ଓଡିଶା

odisha

ETV Bharat / state

ଅନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି - ସ୍ବାସ୍ଥ୍ୟ ବିଭାଗ ଟିମରେ ସାମିଲ ହେବେ ନର୍ସ

ଅନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ସିଙ୍ଗାପୁର ଚାଲିବାକୁ ଥିବା ପ୍ରଥମ ବିମାନରେ ସ୍ବାସ୍ଥ୍ୟ ବିଭାଗ ଟିମରେ ସାମିଲ ହେବେ ନର୍ସ, ଏଏନଏମ ଓ ଆଶା କର୍ମୀ । ଅଧିକ ପଢନ୍ତୁ

nursing day
nursing day

By

Published : May 12, 2023, 10:28 PM IST

ଅନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ବର: ଅନ୍ତର୍ଜାତିକ ନର୍ସ ଦିବସରେ ନର୍ସମାନଙ୍କୁ ରାଜ୍ୟ ସରକାରଙ୍କ ଭେଟି । ସିଙ୍ଗାପୁର ଚାଲିବାକୁ ଥିବା ପ୍ରଥମ ବିମାନରେ ସ୍ବାସ୍ଥ୍ୟ ବିଭାଗ ଟିମରେ ସାମିଲ ହେବେ ନର୍ସ, ଏଏନଏମ ଓ ଆଶା କର୍ମୀ । ଜୁନ ୩ରୁ ଭୁବନେଶ୍ଵରରୁ ସିଙ୍ଗାପୁରକୁ ଉଡ଼ିବ ସିଧା ବିମାନ । ନର୍ସମାନଙ୍କ ସେବାକୁ ସମ୍ମାନ ଜଣାଇ ୨ ଜଣ ନର୍ସଙ୍କୁ ସିଙ୍ଗାପୁର ପଠାଇବାର ବ୍ୟବସ୍ଥା ହୋଇଛି । ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ସ୍ଵାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ ।

ସୂଚନା ଅନୁଯାୟୀ, ଓଡ଼ିଶା ହେଉଛି ବିଶ୍ବସ୍ତରୀୟ । ଭୁବନେଶ୍ବରରୁ ବ୍ୟାଙ୍କକ ଏବଂ ସିଙ୍ଗାପୁର କୁ ସିଧାସଳଖ ଭାବରେ ଉଡିବ ବିମାନ। ଏନେଇ ମଧ୍ୟ ଟିକେଟ ବିକ୍ରି ଆରମ୍ଭ ହୋଇଛି। ତେବେ ଏହି ଦୁଇଟି ସ୍ଥାନକୁ ଯିବାକୁ ହେଲେ ୧୫ ହଜାର ଟଙ୍କା ଟିକେଟର ମୂଲ୍ୟ ରହିଛି। ସକାଳ ୬ ଟା ୨୫ ସମୟରେ ଭୁବନେଶ୍ଵରରୁ ସିଙ୍ଗାପୁର କୁ ଛାଡ଼ିବ ବିମାନ। ସେଠାରେ ପହଞ୍ଚିବ ଅପରାହ୍ନ ୧ଟା ୨୫ ସମୟରେ। ସେହିପରି ଭାବରେ ସିଙ୍ଗାପୁର ରୁ ୨ ଟା ୧୦ ମିନିଟ ରେ ଛାଡ଼ି ଭୁବନେଶ୍ୱରରେ ପହଞ୍ଚିବ ୩ ଟା ୫୦ ମିନିଟ ରେ। ତେବେ ଆସନ୍ତା ଜୁନ ୩ ତାରିଖ ରୁ ଏହି ସେବା ଆରମ୍ଭ ହେବ। ଯାହାକୁ ନେଇ ପ୍ରସ୍ତୁତ ଶେଷ ହୋଇଛି। ଏହି ବିମାନ ସପ୍ତାହକୁ ଦୁଇ ଥର ଉଡାଣ ଭରିବ। ଯାହାକୁ ନେଇ ଅନେକ ଯାତ୍ରୀ ମାନେ ଉପକୃତ ହେବେ। ଯେଉଁମାନେ ସିଙ୍ଗାପୁର ସମେତ ବ୍ୟାଙ୍କକକୁ ଯିବାକୁ ଚାହାନ୍ତି ସେମାନେ ସିଧାସଳଖ ଭାବରେ ଯାତ୍ରା କରିପାରିବେ। ଏହାଦ୍ବାରା ପର୍ଯ୍ୟଟନ, ନିଯୁକ୍ତି କ୍ଷେତ୍ରରେ ଅଧିକ ନିବେଶ ଉପରେ ସୁଯୋଗ ସୃଷ୍ଟି ହୋଇପାରିବ। ତେବେ ପ୍ରଥମ କରି ବିମାନ ଭୁବନେଶ୍ଵର ରୁ ଉଡାଣ କରୁଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅନେକ କର୍ମୀ ଓ ଅଧିକାରୀ ମାନେ ମାଗଣା ରେ ଯାତ୍ରା କରାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଆସନ୍ତା ୧୫ ତାରିଖରୁ ଭୁବନେଶ୍ଵରର ରୁ ସିଧାସଳଖ ଭାବରେ ଦୁବାଇକୁ ବିମାନ ଉଡ଼ିବ । ଯାହା ଦୁବାଇ ପାଇଁ ୨୦,୦୦୦ ଟଙ୍କା ଟିକେଟ ଦର ଧାର୍ଯ୍ୟ କରାଯାଇଛି । ଏହା ଓଡିଶା ପାଇଁ ବେଶ ଲାଭଦାୟକ ଦେବ। ଶିଳ୍ପ, ବ୍ୟବସାୟ ଓ ଅନ୍ୟାନ୍ୟ ସୁବିଧା ଲୋକଙ୍କ ପାଖେ ବେଶ ସହଜରେ ପଂହଁଚିବ । ଏୟାରଲାଇନ୍ସ ଓ ଟ୍ରାଭେଲ ଏଜେନ୍ସି ଦ୍ୱରା ଯେମିତି ଟିକେଟ ହୁଏ ସେମିତି ହେବ । ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଦିଆଯିବ । ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଦୁବାଇକୁ ଉଡିବ ବିମାନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details