ଓଡିଶା

odisha

By

Published : Feb 3, 2023, 12:38 PM IST

ETV Bharat / state

ବଦଳିଲା ଓଡ଼ିଶା ଅଗ୍ନିଶମ ସେବାର ନାମ, ଏବେ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା

ଅଗ୍ନିଶମ ସେବା ସହ ଯୋଡି ହେଲା ଜରୁରୀ ସେବା । ଏଣିକି ଓଡିଶା ଅଗ୍ନିଶମ ଜରୁରୀକାଳୀନ ସେବା । ଅଧିକ ପଢନ୍ତୁ

ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା
ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା

ଭୁବନେଶ୍ବର: ବଦଳିଲା ଅଗ୍ନିଶମ ସେବାର ନାମ । ଓଡିଶା ଅଗ୍ନିଶମ ସେବାର ନାମ ପରିବର୍ତ୍ତନ ହୋଇ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନାମରେ ନାମିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେ ବିଧିବଦ୍ଧ ଭାବେ ଗାଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଓଡ଼ିଶା ଅଗ୍ନିଶମ ଜରୁରିକାଳୀନ ସେବା ଏବେ ୧୧୨ଜରିଆରେ ମଧ୍ୟ ଉପଲବ୍ଧ ହେଉଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିବା ବେଳେ ଅଗ୍ନିଶମ ବିଭାଗରେ ନୂଆ ଦାୟିତ୍ବ ଯୋଡି ହୋଇଛି । ବିପଦ ଆପଦ ସମୟରେ ଅଗ୍ନିଶମ ସେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ସମସ୍ତ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଅଗ୍ନିକାଣ୍ଡ ହେଉ କିମ୍ବା ପ୍ରାକୃତିକ ଦୁର୍ବିପାକ । ବିପତ୍ତି ଆପତ୍ତିରେ ସବୁ କ୍ଷେତ୍ରରେ ରାଜ୍ୟବାସୀ ଉତ୍ତମ ସେବା ପାଉଛନ୍ତି । ଏଥିପାଇଁ କଟକ ସମେତ ବ୍ରହ୍ମପୁର ଓ ସମ୍ବଲପୁରରେ ତିନୋଟି ରେଞ୍ଜ ଅଫିସ ରହିଛି । କଣ୍ଟ୍ରୋଲ ରୁମ ଠାରୁ ଆରମ୍ଭ କରି ବାରାକ, ଏମଭି ସେକ୍ସନ ସହ କମ୍ପ୍ୟୁଟର ସେକ୍ସନର ବ୍ୟବସ୍ଥା ରହିଛି ।

କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଆଦି ଜିଲ୍ଲା କଟକ କେନ୍ଦ୍ରାଞ୍ଚଳ ଅଗ୍ନିଶମ କେନ୍ଦ୍ର ଅଧୀନରେ ରହିଥିବା ବେଳେ ଦକ୍ଷିଣାଞ୍ଚଳ କେନ୍ଦ୍ର ଅଧୀନରେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଏବଂ ମାଲକାନଗିରି ଜିଲ୍ଲାରେ ରହିଛି । ସେହିଭଳି ଉତ୍ତରାଞ୍ଚଳ ଦମକଳ କେନ୍ଦ୍ର ଅଧୀନରେ ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ବରଗଡ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲା ରହିଛି। ତେବେ ଏହି ତିନୋଟି ଦମକଳ ରେଞ୍ଜ କେନ୍ଦ୍ର ଅଧୀନରେ ୩୪୧ ଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକାରୀ ହେଉଛି ।

ଏହା ମଧ୍ୟ ପଢନ୍ତୁ: Naba Das Death Case: କ୍ରାଇମବ୍ରାଞ୍ଚକୁ ମିଳିଲା ନବ ଦାସଙ୍କ ଜୀବନ ନେଇଥିବା ଗୁଳି

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଏବଂ ଉଦ୍ଧାର କାର୍ଯ୍ୟକୁ ନେଇ ଓଡିଶା ଅଗ୍ନିଶନ ସେବା ସଂସ୍ଥା ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛି । ବିଭିନ୍ନ ଜରୁରି ସେବାରେ ନିୟୋଜିତ ରହି ଧନଜୀବନର ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ଅଗ୍ନିଶମ ବିଭାଗ ସହ ଜରୁରିକାଳୀନ ସେବା ଯୋଡିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଆଇନ ବିଭାଗର ଅନୁମୋଦନ ଲାଭ କରିବା ପରେ ଉକ୍ତ ବିଭାଗ ଓଡିଶା ଫାୟାର ଓ ଏମରଜେନ୍ସି ସର୍ଭିସ ନାମକରଣ ହୋଇଛି । ତେବେ ପୂର୍ବରୁ କ୍ୟାବିନେଟ ଅନୁମୋଦନ ମିଳିସାରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details