ୍ୟପରାଗ ହେବାକୁ ଥିବାବେଳେ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ସମୟରେ ପାକତ୍ୟାଗ, ହାଣ୍ଡିଛାଡ ଓ ସ୍ବତନ୍ତ୍ର ଦେବନୀତି ହୋଇଥାଏ । ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟାରେ ପଡ଼ୁଛି ସୂର୍ଯ୍ୟପରାଗ ।