ଭୁବନେଶ୍ବର:ଆଉ ମାତ୍ର ଗୋଟିଏ ମାସ ମଧ୍ୟରେ ଓଡ଼ିଶାରେ ଉପଲବ୍ଧ ହେବ 5G ଇଣ୍ଟରନେଟ ସେବା (5G Service in Odisha)। ଟେଲିକମ ସେକ୍ଟର ଲାଗି ଓଡିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟି ଦେଇଛନ୍ତି ୫ ହଜାର ୬୦୦ କୋଟି ଟଙ୍କା । ଆଗକୁ ଗାଁ ଗାଁରେ ମିଳିବ ୫ଜି ସେବା । ଆଜି(ଗୁରୁବାର) ଭୁବନେଶ୍ଵରରେ ରେଲୱେ ପ୍ରକଳ୍ପର ଭୂମିପୂଜନ ବେଳେ ରାଜ୍ୟବାସୀଙ୍କୁ ଏହି ଖୁସି ଖବର ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ (Union Minister Ashwini Vaisnaw on 5g service in Odisha)।
ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଆଗରୁ ରେଲୱେ ଆଉ ଟେଲିକମରେ ଓଡ଼ିଶା ଅବହେଳା ହେଉଥିବା ନେଇ ଅଭିଯୋଗ ହେଉଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ସେ ଅଭିଯୋଗ ଆଉ ରଖିପାରିବେନି ଓଡି଼ଶାବାସୀ । ମୋଦିଙ୍କ ପୂର୍ବରୁ ତଥା କଂଗ୍ରେସ ସରକାର ବେଳେ ଓଡି଼ଶାକୁ ରେଳ ବିଭାଗ ଦେଉଥିଲା ୮୦୦ କୋଟି । ସେଥିରୁ କାମ ହେଉଥିଲା ମାତ୍ର ୨୦ରୁ ୩୦ କିଲୋମିଟର । ହେଲେ ଏବେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଦେଉଥିବା ବେଳେ ୩୦୦ କିଲୋମିଟର କାମ ହେଉଛି । ଆଉ ଓଡ଼ିଶାକୁ ଅବହେଳା ଅଭିଯୋଗ କରିପାରିବେ ନାହିଁ ।"